Posted inଜାତୀୟ

ଭାରତ ଆସିବ ଆଫ୍ରିକୀୟ ଚିତା: କେନ୍ଦ୍ରକୁ ମିଳିଲା ସୁପ୍ରିମକୋର୍ଟ ଅନୁମତି

ନୂଆଦିଲ୍ଲୀ,୨୯ା୧(ପି.ଟି.): ନାମ୍ବିଆରୁ ଆଫ୍ରିକୀୟ ଚିତାବାଘକୁ ଭାରତ ଅଣାଯିବ। ତାକୁ ପରୀକ୍ଷାମୂଳକ ଭାବେ ଭାରତର ପାଣିପାଗରେ ଖାପଖୁଆଇ ରହିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ଏହି ଯୋଜନାକୁ ପ୍ରାୟ ୧୦ ବର୍ଷ ପରେ ଅନୁମତି ମିଳିଛି। କାରଣ ସରକାରଙ୍କ ନାମ୍ବିଆରୁ ଚିତା ଆଣିବା ଯୋଜନା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ।
ସୁପ୍ରିମକୋର୍ଟରେ ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି (ଏନ୍‌ଟିସିଏ) ଏକ ପିଟିଶନ ଦାଏର କରିଥିଲେ। ଦେଶରେ ବିରଳ ଭାରତୀୟ ଚିତା ନିଶ୍ଚିହ୍ନ ହେବାରେ ଲାଗିଥିବା ଦର୍ଶାଇ ନାମ୍ବିଆରୁ ଆଫ୍ରିକୀୟ ଚିତାବାଘ ଆଣିବା ପାଇଁ ଅନୁମତି ମାଗିଥିଲେ। କାରଣ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷା ଯୋଜନାକୁ ନେଇ ସର୍ବୋଚ୍ଚ ଅଦାଲତ ଅନୁଧ୍ୟାନ କରୁଛନ୍ତି। ଶୀର୍ଷ ଅଦାଲତ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏନ୍‌ଟିସିଏକୁ ପରାମର୍ଶ ଦେବା ପାଇଁ ଉକ୍ତ କମିଟିରେ ଓ୍ବାଇଲ୍ଡଲାଇଫ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିଂ, ଓ୍ବାଇଲ୍ଡ ଲାଇଫ୍‌ ଇଣ୍ଡିଆ ମହାନିର୍ଦ୍ଦେଶକ ଧନଞ୍ଜୟ ମୋହନ ଏବଂ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଓ୍ବାଇଲ୍ଡଲାଇଫ୍‌ ଡିଆଇଜିଙ୍କୁ ରଖାଯାଇଛି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ବି.ଆର୍‌. ଗଭାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଅଦାଲତ ଏହି ପ୍ରୋଜେକ୍ଟକୁ ଅନୁଧ୍ୟାନ କରିବେ ଏବଂ କମିଟି ପ୍ରତି ୪ ମାସରେ ଥରେ ରିପୋର୍ଟ ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ

କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

ବିଧାନସଭାର ପୁରୁଣା ପରମ୍ପରା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୨୮।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଗୁରୁବାର ବିଧାନସଭାରେ ଏକ ପୁରୁଣା ପରମ୍ପରା ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ବିଧାନସଭାର ଅପରାହ୍ନ ଅଧିବେଶନ ସମୟରେ ସେ ନିଜ ପାଇଁ ନିର୍ଦ୍ଧାରିତ…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

NDA Vs INDIA : ଏବେ ନିର୍ବାଚନ ହେଲେ କିଏ ଗଢିବ ସରକାର? ସାମ୍ନାକୁ ଆସିଲା ଚମକାଇଦେଲା ଭଳି ନମ୍ବର

ନୂଆଦିଲ୍ଲୀ,୨୮।୮: ଆଜି ଯଦି ଦେଶରେ ଲୋକ ସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣି ଥରେ NDA ସରକାର ଗଠନ କରିପାରେ ବୋଲି MOTN ସର୍ଭେରେ ଆକଳନ…

ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…

ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri