Posted inଫୁରସତ

ଭଗବାନଙ୍କ ସହର ‘ପ୍ଲେସ୍‌ ଅଫ୍‌ ଗର୍ଡ’: ଆଜି ବି ରହସ୍ୟ ଘେରରେ ଏହାର ନିର୍ମାଣ

ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହାର ସମାଧାନ କରିବା ଏକ ଚ୍ୟାଲେଞ୍ଜ। ତେବେ ଯେତେବେଳେ ବି ବୈଜ୍ଞାନିକମାନେ ଏହି ରହସ୍ୟଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି, ସେଥିରେ ସେମାନେ ଅଧିକ ଜଡିତ ହୋଇଯାଇଛନ୍ତି। ମେକ୍ସିକୋରେ ଏପରି ଏକ ରହସ୍ୟମୟ ସ୍ଥାନ ରହିଛି, ଯାହାକୁ ‘ପ୍ଲେସ୍‌ ଅଫ୍‌ ଗର୍ଡ’ ଅର୍ଥାତ୍‌ ଭଗବାନଙ୍କ ସ୍ଥାନ ବୋଲି କୁହାଯାଏ। ଏହି ସ୍ଥାନ ଟିୟାଟିହୁକାନ ସହର ଭାବେ ପରିଚିତ। ଯେଉଁଠାରେ ପିରାମିଡ୍‌ର ଧ୍ୱଂସାବଶେଷ ରହିଛି। ଚତୁର୍ଦ୍ଦଶ ଶତାବ୍ଦୀରେ ଏଜଟେକ୍ସ ସାମ୍ରାଜ୍ୟର ଲୋକେ ଏହି ସ୍ଥାନ ଆବିଷ୍କାର କରିଥିଲେ। ଏହାର ନାମ ଟିୟାଟିହୁକାନ ରଖିଥିଲେ। ପୂର୍ବରୁ ଏହି ସ୍ଥାନର କୌଣସି ନାମ ନ ଥିଲା। ଏଜଟେକ୍ସ ଲୋକେ ଭାବୁଥିଲେ ଯେ, ଏହି ସହର ସ୍ବତଃ ପ୍ରକୃତଭାବେ ସୃଷ୍ଟି ହୋଇଛି। କିଏ ଏହାକୁ ନିର୍ମାଣ କଲା, କେବେ ନିର୍ମାଣ ହେଲା, କାହିଁକି ହେଲା ଏବଂ ଏଠାରେ କିଏ ରହୁଥିଲେ ଆଜି ବି ଏହା ରହସ୍ୟମୟ ହୋଇ ରହିଛି। ଏହି ସ୍ଥାନ ବିଷୟରେ କୌଣସି ପୁସ୍ତକ ବା ଅନ୍ୟ କେଉଁଠି ଏହାର ସୂଚନା ନାହିଁ। ତେବେ ଏହି ରହସ୍ୟମୟ ସହରରେ ପ୍ରାୟ ୨୫ ହଜାର ଲୋକ ବାସ କରୁଥିବା ବୋଲି ଅନୁମାନ କରାଯାଏ। କାରଣ ଏହା ଏକ ବଡ଼ ଅଞ୍ଚଳ। ଏହି ସହରର ଆଉ ଏକ ରହସ୍ୟମୟ କଥା ହେଲା ଏଠାରେ ଏକ ପିରାମିଡ୍‌ ଭିତରେ ଅନେକ ଲୋକଙ୍କ ହାଡ କଙ୍କାଳ ପଡ଼ିରହିଛି। ଉକ୍ତ ସ୍ଥାନରେ ମଣିଷକୁ ବଳି ଦିଆଯାଉଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri