ଅତାବିରା, ୨୮।୮ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ ଉଦେପୁର ଗଁାର ଉତ୍ତର ଝାଙ୍କର(୭୦) ଆର ମାଏକିନା ତାରା ଝାଙ୍କର(୬୫)। ଉତ୍ତର ଦିବ୍ୟାଙ୍ଗ ହେଇଥିଲାବେଲେ ତାରା ଝନେ ମାନ୍ସିକ ରୁଗୀ। ଇ ଦମ୍ପତି ନିହାତି ଗରିବ୍ ହେଇଥିଲାବେଲେ ତାକର ପିଲାଛୁଆ ବି ନଁାଇଁନ। ଦମ୍ପତି ଗୁଟେ ନଡ଼ାଛପର ମାଏଟ୍ କୁରିଆରେ ରହୁଥିଲେ। ହେଲେ ଆଏଜ୍କେ ୧୦ ବଛର ତଲେ ଝରି ବରଷାରେ ତାକର ଘରଟା ଭାଂଗି ଯାଇଥିଲା। ସେଦିନ୍ଠାନୁ ଦୁଇ ବୁଢ଼ାବୁଢ଼ି ଇନେ ସେନେ ହେଇ ଦିନ୍ ବିତଉଥିଲେ। ଇ ସମିଆରେ ତାରା ମାନ୍ସିକ ରୋଗ୍ରେ ପୀଡ଼ିତ ହେଇଥିଲେ। ଏନ୍ତାଥି ସେ କେତେବେଲେ ଉତ୍ତରକଁର ପାସେ ରହୁଥିଲାବେଲେ ଆରକେତେବେଲେ ଇଆଡ଼େ ସେଆଡ଼େ ବୁଲି ଜୀବନ୍ ବିତଉଛନ୍। ତାକର ଚିକିଛା ଲାଗି ଉତ୍ତର ସକ୍ଷମ ନୁହଁନ୍। ସେନ୍ତା ଇ ଦମ୍ପତି ବୁଢ଼ାବୁଢ଼ି ଭତା, ଆବାସ ଯୋଜନାରୁ ବି ବଁଚିତ୍ ହେଇ ରହିଥିଲେ। ଇ ବାବ୍ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍ ଲାଗ୍ ଖବର ବାହାରିଥିଲା। ଖବର ବାହାରଲାରୁ ଥାନୀୟ ପରଶାସନର ଚେତା ପଶିଥିଲା। ପରଶାସନ ଉତ୍ତରକୁଁ ଭିନ୍ନକ୍ଷମ ଭତା ଯୁଗେଇ ଦେଇଥିଲାବେଲେ ତାରାକଁର ଭୋଟ ପରିଚଏପତର, ଆଧାର କାର୍ଡ ଅଭାବୁ ସେ ଭତାରୁ ବାଦ୍ ପଡ଼ିଥିଲେ। ହେଲେ ଧରିତ୍ରୀରେ ଇ ବାବ୍ଦେ ଫେନ୍ ଖବର ବାହାରଲାରୁ ପରଶାସନ ତାରାକଁର ଭୋଟ ପରିଚଏ ପତରର, ଆଧାର କାର୍ଡର ବେବସ୍ତା କରିଛେ। ସେନ୍ତା ପରଶାସନ ଉତ୍ତରକୁଁ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ବି ସାମିଲ କରିଛେ। ତା.୧୭.୮.୨୦୧୯ ପରଶାସନ ଘର ମଂଜୁର କରବାର ସଂଗେ ସୋମବାର କାର୍ଯ୍ୟାଦେଶ ସଂଖ୍ୟା ୪୨୫/୧୯ରେ ତାହାକୁ ଘର ତିଆରିବାକେ ଅନୁମତି ଦେଇଛେ। ତାରାକଁର ଭତା ବାବ୍ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକକୁଁ ପଚରାଲାରୁ ତାହାକୁ ଭୋଟ ପରିଚଏ ପତର, ଆଧାର କାର୍ଡ ଯୁଗେଇ ଦିଆଯାଇଛେ। ସେ ଫର୍ମ ଭରି ଆବେଦନ କଲେ ଯେତେ ଜଲଦି ହେବା ତାହାକୁ ଭତା ଯୁଗେଇ ଦେବାର ବେବସ୍ତା କରାଯିବା ବଲି ସେ କହିଥିଲେ।
Posted inଆମ ଜିଲା ଖବର, ବରଗଡ଼ View All
ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ…
ପୁରୀ,୨୧ା୭(ଅଜିତ୍ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…
କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ
ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…
ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ
ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…
ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ
ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…
ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା
ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…
ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…
ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…
ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ
ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…
ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର
ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…
Archives

