ଭତ୍ତାରେ ପୂରୁନି ପରିବାରର ପେଟ; ସାହା ଖୋଜୁଛନ୍ତି ୭୦ ବର୍ଷୀୟା ଚମ୍ପା

ଛେଣ୍ଡିପଦା,୧୪।୧୦(ସ୍ବ.ପ୍ର.) ରୋଗରେ ବୋହୂ ଓ ସାପ କାମୁଡ଼ାରେ ପୁଅର ମୃତ୍ୟୁ ପରେ ୩ ନାତୁଣୀନାତିଙ୍କ ଭରଣପୋଷଣ କରୁଛନ୍ତି ବୃଦ୍ଧା ଜେଜେମା’। ବର୍ଷ କେଇଟା ତଳେ ଦେହରେ ବଳ ଥିଲା ତାଙ୍କର। ପର ବିଲରେ ମୂଲ ମଜୁରି କରି ୩ ପିଲାଙ୍କ ପେଟରେ ଦାନା ଦେଇପାରୁଥିଲେ ସେ। ହେଲେ ଏବେ ଆଉ ସେହି ବଳ ବୟସ ନାହିଁ। ଆଜିର ମହଙ୍ଗା ସମୟରେ ମିଳୁଥିବା ଭତ୍ତା ଅର୍ଥରେ ପରିବାରଟିଏ ଚଳାଇବା କେତେ ଯେ କଷ୍ଟଦାୟକ ତାହା ନା ବୁଝୁଛି ପ୍ରଶାସନ ନା ସରକାର। ତେଣୁ ଅସହାୟ ଅବସ୍ଥାରେ ଥିବା ଛେଣ୍ଡିପଦା ବ୍ଲକ ଟାଙ୍ଗିର ପଞ୍ଚାୟତ ପୁରୁଣାଗଡ ଗ୍ରାମର ୭୦ ବର୍ଷୀୟା ଚମ୍ପା ନାଏକ ଅଧିକ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ୩ ନାତୁଣୀନାତିଙ୍କ ପାଠପଢ଼ା ସହ ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନାରେ ଘର ଘଣ୍ଡିଏ ସରକାର କରିଦେଲେ ସେ ଚିନ୍ତାମୁକ୍ତ ହୋଇପାରନ୍ତେ ବୋଲି ଲୁହ ଛଳ ଛଳ ଆଖିରେ କହିଛନ୍ତି ବୃଦ୍ଧା ଚମ୍ପା ନାଏକ।
ପୁଅ, ବୋହୂ ଥିବାବେଳେ ଚିନ୍ତା ନ ଥିଲା ଚମ୍ପାଙ୍କର। ଠିକଣା ବାଟରେ ଚାଲିଥିଲା ତାଙ୍କ ଦୁଃଖ ସୁଖର ସଂସାର। ହେଲେ ୧୦ ବର୍ଷ ତଳେ ବୋହୂ କୁମାରୀ ନାଏକ ରୋଗଗ୍ରସ୍ତ ଅବସ୍ଥାରେ ଆଖି ବୁଜିଦେଲେ। ୩ ପିଲାଙ୍କୁ ନେଇ ସଂସାର ସଜାଡିବାକୁ ଚେଷ୍ଟା କରୁଥିବା ପୁଅ ବାବୁଲି ନାଏକ ମଧ୍ୟ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ। ଏହାପରେ ୩ ନାତୁଣୀ ନାତିଙ୍କୁ କେମିତି ବଡ଼ କରିବେ ସେହି ଚିନ୍ତାରେ ପଡିଥିଲେ ଚମ୍ପା। କଷ୍ଟେମଷ୍ଟେ ବଡ ନାତି ଦୀପକ ନାଏକଙ୍କୁ ଦଶମ ଯାଏ ପଢାଇଲେ। ହେଲେ ଅର୍ଥାଭାବରୁ ଦୀପକଙ୍କ ପାଠପଢାରେ ଏବେ ଡୋରି ବନ୍ଧା ହୋଇଛି। ସେହିପରି ସାନ ନାତି ବଟକୃଷ୍ଣ ନବମରେ ପଢୁଥିବାବେଳେ ନାତୁଣୀ ପାଠ ନ ପଢି ଘରେ ବସି ରହିଛି। ସରକାର ଭତ୍ତା ବାବଦରେ ୫ ଶହ ଓ ରାଶନ କାର୍ଡରେ ଚାଉଳ ଯୋଗାଣର ବ୍ୟବସ୍ଥା କରିଥିଲେ ମଧ୍ୟ ସେଥିରେ ୪ ପ୍ରାଣୀ ଚଳିବା କଷ୍ଟକର ହୋଇପଡୁଥିବା ଚମ୍ପା କହିଛନ୍ତି। ସେହିପରି ଘର ଖଣ୍ଡିଏ ନ ଥିବାରୁ ଭଙ୍ଗା ଚାଳିଆରେ ସେମାନେ ପଡି ରହିଛନ୍ତି। ଝଡ଼ବର୍ଷା ହେଲେ ଘରେ ରହି ନ ପାରି ବାରଦୁଆର ହେଉଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ପ୍ରଶାସନ ନିକଟରେ ସେ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଚମ୍ପା ଅଭିଯୋଗ କରିଛନ୍ତି। ଯଦି ସରକାର ମା’ ବାପା ଛେଉଣ୍ଡ ୩ ପିଲାଙ୍କ ପ୍ରତି ସହୃଦୟ ହୁଅନ୍ତେ ତା’ହେଲେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରନ୍ତା ବୋଲି ଚମ୍ପା ପ୍ରକାଶ କରିଛନ୍ତି। ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେରକେଟା କୁହନ୍ତି, ସମ୍ପୃକ୍ତ ପରିବାର ବିଷୟରେ ଖବର ପାଇଛି। ପୁରଣାଗଡ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ ସେମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଉଦ୍ୟମ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୫୭ ମାମଲାର ଫଇସଲା

ଦିଗପହଣ୍ଡି,୯|୫(ଅଶେଷ ନାଥ ମିଶ୍ର) ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ …

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

ସ୍ପେନରେ ନିଶା କାରବାରକୁ ଶକ୍ତ ଝଟକା, ୪୧ ଟନ କୋକେନ ଜବତ, ୭୭ ଗିରଫ

ମାଡ୍ରିଡ,୯।୫: ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି। କେବଳ ଏହି ଅପରେଶନଗୁଡ଼ିକ ମଧ୍ୟରୁ…

ସର୍ବସାଧାରଣ ପୋଖରୀ ଜବରଦଖଲ, ଆନ୍ଦୋଳନ ନିଷ୍ପତ୍ତି

ନୂଆପଡ଼ା,୯ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଭଏଁଷାଦାଦର ଗଁାରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ…

କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ: ଚେକ ବାଉନ୍ସ ମାମଲାରେ …

କେସିଙ୍ଗା,୯।୫(ତୁମେଶ୍ୱର ସାହୁ,): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ଦୀପ୍ତି ସେଠଙ୍କ ନେତୃତ୍ୱରେ…

ଘାଇରେ ଭାସୁଛି ମୃତଦେହ: ଚନ୍ଦ୍ରଗିରିରେ ଚାଞ୍ଚଲ୍ୟ

ମୋହନା,୯।୫( ମନ୍ମଥ ମିଶ୍ର ): ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା…

ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri