Posted inଜାତୀୟ

ଭାଜପା ଏମ୍‌ପିଙ୍କ ‘ପାଠଶାଳା’ରେ କାହିଁକି ପଛରେ ବସିଲେ ମୋଦି

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ଶନିବାର ଆୟୋଜିତ ପାଠଶାଳା ବା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ରାଜ୍ୟ ସଭା ଓ ଲୋକ ସଭାର ପ୍ରାୟ ସମସ୍ତ ଏମ୍‌ପି ଯୋଗ ଦେଇଥିଲେ। ହେଲେ ଏହି ସମୟରେ ପ୍ରଧାନମନ୍ତ୍ରୀ ପଛରେ ବସିଥିବାର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। କାରଣ ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଲଗା ସ୍ଥାନ ହେବାକଥା ଓ ଏହା ମଞ୍ଚର ସବୁଠାରୁ ଆକର୍ଷଣୀୟ ସ୍ଥାନ ବା ଉଚ୍ଚ ସ୍ଥାନ ହେବା କଥା। ହେଲେ ଭାଇରାଲ ହେଉଥିବା ଉକ୍ତ ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସ୍ଥାନରେ ବସିଛନ୍ତି ତାଙ୍କ ଆଗ ଆସନରେ ମନୋଜ ତିଓ୍ବାରୀ ଓ ଅନ୍ୟ ଏମ୍‌ପିମାନେ ନଜର ଆସୁଛନ୍ତି। ସେହିପରି ତାଙ୍କ ପଛକୁ ମହିଳା ଏମ୍‌ପିମାନେ ବସିଛନ୍ତି। ତେଣୁ ମୋଦି କାହିଁକି ଏଠି ବସିଛନ୍ତି ବୋଲି ପ୍ରଶ୍ନ ଉଠିଛି। ଏହାପରେ ଜାଣିବାକୁ ମିଳିଛି କି ଏହା ଏମ୍‌ପିଙ୍କ ପାଠଶାଳା, ଯେଉଁଠି ଏମ୍‌ପିମାନଙ୍କୁ ତାଲିମ ଦିଆଯାଉଛି। ଆଉ ମୋଦି ହେଉଛନ୍ତି ବାରଣାସୀର ଏମ୍‌ପି ତେଣୁ ସେ ମଧ୍ୟ ସାଧାରଣ ଏମ୍‌ପିଙ୍କ ଭଳି ପଛ ଧାଡିରେ ବସି ପ୍ରେଜେଣ୍ଟେଶନ ଶୁଣୁଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଗୁଜରାଟରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶା ପାଇଁ…

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ।…

ଅସ୍ତିତ୍ୱ ଖୋଜୁଛି ଜଳାଶୟ, ସଭିଁଏ ନୀରବ

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଏକଦା ବନ୍ଧ, କଟା ଭଳି ଅନେକ ଜଳାଶୟ ରହିଥିଲା। ଦୂରଦୃଷ୍ଟି ରଖି ପୂର୍ବପୁରୁଷମାନେ ନିଜେ ଶ୍ରମଦାନ କରି ସେଗୁଡ଼ିକ ଖୋଲିଥିଲେ। ସେହି ଜଳାଶୟ…

ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର, ଗ୍ୟାସ ସିଲିଣ୍ଡର, ପେଟ୍ରୋଲ, ଡିଜେଲକୁ ନେଇ ବଡ଼ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୫।୫: ସୋମବାର, ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ପଶ୍ଚିମ ଏସିଆରେ ଉତ୍ତେଜନା ସତ୍ତ୍ୱେ, ଘରୋଇ LPG ଏବଂ ଇନ୍ଧନର ଯୋଗାଣ ସ୍ଥିର ଏବଂ ନିରବଚ୍ଛିନ୍ନ ରହିଛି। ପେଟ୍ରୋଲ,…

ଓଏଏସ୍‌ ସ୍ତରରେ ଅଦଳବଦଳ: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୫।୫(ସୁନିତ୍‌ ମିଶ୍ର):ଓଏଏସ୍‌ ଅଫିସରସ୍ତରରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ଓଏଏସ୍‌ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ…

ଟିଏମ୍‌ସିର ୧୫ ବର୍ଷ ଶାସନର ଘଟିଲା ପତନ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ସରକାର ଗଢ଼ିବ ଭାଜପା

କୋଲକାତା,୪ା୫(ପି.ଟି.):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ…

ଆସାମରେ ହ୍ୟାଟ୍ରିକ୍‌ କଲା ଭାଜପା: କଂଗ୍ରେସ ଆଶା ଧୂଳିସାତ୍‌

ଗୁଆହାଟୀ,୪ା୫:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇ ହ୍ୟାଟ୍ରିକ୍‌ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri