ବ୍ୟାସନଗର ପୌର ପରିଷଦ : ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଦୁର୍ଗନ୍ଧରେ ଲୋକେ ହନ୍ତସନ୍ତ

ଯାଜପୁର ରୋଡ,୨୭ା୯(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଅଞ୍ଚଳର ସ୍ଥାନରେ ବସାଯାଇଥିବା ଡଷ୍ଟବିନ୍‌ଗୁଡିକ ଆବର୍ଜନାରେ ପୂରିରହିଛି। ବିଶେଷକରି ଗୋପବନ୍ଧୁ ଛକଠାରୁ ଚୋରଦା ଛକ ପର୍ଯ୍ୟନ୍ତ ରାସ୍ତାରେ କରାଯାଇଥିବା ଡଷ୍ଟବିନ୍‌ରୁ ଆବର୍ଜନା କଢ଼ା ଯାଉନି। ବର୍ଷା ପାଣି ଜମିବାରୁ ଆବର୍ଜନାଗୁଡିକ ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ପୌରପରିଷଦ ପକ୍ଷରୁ ସହରକୁ ସ୍ବଚ୍ଛତା ରଖିବା ପାଇଁ ଯାଗୃତି ଠିକା ସଂସ୍ଥାକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। କମ୍ପାନୀ ପରିମଳ ସଫା ସୁତରା ପାଇଁ ମାସିକ ୧୦ଲକ୍ଷ ଟଙ୍କା ବିଲ୍‌ ନେଉଛନ୍ତି। କର୍ମଚାରୀ ଅଭାବ ଯୋଗୁ ଅଳିଆ ଆବର୍ଜନା ସଫା କରିବା ବିଳମ୍ବ ଘଟୁଥିବା କୁହାଯାଉଛି। ତେବେ ଠିକାସଂସ୍ଥା ପକ୍ଷରୁ ନିୟମିତ ସଫାକରା ଯାଉ ନ ଥିବାରୁ ବର୍ଷା ପାଣି ଜମିବାରୁ ଅଳିିଆ ଆବର୍ଜନା ପଚିଶଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ପଦ୍ମପୁର, ଚୋରଦା, ଉମାପଦା, ଷ୍ଟେଶନ, ବସ୍‌ଷ୍ଟାଣ୍ଡ, କାନାଡା ବ୍ୟାଙ୍କ ନିକଟ, ନ୍ୟୁୟୁମାର୍କେଟ, ଖଣ୍ଡାହାତା ପ୍ରଭୃତ ୱାର୍ଡ ଓ ସହରର ମୁଖ୍ୟ ରାସ୍ତାରେ ସମରୂପ ପରିସ୍ଥିତି ଦେଖିବାକୁ ମିଳୁଛି। ଅପରପକ୍ଷେ ଅଳିଆ ଆବର୍ଜନାଗୁଡିକୁ ବୁଲା ଷଣ୍ଡ ଖାଇବା ଦ୍ୱାରା ପଶୁମାନେ ବିଭିନ୍ନ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ସେହିପରି ଦଳା ବାଇପାସ୍‌ଠାରୁ ନହକା ବାଇପାସ୍‌ ରାସ୍ତା କଡ଼ରେ ପରିବା ଦୋକନୀମାନେ ପଚାଷଢା ପରିବା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ, କୁକୁଡ଼ା, ଛେଳି କାଟାଳିମାନେ ଏବଂ ଚୋରଦା ଛକଠାରେ ମାଛ ବ୍ୟବସାୟୀ ମାଛ କାତି ଏବଂ ବିଭିନ୍ନ ଅଦରକାରୀ ଦିନିଷ ପକାଉଛନ୍ତି। ଏହାକୁ ସଫା କରା ନ ଯିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସହରକୁ ସ୍ବଚ୍ଛ ରଖିବା ପାଇଁ ଜିଲାପାଳ ୨ ମାସତଳେ ସ୍ଥାନୀୟ ବ୍ୟାସଦେବ ଟାଉନହଲଠାରେ ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ଅଭିଯାନ ବର୍ଜବସ୍ତୁ ସମ୍ପର୍କିତ କର୍ମଶାଳା କରିଥିଲେ। ଏଥିରେ ଡ୍ରେନ୍‌ ସଫା କରିବା ସାଙ୍ଗକୁ ସହରକୁ ସ୍ବଚ୍ଛ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପ୍ରତ୍ୟେକ ଘରେଘରେ ଡଷ୍ଟବିନ ରଖିବା, ଆବର୍ଜନାଗୁଡିକ ଉକ୍ତ ଡଷ୍ଟବିନ୍‌ରୁ ଯାଗୃତୀ କମ୍ପାନୀ ପକ୍ଷରୁ ସଫା କରାଯିବ ବୋଲି କହିଥିଲେ। ସହରକୁ ପଲଥିନ୍‌ ମୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ଇତି ମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ସହରରେ ପରିମଳ ବ୍ୟବସ୍ଥାକୁ ନେଇ ପୌର ପରିଷଦର ପ୍ରଶାସକ ତଥା କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ, ଯାଗୃତୀ କମ୍ପାନୀ ପରିମଳ ବ୍ୟବସ୍ଥା କାର୍ଯ୍ୟ ଠିକ୍‌ ତୁଲାଇପାରି ନ ଥିବାରୁ ୪ ମାସ ହେବ ବିଲ୍‌ ବନ୍ଦ କରାଯାଇଛି। ୩୦ ତାରିଖ ମଧ୍ୟରେ ସହରର ସମସ୍ତ ଅଳିଆ ଆବର୍ଜନା ଓ ଡଷ୍ଟବିନଗୁଡିକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri