ଭତା, ଆବାସ ଘର କାର୍ଯ୍ୟାଦେଶ ପାଏଲେ ଉତ୍ତର

ଅତାବିରା, ୨୮।୮ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାର ଉତ୍ତର ଝାଙ୍କର(୭୦) ଆର ମାଏକିନା ତାରା ଝାଙ୍କର(୬୫)। ଉତ୍ତର ଦିବ୍ୟାଙ୍ଗ ହେଇଥିଲାବେଲେ ତାରା ଝନେ ମାନ୍‌ସିକ ରୁଗୀ। ଇ ଦମ୍ପତି ନିହାତି ଗରିବ୍‌ ହେଇଥିଲାବେଲେ ତାକର ପିଲାଛୁଆ ବି ନଁାଇଁନ। ଦମ୍ପତି ଗୁଟେ ନଡ଼ାଛପର ମାଏଟ୍‌ କୁରିଆରେ ରହୁଥିଲେ। ହେଲେ ଆଏଜ୍‌କେ ୧୦ ବଛର ତଲେ ଝରି ବରଷାରେ ତାକର ଘରଟା ଭାଂଗି ଯାଇଥିଲା। ସେଦିନ୍‌ଠାନୁ ଦୁଇ ବୁଢ଼ାବୁଢ଼ି ଇନେ ସେନେ ହେଇ ଦିନ୍‌ ବିତଉଥିଲେ। ଇ ସମିଆରେ ତାରା ମାନ୍‌ସିକ ରୋଗ୍‌ରେ ପୀଡ଼ିତ ହେଇଥିଲେ। ଏନ୍‌ତାଥି ସେ କେତେବେଲେ ଉତ୍ତରକଁର ପାସେ ରହୁଥିଲାବେଲେ ଆରକେତେବେଲେ ଇଆଡ଼େ ସେଆଡ଼େ ବୁଲି ଜୀବନ୍‌ ବିତଉଛନ୍‌। ତାକର ଚିକିଛା ଲାଗି ଉତ୍ତର ସକ୍ଷମ ନୁହଁନ୍‌। ସେନ୍‌ତା ଇ ଦମ୍ପତି ବୁଢ଼ାବୁଢ଼ି ଭତା, ଆବାସ ଯୋଜନାରୁ ବି ବଁଚିତ୍‌ ହେଇ ରହିଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍‌ ଲାଗ୍‌ ଖବର ବାହାରିଥିଲା। ଖବର ବାହାରଲାରୁ ଥାନୀୟ ପରଶାସନର ଚେତା ପଶିଥିଲା। ପରଶାସନ ଉତ୍ତରକୁଁ ଭିନ୍ନକ୍ଷମ ଭତା ଯୁଗେଇ ଦେଇଥିଲାବେଲେ ତାରାକଁର ଭୋଟ ପରିଚଏପତର, ଆଧାର କାର୍ଡ ଅଭାବୁ ସେ ଭତାରୁ ବାଦ୍‌ ପଡ଼ିଥିଲେ। ହେଲେ ଧରିତ୍ରୀରେ ଇ ବାବ୍‌ଦେ ଫେନ୍‌ ଖବର ବାହାରଲାରୁ ପରଶାସନ ତାରାକଁର ଭୋଟ ପରିଚଏ ପତରର, ଆଧାର କାର୍ଡର ବେବସ୍‌ତା କରିଛେ। ସେନ୍‌ତା ପରଶାସନ ଉତ୍ତରକୁଁ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ବି ସାମିଲ କରିଛେ। ତା.୧୭.୮.୨୦୧୯ ପରଶାସନ ଘର ମଂଜୁର କରବାର ସଂଗେ ସୋମବାର କାର୍ଯ୍ୟାଦେଶ ସଂଖ୍ୟା ୪୨୫/୧୯ରେ ତାହାକୁ ଘର ତିଆରିବାକେ ଅନୁମତି ଦେଇଛେ। ତାରାକଁର ଭତା ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକକୁଁ ପଚରାଲାରୁ ତାହାକୁ ଭୋଟ ପରିଚଏ ପତର, ଆଧାର କାର୍ଡ ଯୁଗେଇ ଦିଆଯାଇଛେ। ସେ ଫର୍ମ ଭରି ଆବେଦନ କଲେ ଯେତେ ଜଲଦି ହେବା ତାହାକୁ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri