Posted inUncategorized

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ : ଯୁକ୍ତ ୩ ପରୀକ୍ଷା ଫଳ: କମିଲା ପାସ୍‌ ହାର

ଭଦ୍ରକ ଅଫିସ, ୯।୬ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଛାତ୍ରୀ ଆଗରେ ଅଛନ୍ତି। ମୋଟ ୧୯ ବିଭାଗ ମଧ୍ୟରୁ ୧୪ଟିରେ ଛାତ୍ରୀ ଓ ୫ଟିରେ ଛାତ୍ର ଟପ୍ପର ହୋଇଛନ୍ତି। ବିଜ୍ଞାନ ବିଭାଗ ଗଣିତ ସମ୍ମାନରେ ରାହୁଲ ଆନନ୍ଦ ସିଂ ୧୨୯୩, କଳାରେ ସଂସ୍କୃତ ବିଭାଗରେ ଜ୍ୟୋତ୍ସ୍ନାରାଣୀ ଜେନା ୧୧୪୨ ଓ ବାଣିଜ୍ୟରେ ବସୁଧା ଶର୍ମା ୧୧୦୮ ନମ୍ବର ରଖି ଟପ୍ପର ହୋଇଛନ୍ତି। ୩ ଷ୍ଟ୍ରିମର ୧୯ଟି ସମ୍ମାନ ବିଭାଗ ମଧ୍ୟରୁ ଇତିହାସ, ଦର୍ଶନଶାସ୍ତ୍ର, ରାଜନୀତି ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ସାଇନ୍ସକୁ ବାଦ୍‌ ଦେଲେ ଅନ୍ୟ ୧୪ ବିଭାଗରେ ଆଗରେ ଅଛନ୍ତି ଛାତ୍ରୀ। ୭୯.୨୭ ପ୍ରତିଶତ ପାସ୍‌ ହାର ରହିଥିବା ବେଳେ ଗତବର୍ଷ ତୁଳନାରେ ଚଳିତବର୍ଷ କମିଥିବା ସୂଚନା ମିଳିଛି।
ମହାବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଅନୁଯାୟୀ, ଗତବର୍ଷ କଳା ପାସ୍‌ ହାର ୯୦.୬୧ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ୮୫.୯ ପ୍ରତିଶତକୁ କମିଛି। ସେହିପରି ଗତବର୍ଷ ବିଜ୍ଞାନରେ ୮୧.୫୩ ପ୍ରତିଶତ ପାସ୍‌ ହାର ଥିବାବେଳେ ଚଳିତବର୍ଷ ୮୧, ବାଣିଜ୍ୟରେ ପୂର୍ବବର୍ଷ ୮୬.୫୫ ପ୍ରତିଶତ ଥିବାବେଳେ ଏଥର ୬୮.୧୮ ପ୍ରତିଶତ ରହିଛି। ଗଣିତ ସମ୍ମାନ ଟପ୍ପର ରାହୁଲ କଲେଜ ଟପ୍ପର ଘୋଷିତ ହୋଇଛନ୍ତି। କଳାରେ ସଂସ୍କୃତ ବିଭାଗର ଜ୍ୟୋତ୍ସ୍ନାରାଣୀ ଓ ବାଣିଜ୍ୟରେ ବସୁଧା ଟପ୍ପର ହୋଇଛନ୍ତି। ସେହିଭଳି ଅର୍ଥନୀତିରେ ସାବିତ୍ରୀ ଦାଶ ୧୦୦୭, ଶିକ୍ଷାରେ ମଞ୍ଜୁଲତା ସାହୁ ୧୦୯୨, ଇଂଲିଶରେ ସଙ୍ଗୀତା ପାଣିଗ୍ରାହୀ ୮୮୫, ହିନ୍ଦୀରେ ତାପସୀ ବେହେରା ୧୦୦୪, ଇତିହାସରେ ବିଜୟ କୁମାର ନାଇକ ୮୯୪, ଓଡ଼ିଆରେ ଅନିତା ଧଳ ୧୧୩୭, ଦର୍ଶନଶାସ୍ତ୍ରରେ ମଧୁସୂଦନ ମାଝି ୯୩୫, ରାଜନୀତି ବିଜ୍ଞାନରେ ସଞ୍ଜୟ କୁମାର ସାହୁ ୧୦୦୫, ମନସ୍ତତ୍ତ୍ବ ବିଜ୍ଞାନରେ ଜୟଶ୍ରୀ ମଲ୍ଲିକ ୧୦୯୪, ସାମାଜ ବିଜ୍ଞାନରେ ଲଳିତା ଦାସ ୧୦୪୯, ଊର୍ଦ୍ଦୁରେ ନିଖତ ଫିର୍ଦ୍ଦୋସ ୧୦୦୮ ନମ୍ବର ରଖି ଶୀର୍ଷରେ ଅଛନ୍ତି। ବିଜ୍ଞାନ ସମ୍ମାନ ବିଭାଗରେ ଉଦ୍ଭିଦ ବିଜ୍ଞାନରେ ଗାୟତ୍ରୀ ପରିଡ଼ା ୧୨୧୯, ରସାୟନ ବିଜ୍ଞାନରେ ବିଦ୍ୟୁତପ୍ରଭା ମଲିକ ୧୧୬୦, ଭୌତିକ ବିଜ୍ଞାନରେ ଦୀପ୍ତିମୟୀ ସାହୁ ୧୨୨୫, ପ୍ରାଣୀବିଜ୍ଞାନରେ ରଶ୍ମିରେଖା ମୁଦୁଲି ୧୧୮୯ ଓ କମ୍ପ୍ୟୁଟର ସାଇନ୍ସରେ ହିମାଂଶୁ ଶେଖର ସାହୁ ୧୧୬୧ ନମ୍ବର ରଖି ଟପ୍ପର ହୋଇଛନ୍ତି। କଲେଜର ମୋଟ ୮୭୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୬୯୬ ଜଣ ପାସ୍‌ କରିଛନ୍ତି। କଳାରେ ୩୬୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୧୩ ଜଣ ପାସ୍‌ ହୋଇଛନ୍ତି। ସେହିପରି ବିଜ୍ଞାନରେ ୨୫୦ ଜଣଙ୍କ ମଧ୍ୟରୁ ୨୦୩ ଏବଂ ବାଣିଜ୍ୟରେ ୨୬୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୮୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଧ୍ୟକ୍ଷ ଡ. ପ୍ରସନ୍ନ ବିଶ୍ୱାଳଙ୍କ ଦ୍ୱାରା ପରୀକ୍ଷା ଫଳାଫଳ ପୁସ୍ତିକା ପ୍ରକାଶିତ ହୋଇଥିଲା। ପରୀକ୍ଷା ନିୟନ୍ତ୍ରକ ଡ. ମୃତ୍ୟୁଞ୍ଜୟ ଦାସ, ସହ ପରୀକ୍ଷା ନିୟନ୍ତ୍ରକ ଲକ୍ଷ୍ମୀକାନ୍ତ ନାୟକ, ସେକ୍ସନ ହେଡ୍‌ ସୁରେଶ ଚନ୍ଦ୍ର ରାଉତ, ପ୍ରାଧ୍ୟାପକ ଦୁର୍ଗାଶଙ୍କର ଦାସ, ଡ. ସୁବୋଧ ଚନ୍ଦ୍ର ମିଶ୍ର ଓ ଡ. ପଦ୍ମନାଭ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?