ମିଳୁନି ଆବାସ ଯୋଜନାରେ ଘର: ପଲିଥିନ ତଳେ ମୂର୍ତ୍ତି କାରିଗରଙ୍କ ପରିବାର

ନାଉଗଁା,୩୦ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଜାମୁଗଁା ପଞ୍ଚାୟତ ରଘୁନାଥପୁର ଗ୍ରାମର ଚନ୍ଦେଶ୍ୱର ଲେଙ୍କା। ଜଣେ ମୂର୍ତ୍ତି କାରିଗର ଭାବେ ସେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଦୀର୍ଘ ୩୦ବର୍ଷ ହେଲା ସେ ଗଣେଶ ପୂଜା, ସରସ୍ବତୀ ପୂଜା, ଖୁଦୁରୁକୁଣୀ ଆଦି ବିଭିନ୍ନ ପର୍ବ ପର୍ବାଣୀରେ ମୂର୍ତ୍ତି ଗଢି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ଘରେ ତାଙ୍କର ବୃଦ୍ଧା ମା’ କଷି ଦେଈ(୯୩), ସ୍ତ୍ରୀ ଫୁଲଣା ଓ ଦୁଇ ପୁଅ। ଚନ୍ଦେଶ୍ୱର ମୂର୍ତ୍ତି ଗଢି ଯାହା ରୋଜଗାର କରନ୍ତି ସେଥିରେ ୫ ପ୍ରାଣୀ ଚଳିବା କଷ୍ଟକର ହେଉଛି। ସେଥିରେ ପୁଣି ପିଲାମାନଙ୍କ ପାଠପଢା। ଏମିତିରେ ବର୍ତ୍ତମାନ ଅତ୍ୟାଧୁନିକ ଛାଞ୍ଚ ମେଶିନରେ ତିଆରି ମୂର୍ତ୍ତି ମିଳୁଥିବାରୁ ଚନ୍ଦେଶ୍ୱରଙ୍କ ହାତ ତିଆରି ମୂର୍ତ୍ତିର ଚାହିଦା କମିଗଲାଣି। ତେଣୁ ଆଗ ଭଳି ରୋଜଗାର ହେଉନି। ଆର୍ଥିକ ଅନଟନ ମଧ୍ୟରେ ପରିବାର ଚଳୁଥିବାବେଳେ ଘର ଖଣ୍ଡେ କରିବା ସମ୍ଭବ କଷ୍ଟକର। ତେଣୁ ପଲିଥିନ ତଳେ ଜୀବନ ବିତାଉଛନ୍ତି ୫ ପ୍ରାଣୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର କାରିଗର ଓ ଗରିବ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ଯୋଜନାରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ବିଭିନ୍ନ ପ୍ରକାର ଭତ୍ତା ସହ ଇନ୍ଦିରା ଆବାସ, ବିଜୁ ପକ୍କାଘର ଆଦି ପ୍ରଦାନ କରୁଛନ୍ତି। କିନ୍ତୁ ଚନ୍ଦେଶ୍ୱରଙ୍କ ନିକଟରେ ଏସବୁ ଯୋଜନା ପହଞ୍ଚତ୍ପାରିନାହିଁ। କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କୁ ସାମିଲ କରାଯାଇଛି। କୌଣସି ରାଜନୈତିକ ଦଳରେ ସାମିଲ ହୋଇ ନ ଥିବାରୁ ଓ ହାତଗୁଞ୍ଜା ଦେଇପାରୁ ନ ଥିବାରୁ ତାଙ୍କୁ ଘର ଖଣ୍ଡେ ମିଳିପାରୁ ନ ଥିବା ଚନ୍ଦେଶ୍ୱର କହିଛନ୍ତି। ଥିଲାବାଲା ଲୋକ ସରକାରୀ ଯୋଜନାରେ ଘର ପାଉଥିବାବେଳେ ବର୍ଷ ବର୍ଷ ଧରି ପଲିଥିନ ତଳେ ରହି ମଧ୍ୟ ସେ ଏହି ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ଘର ପାଇଁ ସେ ବହୁବାର ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା ବିଚାରକୁ ନିଆଯାଉନାହିଁ। ବର୍ତ୍ତମାନ ନୂତନ ହିତାଧିକାରୀଙ୍କୁ ଘର ଦେବା ପାଇଁ ତାଲିକା ଆସିଥିବାବେଳେ ସେଥିରେ ତାଙ୍କ ନାମ ନାହିଁ। ସେହିପରି ଜଣେ କାରିଗର ଭାବେ ନିଜ ବ୍ୟବସାୟ ବଢାଇବାକୁ ତାଙ୍କର ଇଚ୍ଛା ଥିଲେ ମଧ୍ୟ ସେଥିପାଇଁ ପ୍ରୋତ୍ସାହନ ମିଳୁନାହିଁ। କେବଳ ସେତିକି ନୁହେଁ ସରକାରଙ୍କ କଳାକାର ଭାତ୍ତା ପାଇବାରୁ ମଧ୍ୟ ସେ ବଞ୍ଚତ୍ତ ହୋଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଲଲାଟେନ୍ଦୁ ପରିଡାଙ୍କୁ ପଚାରିବାରେ ସେ କହିଲେ ଯେ, ଚନ୍ଦେଶ୍ୱର ଆବେଦନ କରିଥିଲେ। କିନ୍ତୁ ଏହାର ତଦନ୍ତ ବାହାର ଟିମ୍‌ ଦ୍ୱାରା କରାଯାଉଥିଲା। କ’ଣ ପାଇଁ ତାଙ୍କୁ ବାଦ୍‌ ଦିଆଗଲା ଜଣାପଡିନାହିଁ। ବିଡିଓ ରଶ୍ମିରେଖା ମଲିକଙ୍କୁ ପଚାରିବାରେ ପଚାରିବାରେ କାହିଁକି କଟିଛି ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri