ଭତ୍ତାରେ ପୂରୁନି ପରିବାରର ପେଟ; ସାହା ଖୋଜୁଛନ୍ତି ୭୦ ବର୍ଷୀୟା ଚମ୍ପା

ଛେଣ୍ଡିପଦା,୧୪।୧୦(ସ୍ବ.ପ୍ର.) ରୋଗରେ ବୋହୂ ଓ ସାପ କାମୁଡ଼ାରେ ପୁଅର ମୃତ୍ୟୁ ପରେ ୩ ନାତୁଣୀନାତିଙ୍କ ଭରଣପୋଷଣ କରୁଛନ୍ତି ବୃଦ୍ଧା ଜେଜେମା’। ବର୍ଷ କେଇଟା ତଳେ ଦେହରେ ବଳ ଥିଲା ତାଙ୍କର। ପର ବିଲରେ ମୂଲ ମଜୁରି କରି ୩ ପିଲାଙ୍କ ପେଟରେ ଦାନା ଦେଇପାରୁଥିଲେ ସେ। ହେଲେ ଏବେ ଆଉ ସେହି ବଳ ବୟସ ନାହିଁ। ଆଜିର ମହଙ୍ଗା ସମୟରେ ମିଳୁଥିବା ଭତ୍ତା ଅର୍ଥରେ ପରିବାରଟିଏ ଚଳାଇବା କେତେ ଯେ କଷ୍ଟଦାୟକ ତାହା ନା ବୁଝୁଛି ପ୍ରଶାସନ ନା ସରକାର। ତେଣୁ ଅସହାୟ ଅବସ୍ଥାରେ ଥିବା ଛେଣ୍ଡିପଦା ବ୍ଲକ ଟାଙ୍ଗିର ପଞ୍ଚାୟତ ପୁରୁଣାଗଡ ଗ୍ରାମର ୭୦ ବର୍ଷୀୟା ଚମ୍ପା ନାଏକ ଅଧିକ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ୩ ନାତୁଣୀନାତିଙ୍କ ପାଠପଢ଼ା ସହ ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନାରେ ଘର ଘଣ୍ଡିଏ ସରକାର କରିଦେଲେ ସେ ଚିନ୍ତାମୁକ୍ତ ହୋଇପାରନ୍ତେ ବୋଲି ଲୁହ ଛଳ ଛଳ ଆଖିରେ କହିଛନ୍ତି ବୃଦ୍ଧା ଚମ୍ପା ନାଏକ।
ପୁଅ, ବୋହୂ ଥିବାବେଳେ ଚିନ୍ତା ନ ଥିଲା ଚମ୍ପାଙ୍କର। ଠିକଣା ବାଟରେ ଚାଲିଥିଲା ତାଙ୍କ ଦୁଃଖ ସୁଖର ସଂସାର। ହେଲେ ୧୦ ବର୍ଷ ତଳେ ବୋହୂ କୁମାରୀ ନାଏକ ରୋଗଗ୍ରସ୍ତ ଅବସ୍ଥାରେ ଆଖି ବୁଜିଦେଲେ। ୩ ପିଲାଙ୍କୁ ନେଇ ସଂସାର ସଜାଡିବାକୁ ଚେଷ୍ଟା କରୁଥିବା ପୁଅ ବାବୁଲି ନାଏକ ମଧ୍ୟ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ। ଏହାପରେ ୩ ନାତୁଣୀ ନାତିଙ୍କୁ କେମିତି ବଡ଼ କରିବେ ସେହି ଚିନ୍ତାରେ ପଡିଥିଲେ ଚମ୍ପା। କଷ୍ଟେମଷ୍ଟେ ବଡ ନାତି ଦୀପକ ନାଏକଙ୍କୁ ଦଶମ ଯାଏ ପଢାଇଲେ। ହେଲେ ଅର୍ଥାଭାବରୁ ଦୀପକଙ୍କ ପାଠପଢାରେ ଏବେ ଡୋରି ବନ୍ଧା ହୋଇଛି। ସେହିପରି ସାନ ନାତି ବଟକୃଷ୍ଣ ନବମରେ ପଢୁଥିବାବେଳେ ନାତୁଣୀ ପାଠ ନ ପଢି ଘରେ ବସି ରହିଛି। ସରକାର ଭତ୍ତା ବାବଦରେ ୫ ଶହ ଓ ରାଶନ କାର୍ଡରେ ଚାଉଳ ଯୋଗାଣର ବ୍ୟବସ୍ଥା କରିଥିଲେ ମଧ୍ୟ ସେଥିରେ ୪ ପ୍ରାଣୀ ଚଳିବା କଷ୍ଟକର ହୋଇପଡୁଥିବା ଚମ୍ପା କହିଛନ୍ତି। ସେହିପରି ଘର ଖଣ୍ଡିଏ ନ ଥିବାରୁ ଭଙ୍ଗା ଚାଳିଆରେ ସେମାନେ ପଡି ରହିଛନ୍ତି। ଝଡ଼ବର୍ଷା ହେଲେ ଘରେ ରହି ନ ପାରି ବାରଦୁଆର ହେଉଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ପ୍ରଶାସନ ନିକଟରେ ସେ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଚମ୍ପା ଅଭିଯୋଗ କରିଛନ୍ତି। ଯଦି ସରକାର ମା’ ବାପା ଛେଉଣ୍ଡ ୩ ପିଲାଙ୍କ ପ୍ରତି ସହୃଦୟ ହୁଅନ୍ତେ ତା’ହେଲେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରନ୍ତା ବୋଲି ଚମ୍ପା ପ୍ରକାଶ କରିଛନ୍ତି। ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେରକେଟା କୁହନ୍ତି, ସମ୍ପୃକ୍ତ ପରିବାର ବିଷୟରେ ଖବର ପାଇଛି। ପୁରଣାଗଡ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ ସେମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଉଦ୍ୟମ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri