ପରାଶର ଜନଜାତି ଭେଷଜ ଉଦ୍ଭିଦ ଉଦ୍ୟାନ ଉଦ୍‌ଘାଟିତ: ୩୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ ସ୍ଥାନ ପାଇଲା

କୋରାପୁଟ/ସୁନାବେଡ଼ା,୧୨।୧୧(ଅମିତାଭ ବେହେରା/କୃତିବାସ ପ୍ରଧାନ): ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ଜ୍ଞାନର ସଂରକ୍ଷଣ ଓ ଜୀବିକାର ବିକାଶ ଲକ୍ଷ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ଏକ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ଅବସରରେ ସୁନାବେଡ଼ା କ୍ୟାମ୍ପସରେ ୩୦୦ରୁ ଅଧିକ ପ୍ରଜାତିର ଔଷଧୀୟ ଉଦ୍ଭିଦକୁ ନେଇ ‘ପରାଶର ଜନଜାତି ଭେଷଜ ଉଦ୍ଭିଦ ଉଦ୍ୟାନ’ ଉଦ୍‌ଘାଟିତ ହୋଇଛି।

ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହାୟତାରେ ଲକ୍ଷ୍ନୌସ୍ଥିତ ସିଏସଆଇଆର୍‌-ଏନ୍ବିଆର୍‌ଆଇ ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୀଷ ଠାକୁର, କୁଳପତି ପ୍ରଫେସର ଅଜିତ କୁମାର ଶାସନୀ, ପ୍ରକଳ୍ପ ମୁଖ୍ୟ ଅନୁସନ୍ଧାନକାରୀ ଡ. ଶରଦ ଶ୍ରୀବାସ୍ତବ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ଜନଜାତି ବୈଦ୍ୟଙ୍କ ପାରମ୍ପରିକ ଜ୍ଞାନର ଲିପିବଦ୍ଧକରଣ, ଔଷଧୀୟ ଉଦ୍ଭିଦର ସଂରକ୍ଷଣ ଓ ଜୈବ ସମ୍ପଦ ଆଧାରିତ ଉଦ୍ୟୋଗର ବିକାଶ କରାଯିବ। ଏଥିସହ କୋରାପୁଟ ଜିଲାର ପ୍ରାୟ ୨୫ଜଣ ଜନଜାତି ବୈଦ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଦୁଇଦିନିଆ କାର୍ଯ୍ୟକ୍ରମରେ ବୈଦ୍ୟମାନଙ୍କ ପାଇଁ ସଚେତନତା ଶିବିର ଓ ଔଷଧୀୟ ଉଦ୍ଭିଦ ସମ୍ପର୍କିତ କ୍ଷେତ୍ର ପରିଦର୍ଶନର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଡ. ସଞ୍ଜୟ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ସଂସ୍ଥାର ବୈଜ୍ଞାନିକ, ଗବେଷକ, ଅଧ୍ୟାପକ, ଜନଜାତି ବୈଦ୍ୟ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome Left View All

‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ…

୧୬ଟି ଛକା, ୩୦୩ ରନ… ଅଣ୍ଡର-୧୯ ଏସିଆ କପରେ ରନର ପାହାଡ଼ ଠିଆ କଲେ ଜୁନିୟର ସେହୱାଗ

ନୂଆଦିଲ୍ଲୀ,୧୨।୧୧: ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି, ଭାରତ ୨୦୨୬ ଅଣ୍ଡର-୧୯ ଏସିଆ କପର ଟାଇଟଲ ଜିତିବା ଠାରୁ ମାତ୍ର ଗୋଟିଏ…

ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ତଦାରଖ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଞ୍ଜାମ ଜିଲାର ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ଜିଲାରେ ଚାଲିଥିବା ଘରକୁ…

ଆଫଗାନିସ୍ତାନକୁ ହରାଇ ଫାଇନାଲ୍‌ରେ ଭାରତ; ଟାଇଟଲ୍‌ ଲଢ଼େଇରେ ପାକିସ୍ତାନ ସହ ମହାମୁକାବିଲା

ନୂଆଦିଲ୍ଲୀ, ୧୨।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତ ଏଥିରେ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ…

ଟେକ୍‌-ଅଫ୍‌ ବେଳେ ରନ୍‌ୱେରୁ ଖସିଲା ହେଲିକପ୍ଟର, ମହିଳା ପାଇଲଟ୍‌…

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ସୋଲାପୁର ବିମାନବନ୍ଦରରେ ଗୁରୁବାର ଏକ ଅଘଟଣ ଘଟିଛି । ଉଡ଼ାଣ ଭରିବା ସମୟରେ ଏକ ଟ୍ରେନିଂ ବିମାନ ରନ୍‌ୱେରୁ ଖସିଯାଇଛି । ଜଣେ ମହିଳା…

୨୦ ଫୁଟ୍‌ର ଜୀବନ୍ତ ଅଜଗର ପିଠିରେ ପିଲାଙ୍କ ଖେଳ! ସାପକୁ ସ୍ଲାଇଡ୍‌ କରି ମଜା ନେଲେ ଶିଶୁ, ଭିଡିଓ ଭାଇରାଲ୍‌

ସୋସିଆଲ୍‌ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଇଣ୍ଡୋନେସିଆର ବୋଲି ଦାବି କରାଯାଉଛି । ଏଥିରେ କିଛି ପିଲା…

ଅଣ୍ଡର-୧୯ ଏସିଆ କପ: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ପାକିସ୍ତାନ; ଭାରତ ସହ ହୋଇପାରେ…

ନୂଆଦିଲ୍ଲୀ,୧୨।୧୧: ଅଣ୍ଡର-୧୯ ଏସିଆ କପର ପ୍ରଥମ ଫାଇନାଲିଷ୍ଟ (ଅନ୍ତିମ ପର୍ଯ୍ୟାୟକୁ ଯାଇଥିବା ଦଳ) ସ୍ଥିର ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଚଳିତ ଚାମ୍ପିୟନ ପାକିସ୍ତାନ…

ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଜେଲ୍‌ଗଲେ ଅଭିଯୁକ୍ତ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିବା ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନାରାୟଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?