ଭଡ଼ାରେ ଲାଗିଛି ପଞ୍ଚାୟତ କାର୍ଯ୍ୟାଳୟ: ନୋଟିସ ପ୍ରଦାନ ପରେ ବି ଖାଲି ହେଉନି ଗୃହ

ନାଉଗଁା,୩୦ା୭(ସ୍ବ.ପ୍ର.): ପଞ୍ଚାୟତ କାର୍ଯ୍ୟାଳୟର ଆଧୁନିକୀକରଣ ପାଇଁ ସରକାର ବିପୁଳ ଅନୁଦାନ ଯୋଗାଇ ଦେଉଛନ୍ତି। କିନ୍ତୁ କେତେକ ଦାୟିତ୍ୱହୀନ ଅଧିକାରୀଙ୍କ ଯୋଗୁ ଏସବୁ ଅନୁଦାନ ଠିକ୍‌ ଭାବେ ବିନିଯୋଗ ହୋଇପାରୁନାହିଁ। ବିଶେଷ କରି ନାଉଗଁା ବ୍ଲକରେ ଏଭଳି ଦେଖିବାକୁ ମିଳୁଛି। ପଞ୍ଚାୟତ ପ୍ରତିନିଧି ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ କେଉଁଠି ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ ଭଡ଼ାରେ ଲଗାଇଛନ୍ତି ତ ଆଉ କେଉଁଠି ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଭଡ଼ାରେ ଦେଇଛନ୍ତି। ସୂଚନା ଅନୁଯାୟୀ, କିଛିଦିନ ତଳେ ବାଂଶ ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଭଡ଼ାରେ ଲାଗିଥିବା ଖବର ପ୍ରକାଶ ପାଇବା ପରେ ବିଡିଓ ରଶ୍ମିରେଖା ମଲ୍ଲିକ ଉକ୍ତ କେନ୍ଦ୍ର ଖାଲି କରି ତାଲା ପକାଇଥିଲେ। ଏବେ ନାଉଗଁା ପଞ୍ଚାୟତ କାର୍ଯ୍ୟାଳୟ ଓ ଗୋଦାମ ଗୃହ ଭଡ଼ାରେ ଲାଗିଥିବା ଜଣାଯାଇଛି। ନାଉଗଁା ବଜାରରେ ଏହି କାର୍ଯ୍ୟାଳୟ ଓ ଗୋଦାମ ଗୃହ ରହିଛି। ଦୀର୍ଘଦିନ ହେଲା ସେଠାରେ କାର୍ଯ୍ୟ ଚାଲିଥିଲା। କିନ୍ତୁ ଏହି ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନିର୍ମାଣ ହେବା ପରେ ସେଠାକୁ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରାଯାଇଛି। ୬ ବର୍ଷରୁ ଊର୍ଦ୍ଧ୍ୱ ହେବ ରାଜୀବ ସେବାକେନ୍ଦ୍ରରେ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଛି। ସେବେଠାରୁ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ରାୟ ଓ ତତ୍କାଳୀନ ସରପଞ୍ଚ ପ୍ରଭାସିନୀ ବେହେରା ପଞ୍ଚାୟତ ଗୃହ ଓ ଗୋଦାମ ଗୃହ ଭଡ଼ାରେ ଦେଇଛନ୍ତି। ଜଣେ ବ୍ୟକ୍ତି ସେଠାରେ ସିମେଣ୍ଟ ଓ ଲୁହା ରଡ୍‌ ରଖି ବ୍ୟବସାୟ କରୁଛନ୍ତି। ଭଡ଼ା ସୂତ୍ରରେ ସେ ମାସିକ ୧ ହଜାର ଟଙ୍କା ଦେବାକୁ ଚୁକ୍ତି ହୋଇଥିବା ବର୍ତ୍ତମାନର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମର ମଲିକ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ସମ୍ପୃକ୍ତ ବ୍ୟକ୍ତି ଏଠାରେ ସାର ବ୍ୟବସାୟ କରୁଥିବା ଜଣାଯାଇଛି। ନିୟମାନୁସାରେ ସର୍ବସାଧାରଣରେ ନିଲାମ ମାଧ୍ୟମରେ ଉକ୍ତ ଘର ଭଡ଼ାରେ ଦିଆଯାଇପାରିଥାନ୍ତା। କିନ୍ତୁ କିପରି ବିନା ନିଲାମରେ ତାହା ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବଜାରରେ ଘର ଭଡ଼ା ଅଧିକ ଥିବାବେଳେ ପଞ୍ଚାୟତ ଏତେ କମ୍‌ ଟଙ୍କାରେ କିପରି ଭଡ଼ା ଦେଇଛି ତାହା ବୁଝାପଡୁନି। ଅନ୍ୟପକ୍ଷରେ ୧ ହଜାର ଟଙ୍କାରେ ଉକ୍ତ ଗୃହ ଭଡ଼ାରେ ଲାଗିଥିଲେ ମଧ୍ୟ ପଞ୍ଚାୟତ ପ୍ରତିନିଧି ବ୍ୟକ୍ତିଗତ ଭାବେ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଘର ଭଡାରେ ଲାଗିଥିବା ଜାଣିବା ପରେ ବିଡିଓ ମଲିକ ଏହି ଘରକୁ ଖାଲି କରିବା ପାଇଁ ୪ ଥର ନୋଟିସ ପ୍ରଦାନ କରିସାରିଛନ୍ତି। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଘର ଖାଲି କରୁନାହାନ୍ତି। ଗତ ଜୁଲାଇ ୨୬ରେ ଉକ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅଦ୍ୟାବଧି ଖାଲି ହୋଇନାହିଁ। ଏ ସମ୍ପର୍କରେ ବିଡିଓ ମଲିକଙ୍କୁ ପଚାରିବାରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri