Posted inଫୁରସତ

ଭାରତର ସବୁଠୁ ବଡ଼ ଲୁଣ ମରୁଭୂମି

ସାଧାରଣତଃ ମରୁଭୂମି କହିଲେ ବିସ୍ତୀର୍ଣ୍ଣ ବାଲି, ବିଭିନ୍ନ ପ୍ରକାର କଣ୍ଟାଗଛ ଏବଂ ଓଟ ବାସ କରୁଥିବା ସ୍ଥାନକୁ ବୁଝାଇଥାଏ। ମାତ୍ର ଭାରତରେ ଏମିତି ଏକ ମରୁଭୂମି ଅଛି, ଯାହାକୁ ଲୁଣର ମରୁଭୂମି କୁହାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ମରୁଭୂମି ରହିଛି ଗୁଜରାଟରେ। ଆରବସାଗରଠାରୁ ୧୦୦ କିଲୋମିଟର ଦୂର ବଞ୍ଜର ମରୁଭୂମିରେ ବରଫ ପରି ଲୁଣ ବିସ୍ତୃତ ଭାବରେ ପଡ଼ିଥିବାର ଦେଖିବାକୁ ମିଳେ। ସ୍ଥାନେ ସ୍ଥାନେ ଏହାକୁ ଏକାଠି ଗଦାକରି ରଖାଯାଇଥାଏ। କଇଁଛପରି ଏହି ସ୍ଥାନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ବଡ଼ଭାଗଟି ୧୮ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଛୋଟ ଅଂଶଟି ୫ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏଠାରୁ ଭାରତର ୭୫ ପ୍ରତିଶତ ଲୁଣ ମିଳିଥାଏ।


ପ୍ରତିବର୍ଷ ବର୍ଷାଦିନରେ ଏଠାରେ ବନ୍ୟା ଆସିଥାଏ। ଫଳରେ ଲୁଣ ସବୁ ଉଭାନ ହୋଇଯାଏ। କିନ୍ତୁ ଗତ ୨୦୦ ବର୍ଷ ଧରି ଏଠାରେ ଲୁଣର ଏକ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ଅକ୍ଟୋବରରେ ପଡ଼ୋଶୀ ସୁରେନ୍ଦ୍ରନଗର ଜିଲାରୁ କୋହଲି ଏବଂ ଅଗରିଆ ଜନଜାତିର ଲୋକେ ଏଠାକୁ ଆସି ବସବାସ କରି ରହୁଛନ୍ତି। ଲୁଣ କ୍ଷେତ୍ରର ଦେଖାଶୁଣା କରୁଛନ୍ତି। ଏହି କ୍ଷେତ ଜୁନ୍‌ ପର୍ଯ୍ୟନ୍ତ ଚାଲିଥାଏ। ବହୁତ କଷ୍ଟରେ ଏଠାରେ ଶ୍ରମିକମାନେ କାମ କରିଥାନ୍ତି। ଅକ୍ଟୋବରରୁ-ନଭେମ୍ବର ବର୍ଷା ବନ୍ଦ ହୋଇଯିବା ପରେ ଲୁଣ ମାରିବା ପ୍ରକ୍ରିୟା ଆରମ୍ଭ ହୁଏ। ପାଣିକୁ ଏଠାକି କରି ରଖିବାକୁ ପଡ଼େ। ସୂର୍ଯ୍ୟକିରଣରେ ଏହା ବାଷ୍ପୀଭୂତ ହେବା ପରେ ଯାହା ବଳକା ରହେ ତାହା ଲୁଣ ଆକାରରେ ବାହାରିଥାଏ। ଶ୍ରମିକମାନେ ଏପରି ଭାବରେ ୧୮ଟି ଜମିରୁ ଲୁଣ ପ୍ରସ୍ତୁତ କରିଥାନ୍ତି। ଲୁଣଚାଷୀ ଋଷିଭାଇ କୁହନ୍ତି, ପାଞ୍ଚ ପିଢ଼ି ଧରି ଲୁଣଚାଷ କରିଆସୁଛନ୍ତି। ପ୍ରତିବର୍ଷ ୯ ମାସ ପାଇଁ ସପରିବାର ଏଠାକୁ ଆସିଥା’ନ୍ତି। ଜୁନ୍‌ ପରେ ବର୍ଷା ଆରମ୍ଭ ହୋଇଗଲେ ନିଜ ଘରକୁ ଚାଲିଯାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଙ୍କିପୁର ବିଜେତା ପ୍ରଶାନ୍ତ କିଶୋର କେତେ ଧନୀ? ପାଟନାରୁ ଦିଲ୍ଲୀ-ନୋଏଡା ପର୍ଯ୍ୟନ୍ତ ରହିଛି…

ପାଟନା,୩।୮: ପ୍ରଶାନ୍ତ କିଶୋର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଛନ୍ତି। ସେ ଭାଜପାର ନୀରଜ ସିହ୍ନାଙ୍କୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି…

ଖେମୁଣ୍ଡି କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ: ଛାତ୍ରୀଛାତ୍ରଙ୍କୁ ଦିଆଗଲା ଏହି ପରାମର୍ଶ

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଅଭିମୁଖୀକରଣ…

ଦାଦନ ଖଟିବାକୁ ଯାଇଥିଲେ , ଶବ ହେଇ ଘରକୁ ଫେରିଲେ: କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

ଲାଞ୍ଜିଗଡ଼, ୩।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ…

ମୋଦିଙ୍କଠାରୁ ଆରମ୍ଭ କରି ଷ୍ଟାଲିନ: ଯେତେବେଳେ ରାଜନୀତିର ଦିଗ୍ଗଜ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ ପ୍ରଶାନ୍ତ କିଶୋର; ଆଜି ଦିଲ୍ଲୀକୁ କଲେ ଥରହର

ନୂଆଦିଲ୍ଲୀ,୩।୮: ଯେତେବେଳେ ଚାଣକ୍ୟ ସାଜିଥିଲେ ପ୍ରଶାନ୍ତ କିଶୋର: ଦିନେ ପରଦା ପଛରେ ରହି ନିର୍ବାଚନୀ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର (PK) ଆଜି ନିଜେ ରାଜନୀତିର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

ଲଗାତାର ୯ଦିନ ସ୍କୁଲ ଛୁଟି, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ,୩।୮: ନର୍ସରୀରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଅଗଷ୍ଟ ୪ରୁ ଅଗଷ୍ଟ ୧୨ (ମୋଟ ୯ ଦିନ) ପର୍ଯ୍ୟନ୍ତ ବନ୍ଦ ରହିବ। ମାତ୍ର ଅନଲାଇନ୍ କ୍ଲାସ୍…

ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ ପରେ ଆସିଲା ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରଥମ ପ୍ରତିକ୍ରିୟା, କହିଲେ…

ପାଟନା,୩।୮: ଜନ ସୁରାଜ ପାର୍ଟିର ସୂତ୍ରଧର ପ୍ରଶାନ୍ତ କିଶୋର ଭାଜପାର ପାରମ୍ପରିକ ଗଡ଼ ବାଙ୍କିପୁରରେ ଐତିହାସିକ ଏବଂ ବଡ଼ ବିଜୟ ହାସଲ କରିଛନ୍ତି। ଭୋଟ ଗଣନାର ପ୍ରଥମ…

ଉପନିର୍ବାଚନରେ ଫୁଟିପାରିଲାନି ପଦ୍ମ, ଏହି ସବୁ ସ୍ଥାନରେ ସାମ୍ନା କଲା ଶୋଚନୀୟ ପରାଜୟ

ନୂଆଦିଲ୍ଲୀ,୩।୮: ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି, ଯେଉଁଥିରେ କଂଗ୍ରେସ ବିଜୟୀ ହୋଇଛି। କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ଭାଜପା ପ୍ରାର୍ଥୀ ଆଶୁତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri