ବାଇଜୁସ୍‌ର ରବିନ୍ଦ୍ରନ ଦେଶର ନୂଆ କୋଟିପତି;ଟ୍ୟୁସନରୁ ମିଳିଥିଲା ଆପ୍‌ ତିଆରି ଆଇଡିଆ

ନୂଆଦିଲ୍ଲୀ,୩୦-୭: ଏକଦା ଟ୍ୟୁସନ ପଢ଼ାଉଥିବା ବାଇଜୁ ରବିନ୍ଦ୍ରନ ଆଜି ଭାରତର ନୂଆ କୋଟିପତି ଭାବେ ପରିଗଣିତ ହେଉଛନ୍ତି। ଗତ ୮ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ପରିମାଣ ୪୨ ହଜାର କୋଟି ଟଙ୍କା( ୬ ବିଲିୟନ ଡଲାର)ରେ ପହଞ୍ଚତ୍ୟାଇଛି। ତାଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ ଚଳିତ ମାସରେ ୧୫୦ ମିଲିୟନ ଡଲାର ନିବେଶ ସଂଗ୍ରହ ପରେ ରବିନ୍ଦ୍ରନ କୋଟିପତି କ୍ଲବ୍‌ରେ ସାମିଲ ହୋଇଛନ୍ତି। କମ୍ପାନୀର ନୂଆ ବାଇଜୁସ୍‌ ଆପ୍‌ ଓ୍ବାଲ୍ଟ ଡିଜ୍‌ନୀ ସହିତ ୨୦୨୦ ପର୍ଯ୍ୟନ୍ତ ଡିଲ୍‌ କରିଛି। ଟ୍ୟୁସନ ପଢ଼ାଇବାରୁ ରବିନ୍ଦ୍ରନଙ୍କୁ ଆପ୍‌ ତିଆରି ଆଇଡିଆ ମିିଳିଥିଲା। ଏହା ପଛରେ ତାଙ୍କର ପୂର୍ବତନ ଛାତ୍ରୀଛାତ୍ର ଥିଲେ, ଯେଉଁମାନଙ୍କୁ ସେ ଆରମ୍ଭରେ ପାଠ ପଢ଼ାଉଥିଲେ। ଆରମ୍ଭରେ ସେ ୮ ଜଣଙ୍କୁ ନେଇ ଏକ ଟିମ୍‌ ଗଠନ କରି ବାଇଜୁସ୍‌ ଆପ୍‌ ତିଆରିରେ ଲାଗିପଡିଥିଲେ। ଏସିଆର ସବୁଠାରୁ ମୂଲ୍ୟବାନ ଟେକ୍‌ କମ୍ପାନୀ ଟେନସେଣ୍ଟ ଗତ ବର୍ଷ ଜୁଲାଇରେ ବାଇଜୁସ୍‌ର ମୋଟ ସମ୍ପତ୍ତି ପରିମାଣ ୨୬ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରିଥିଲା। ବର୍ତ୍ତମାନ ଏହାର ମୂଲ୍ୟ ବହୁ ଅଧିକ ହେବ। ଇଞ୍ଜିନିୟର ହେବା କାରଣରୁ ବାଇଜୁଙ୍କର ଗଣିତ ପ୍ରତି ଅଧିକ ଆକର୍ଷଣ ଥିଲା। ଏହାହିଁ ତାଙ୍କୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିଥିଲା। ମାର୍କେଟିଂ ବ୍ୟାପାରରେ ଦକ୍ଷତା ଥିବା ଭାଇସ୍‌ ପ୍ରେସିଡେଣ୍ଟ ଅର୍ଜୁନ ମୋହନଙ୍କ ଭଳି ତାଙ୍କର ପୂର୍ବତନ ଛାତ୍ର ଆଇଆଇଏମ୍‌ ଛାଡ଼ି ତାଙ୍କର ଷ୍ଟାର୍ଟଅପ୍‌ରେ ଯୋଗ ଦେଇଥିଲେ। ତାଙ୍କ ପନତ୍ୀ ତଥା କମ୍ପାନୀର ଡାଇରେକ୍ଟର ଦିବ୍ୟା ଗୋପୀନାଥ ମଧ୍ୟ ଗଣିତ ଓ ବାୟୋଲୋଜିରେ ପାରଙ୍ଗମ। ବାୟଜୁ ତାଙ୍କର ଅନ୍‌ଲାଇନ କୋଚିଂ କମ୍ପାନୀ ଜରିଆରେ ବାର୍ଷିକ ପ୍ରାୟ ୨୬୦ କୋଟି ଟଙ୍କା ଆୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri