Posted inଫୁରସତ

ଭଗବାନଙ୍କ ସହର ‘ପ୍ଲେସ୍‌ ଅଫ୍‌ ଗର୍ଡ’: ଆଜି ବି ରହସ୍ୟ ଘେରରେ ଏହାର ନିର୍ମାଣ

ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହାର ସମାଧାନ କରିବା ଏକ ଚ୍ୟାଲେଞ୍ଜ। ତେବେ ଯେତେବେଳେ ବି ବୈଜ୍ଞାନିକମାନେ ଏହି ରହସ୍ୟଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି, ସେଥିରେ ସେମାନେ ଅଧିକ ଜଡିତ ହୋଇଯାଇଛନ୍ତି। ମେକ୍ସିକୋରେ ଏପରି ଏକ ରହସ୍ୟମୟ ସ୍ଥାନ ରହିଛି, ଯାହାକୁ ‘ପ୍ଲେସ୍‌ ଅଫ୍‌ ଗର୍ଡ’ ଅର୍ଥାତ୍‌ ଭଗବାନଙ୍କ ସ୍ଥାନ ବୋଲି କୁହାଯାଏ। ଏହି ସ୍ଥାନ ଟିୟାଟିହୁକାନ ସହର ଭାବେ ପରିଚିତ। ଯେଉଁଠାରେ ପିରାମିଡ୍‌ର ଧ୍ୱଂସାବଶେଷ ରହିଛି। ଚତୁର୍ଦ୍ଦଶ ଶତାବ୍ଦୀରେ ଏଜଟେକ୍ସ ସାମ୍ରାଜ୍ୟର ଲୋକେ ଏହି ସ୍ଥାନ ଆବିଷ୍କାର କରିଥିଲେ। ଏହାର ନାମ ଟିୟାଟିହୁକାନ ରଖିଥିଲେ। ପୂର୍ବରୁ ଏହି ସ୍ଥାନର କୌଣସି ନାମ ନ ଥିଲା। ଏଜଟେକ୍ସ ଲୋକେ ଭାବୁଥିଲେ ଯେ, ଏହି ସହର ସ୍ବତଃ ପ୍ରକୃତଭାବେ ସୃଷ୍ଟି ହୋଇଛି। କିଏ ଏହାକୁ ନିର୍ମାଣ କଲା, କେବେ ନିର୍ମାଣ ହେଲା, କାହିଁକି ହେଲା ଏବଂ ଏଠାରେ କିଏ ରହୁଥିଲେ ଆଜି ବି ଏହା ରହସ୍ୟମୟ ହୋଇ ରହିଛି। ଏହି ସ୍ଥାନ ବିଷୟରେ କୌଣସି ପୁସ୍ତକ ବା ଅନ୍ୟ କେଉଁଠି ଏହାର ସୂଚନା ନାହିଁ। ତେବେ ଏହି ରହସ୍ୟମୟ ସହରରେ ପ୍ରାୟ ୨୫ ହଜାର ଲୋକ ବାସ କରୁଥିବା ବୋଲି ଅନୁମାନ କରାଯାଏ। କାରଣ ଏହା ଏକ ବଡ଼ ଅଞ୍ଚଳ। ଏହି ସହରର ଆଉ ଏକ ରହସ୍ୟମୟ କଥା ହେଲା ଏଠାରେ ଏକ ପିରାମିଡ୍‌ ଭିତରେ ଅନେକ ଲୋକଙ୍କ ହାଡ କଙ୍କାଳ ପଡ଼ିରହିଛି। ଉକ୍ତ ସ୍ଥାନରେ ମଣିଷକୁ ବଳି ଦିଆଯାଉଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri