Posted inଫୁରସତ

ଭାରତର ସବୁଠୁ ବଡ଼ ଲୁଣ ମରୁଭୂମି

ସାଧାରଣତଃ ମରୁଭୂମି କହିଲେ ବିସ୍ତୀର୍ଣ୍ଣ ବାଲି, ବିଭିନ୍ନ ପ୍ରକାର କଣ୍ଟାଗଛ ଏବଂ ଓଟ ବାସ କରୁଥିବା ସ୍ଥାନକୁ ବୁଝାଇଥାଏ। ମାତ୍ର ଭାରତରେ ଏମିତି ଏକ ମରୁଭୂମି ଅଛି, ଯାହାକୁ ଲୁଣର ମରୁଭୂମି କୁହାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ମରୁଭୂମି ରହିଛି ଗୁଜରାଟରେ। ଆରବସାଗରଠାରୁ ୧୦୦ କିଲୋମିଟର ଦୂର ବଞ୍ଜର ମରୁଭୂମିରେ ବରଫ ପରି ଲୁଣ ବିସ୍ତୃତ ଭାବରେ ପଡ଼ିଥିବାର ଦେଖିବାକୁ ମିଳେ। ସ୍ଥାନେ ସ୍ଥାନେ ଏହାକୁ ଏକାଠି ଗଦାକରି ରଖାଯାଇଥାଏ। କଇଁଛପରି ଏହି ସ୍ଥାନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ବଡ଼ଭାଗଟି ୧୮ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଛୋଟ ଅଂଶଟି ୫ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏଠାରୁ ଭାରତର ୭୫ ପ୍ରତିଶତ ଲୁଣ ମିଳିଥାଏ।


ପ୍ରତିବର୍ଷ ବର୍ଷାଦିନରେ ଏଠାରେ ବନ୍ୟା ଆସିଥାଏ। ଫଳରେ ଲୁଣ ସବୁ ଉଭାନ ହୋଇଯାଏ। କିନ୍ତୁ ଗତ ୨୦୦ ବର୍ଷ ଧରି ଏଠାରେ ଲୁଣର ଏକ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ଅକ୍ଟୋବରରେ ପଡ଼ୋଶୀ ସୁରେନ୍ଦ୍ରନଗର ଜିଲାରୁ କୋହଲି ଏବଂ ଅଗରିଆ ଜନଜାତିର ଲୋକେ ଏଠାକୁ ଆସି ବସବାସ କରି ରହୁଛନ୍ତି। ଲୁଣ କ୍ଷେତ୍ରର ଦେଖାଶୁଣା କରୁଛନ୍ତି। ଏହି କ୍ଷେତ ଜୁନ୍‌ ପର୍ଯ୍ୟନ୍ତ ଚାଲିଥାଏ। ବହୁତ କଷ୍ଟରେ ଏଠାରେ ଶ୍ରମିକମାନେ କାମ କରିଥାନ୍ତି। ଅକ୍ଟୋବରରୁ-ନଭେମ୍ବର ବର୍ଷା ବନ୍ଦ ହୋଇଯିବା ପରେ ଲୁଣ ମାରିବା ପ୍ରକ୍ରିୟା ଆରମ୍ଭ ହୁଏ। ପାଣିକୁ ଏଠାକି କରି ରଖିବାକୁ ପଡ଼େ। ସୂର୍ଯ୍ୟକିରଣରେ ଏହା ବାଷ୍ପୀଭୂତ ହେବା ପରେ ଯାହା ବଳକା ରହେ ତାହା ଲୁଣ ଆକାରରେ ବାହାରିଥାଏ। ଶ୍ରମିକମାନେ ଏପରି ଭାବରେ ୧୮ଟି ଜମିରୁ ଲୁଣ ପ୍ରସ୍ତୁତ କରିଥାନ୍ତି। ଲୁଣଚାଷୀ ଋଷିଭାଇ କୁହନ୍ତି, ପାଞ୍ଚ ପିଢ଼ି ଧରି ଲୁଣଚାଷ କରିଆସୁଛନ୍ତି। ପ୍ରତିବର୍ଷ ୯ ମାସ ପାଇଁ ସପରିବାର ଏଠାକୁ ଆସିଥା’ନ୍ତି। ଜୁନ୍‌ ପରେ ବର୍ଷା ଆରମ୍ଭ ହୋଇଗଲେ ନିଜ ଘରକୁ ଚାଲିଯାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri