ଭାଙ୍ଗିଗଲା ନୂଆଗାଁ ମାଇନର କେନାଲର କଂକ୍ରିଟ୍‌ ଢଳେଇ

ପରଜଙ୍ଗ, ୧୪।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତର ଚାଷୀଙ୍କ ଜଳସେଚନର ପ୍ରମୁଖ ମାଧ୍ୟମ ନୂଆଗାଁ ମାଇନର କେନାଲର ୨୦ଫୁଟ କଂକ୍ରିଟ୍‌ ଢଳେଇ ଭାଙ୍ଗିଯାଇଛି। ଅଞ୍ଚଳର ଶତାଧିକ ଚାଷୀ ଉକ୍ତ କେନାଲ ପାଣି ଉପରେ ଭରସା କରି ଧାନ ଚାଷ କରିଥିଲେ। ଗଛରୁ ଧାନ ବାହାରିବା ବେଳେ ହିଁଁ କେନାଲ ଭାଙ୍ଗିଯାଇଛି। ଏବେ ଜମିକୁ କିପରି ପାଣି ପହଞ୍ଚିବ ସେହି ଚିନ୍ତା ଘାରିଛି। ନିମ୍ନମାନର କାର୍ଯ୍ୟରୁ ଏପରି ସମସ୍ୟା ଉପୁଜିଥିବା ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି।
ଅନିୟମିତତା ବର୍ଷାରେ ଅଞ୍ଚଳର ଚାଷ ବିଶେଷଭାବେ ପ୍ରଭାବିତ ହେଉଛି। ସ୍ବଳ୍ପ ବର୍ଷା ସମୟରେ ଉକ୍ତ କେନାଲ ଚାଷୀଙ୍କ ସାହାଭରସା ପାଲଟିଥାଏ। ତେବେ ଦୁଇଦିନ ତଳେ କଇଁଆନାଳି ନିକଟରେ ଉକ୍ତ କେନାଲରେ ୨୦ଫୁଟରୁ କଂକ୍ରିଟ ଢଳେଇ ଧୋଇଯାଇଛି। ଚାଷୀଙ୍କ କହିବା କଥା, ଏଆର୍‌ଏସ୍‌ଏସ୍‌ ସଂସ୍ଥା ପକ୍ଷରୁ କିଛିଦିନ ତଳେ ଉକ୍ତ କେନାଲ ନିର୍ମାଣ କାମ ଶେଷହୋଇଛି। କେନାଲ କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ସେମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ସମୟରେ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ପାଣି ଛଡ଼ାଯିବାର ଅଳ୍ପଦିନ ପରେ କେନାଲର କିଛି ଅଂଶ ଭାଙ୍ଗିଯାଇଥିଲା। ନିର୍ମାଣକାରୀ ସଂସ୍ଥା ହେୟଜ୍ଞାନ କରିବାରୁ ଚାଷୀମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏହାର ମରାମତି କରିଥିଲେ। ଉକ୍ତ ସ୍ଥାନଠାରୁ କିଛି ଦୂରରେ ପୁଣିଥରେ କେନାଲ ଭାଙ୍ଗିଯାଇଛି। ନିମ୍ନମାନର କାମ ଯୋଗୁ ଆଗାମୀ ଦିନରେ କେନାଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ଥିବା ଚାଷୀ ସମୀର ବିଶ୍ୱାଳ, ସୁଧୀର ବିଶ୍ୱାଳ, ଦୁଃଶାସନ ବିଶ୍ୱାଳ, ଶଙ୍କର୍ଷଣ ଖୁଣ୍ଟିଆ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ନେଇ ଏଆର୍‌ଏସ୍‌ଏସ୍‌ର ସାଇଡିଂ ଇନ୍‌ଚାର୍ଜ ବିଭୁପଦ ଶର୍ମା କୁହନ୍ତି, ଅଭିଯୋଗ ପରେ ଘଟଣାସ୍ଥଳ ପରିଦର୍ଶନ କରାଯାଇଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିଭାଗୀୟ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ମଲ୍ଲିକ କୁହନ୍ତି, କମ୍ପାନୀକୁ ବର୍ଷକ ପାଇଁ କେନାଲ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ଭାଙ୍ଗି ଯାଇଥିବା ସ୍ଥାନ ମରାମତି କରିବାକୁ କୁହାଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। କାମ ଭଲ ହୋଇଥିଲା। ଅଧିକ ପାଣି ଆସିବାରୁ ଏହା ଭାଙ୍ଗିଯାଇଛି। ଉକ୍ତ ସ୍ଥାନକୁ ଅଧିକ ଉଚ୍ଚା କରାଯିବ ବୋଲି ଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?