ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ : ଯୁକ୍ତ ୩ ପରୀକ୍ଷା ଫଳ: କମିଲା ପାସ୍‌ ହାର

ଭଦ୍ରକ ଅଫିସ, ୯।୬ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଛାତ୍ରୀ ଆଗରେ ଅଛନ୍ତି। ମୋଟ ୧୯ ବିଭାଗ ମଧ୍ୟରୁ ୧୪ଟିରେ ଛାତ୍ରୀ ଓ ୫ଟିରେ ଛାତ୍ର ଟପ୍ପର ହୋଇଛନ୍ତି। ବିଜ୍ଞାନ ବିଭାଗ ଗଣିତ ସମ୍ମାନରେ ରାହୁଲ ଆନନ୍ଦ ସିଂ ୧୨୯୩, କଳାରେ ସଂସ୍କୃତ ବିଭାଗରେ ଜ୍ୟୋତ୍ସ୍ନାରାଣୀ ଜେନା ୧୧୪୨ ଓ ବାଣିଜ୍ୟରେ ବସୁଧା ଶର୍ମା ୧୧୦୮ ନମ୍ବର ରଖି ଟପ୍ପର ହୋଇଛନ୍ତି। ୩ ଷ୍ଟ୍ରିମର ୧୯ଟି ସମ୍ମାନ ବିଭାଗ ମଧ୍ୟରୁ ଇତିହାସ, ଦର୍ଶନଶାସ୍ତ୍ର, ରାଜନୀତି ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ସାଇନ୍ସକୁ ବାଦ୍‌ ଦେଲେ ଅନ୍ୟ ୧୪ ବିଭାଗରେ ଆଗରେ ଅଛନ୍ତି ଛାତ୍ରୀ। ୭୯.୨୭ ପ୍ରତିଶତ ପାସ୍‌ ହାର ରହିଥିବା ବେଳେ ଗତବର୍ଷ ତୁଳନାରେ ଚଳିତବର୍ଷ କମିଥିବା ସୂଚନା ମିଳିଛି।
ମହାବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଅନୁଯାୟୀ, ଗତବର୍ଷ କଳା ପାସ୍‌ ହାର ୯୦.୬୧ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ୮୫.୯ ପ୍ରତିଶତକୁ କମିଛି। ସେହିପରି ଗତବର୍ଷ ବିଜ୍ଞାନରେ ୮୧.୫୩ ପ୍ରତିଶତ ପାସ୍‌ ହାର ଥିବାବେଳେ ଚଳିତବର୍ଷ ୮୧, ବାଣିଜ୍ୟରେ ପୂର୍ବବର୍ଷ ୮୬.୫୫ ପ୍ରତିଶତ ଥିବାବେଳେ ଏଥର ୬୮.୧୮ ପ୍ରତିଶତ ରହିଛି। ଗଣିତ ସମ୍ମାନ ଟପ୍ପର ରାହୁଲ କଲେଜ ଟପ୍ପର ଘୋଷିତ ହୋଇଛନ୍ତି। କଳାରେ ସଂସ୍କୃତ ବିଭାଗର ଜ୍ୟୋତ୍ସ୍ନାରାଣୀ ଓ ବାଣିଜ୍ୟରେ ବସୁଧା ଟପ୍ପର ହୋଇଛନ୍ତି। ସେହିଭଳି ଅର୍ଥନୀତିରେ ସାବିତ୍ରୀ ଦାଶ ୧୦୦୭, ଶିକ୍ଷାରେ ମଞ୍ଜୁଲତା ସାହୁ ୧୦୯୨, ଇଂଲିଶରେ ସଙ୍ଗୀତା ପାଣିଗ୍ରାହୀ ୮୮୫, ହିନ୍ଦୀରେ ତାପସୀ ବେହେରା ୧୦୦୪, ଇତିହାସରେ ବିଜୟ କୁମାର ନାଇକ ୮୯୪, ଓଡ଼ିଆରେ ଅନିତା ଧଳ ୧୧୩୭, ଦର୍ଶନଶାସ୍ତ୍ରରେ ମଧୁସୂଦନ ମାଝି ୯୩୫, ରାଜନୀତି ବିଜ୍ଞାନରେ ସଞ୍ଜୟ କୁମାର ସାହୁ ୧୦୦୫, ମନସ୍ତତ୍ତ୍ବ ବିଜ୍ଞାନରେ ଜୟଶ୍ରୀ ମଲ୍ଲିକ ୧୦୯୪, ସାମାଜ ବିଜ୍ଞାନରେ ଲଳିତା ଦାସ ୧୦୪୯, ଊର୍ଦ୍ଦୁରେ ନିଖତ ଫିର୍ଦ୍ଦୋସ ୧୦୦୮ ନମ୍ବର ରଖି ଶୀର୍ଷରେ ଅଛନ୍ତି। ବିଜ୍ଞାନ ସମ୍ମାନ ବିଭାଗରେ ଉଦ୍ଭିଦ ବିଜ୍ଞାନରେ ଗାୟତ୍ରୀ ପରିଡ଼ା ୧୨୧୯, ରସାୟନ ବିଜ୍ଞାନରେ ବିଦ୍ୟୁତପ୍ରଭା ମଲିକ ୧୧୬୦, ଭୌତିକ ବିଜ୍ଞାନରେ ଦୀପ୍ତିମୟୀ ସାହୁ ୧୨୨୫, ପ୍ରାଣୀବିଜ୍ଞାନରେ ରଶ୍ମିରେଖା ମୁଦୁଲି ୧୧୮୯ ଓ କମ୍ପ୍ୟୁଟର ସାଇନ୍ସରେ ହିମାଂଶୁ ଶେଖର ସାହୁ ୧୧୬୧ ନମ୍ବର ରଖି ଟପ୍ପର ହୋଇଛନ୍ତି। କଲେଜର ମୋଟ ୮୭୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୬୯୬ ଜଣ ପାସ୍‌ କରିଛନ୍ତି। କଳାରେ ୩୬୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୧୩ ଜଣ ପାସ୍‌ ହୋଇଛନ୍ତି। ସେହିପରି ବିଜ୍ଞାନରେ ୨୫୦ ଜଣଙ୍କ ମଧ୍ୟରୁ ୨୦୩ ଏବଂ ବାଣିଜ୍ୟରେ ୨୬୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୮୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଧ୍ୟକ୍ଷ ଡ. ପ୍ରସନ୍ନ ବିଶ୍ୱାଳଙ୍କ ଦ୍ୱାରା ପରୀକ୍ଷା ଫଳାଫଳ ପୁସ୍ତିକା ପ୍ରକାଶିତ ହୋଇଥିଲା। ପରୀକ୍ଷା ନିୟନ୍ତ୍ରକ ଡ. ମୃତ୍ୟୁଞ୍ଜୟ ଦାସ, ସହ ପରୀକ୍ଷା ନିୟନ୍ତ୍ରକ ଲକ୍ଷ୍ମୀକାନ୍ତ ନାୟକ, ସେକ୍ସନ ହେଡ୍‌ ସୁରେଶ ଚନ୍ଦ୍ର ରାଉତ, ପ୍ରାଧ୍ୟାପକ ଦୁର୍ଗାଶଙ୍କର ଦାସ, ଡ. ସୁବୋଧ ଚନ୍ଦ୍ର ମିଶ୍ର ଓ ଡ. ପଦ୍ମନାଭ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ କଲେ ବିଡିଓ-ତହସିଲଦାର

ଭଞ୍ଜନଗର,୮/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡାରେ ବିଗତ କିଛି ବର୍ଷ ହେବ ଲଗାତାର ଗ୍ରାମର ଲୋକଙ୍କୁ ଜଣ୍ଡିସ ହେଉଛି। ଏହାଦ୍ୱାରା ଗ୍ରାମର ଶିଶୁଠାରୁ ଆରମ୍ଭ…

୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ମହିଳାଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୮।୬: ରାଜ୍ୟ କ୍ୟାବିନେଟ୍‌ରେ ସୋମବାର ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଲୋକସେବା ଭବନର…

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ରେ ସୋମବାର ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀର ତାଣ୍ଡବ ପ୍ରଭାବରେ…

ରଜକ ସମାଜ ନୂତନ କର୍ମକର୍ତ୍ତା ଚୟନ: ରାଧାମୋହନ-କହ୍ନେଇଙ୍କୁ ବଡ଼ ଦାୟିତ୍ୱ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଯୋଗୀମାରୀ ଠାରେ ରଜକ ସମାଜ ଉପରଅଣଗିରୀ ମୁଠାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସୋମବାର ଅନୁଷ୍ଠିତ ହୋଇଯାଇଛି।…

ମମତାଙ୍କୁ ୪୨୦ ଭୋଲ୍ଟର ଝଟ୍‌କା: ୨୦ ଏମ୍‌ପି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ଦଳର ୨୦ ଜଣ ଏମ୍‌ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri