Posted inଖେଳ

ବ୍ୟାଡ୍‌ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ତତ୍ପରତା

ଭୁବନେଶ୍ୱର,୨୮।୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରରେ ବ୍ୟାଡ୍‌ମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଡାଲମିଆ ସିମେଣ୍ଟ୍ସ ଭାରତ ଲିମିଟେଡ ସହାୟତାର ହାତ ବଢ଼ାଇଛି। ଏଥିପାଇଁ ଡାଲମିଆ ସିମେଣ୍ଟ୍ସ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେଶନ (ପିଜିବିଏଫ୍‌)କୁ ସହାୟତା କରିବ। କର୍ପୋରେଟ ସୋସିଆଲ ରେସପନସିବିଲିଟି (ସିଏସ୍‌ଆର)କୁ ଦୃଷ୍ଟିରେ ରଖି ଏହି କମ୍ପାନୀ ପ୍ରଥମେ ୩୦ କୋଟି ଟଙ୍କା ପ୍ରଦାନ କରିବ। ବ୍ୟାଡମିଣ୍ଟର ପ୍ରଚାର ଓ ପ୍ରସାର ନିମନ୍ତେ ପୂର୍ବରୁ ରାଜ୍ୟ ସରକରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠ ପାଇଁ ପିଜିବିଏଫ୍‌ ସହ ବୁଝାମଣା କରିଥିଲେ।
ଏହି ବିଶ୍ୱସ୍ତରୀୟ ବ୍ୟାଡିମିଣ୍ଟନ ଏକାଡେମୀ ଓ ହାଇପରଫର୍ମାନ୍ସ ସେଣ୍ଟରର ରୂପରେଖ, ରୋଡମ୍ୟାପ୍‌, ଡିଜାଇନ ଓ ଭିଜନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ୍‌ୁ ଲୋକସେବା ଭବନରେ ଅବଗତ କରାଯାଇଥିଲା। ଆଗାମୀ ଡିସେମ୍ବରରେ ସେଣ୍ଟରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓ ଏହା ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହେବ। ଆସନ୍ତାବର୍ଷ ଡିସେମ୍ବରରୁ ହାଇ ପରଫର୍ମାନ୍ସ ସେଣ୍ଟରରେ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକରିବାର ଆରମ୍ଭ କରିବ। ଏହି ଏକାଡେମୀରେ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ଟ୍ରେନିଂ ଓ କୋଚିଂ ସୁବିଧା ପ୍ରଦାନ କରାଯିବ। କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ତଥା କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଏକାଡେମୀ ତଥା ସେଣ୍ଟର କାର୍ଯ୍ୟ କରିବ।
ଏନେଇ ଚାଲିଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି। ଗୋପୀଚାନ୍ଦଙ୍କ ଦୂରଦୃଷ୍ଟି ଓ ଡାଲମିଆ ଭାରତର ସହାୟତାରେ ଏହି ସେଣ୍ଟର ଦେଶର ଅନ୍ୟତମ ବିଶ୍ୱସ୍ତରୀୟ ଟ୍ରେନିଂ ସେଣ୍ଟରରେ ପରିଣତ ହେବ ବୋଲି ସେ କହିଛନ୍ତି। ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୩ ଏକର ଜମି ଯୋଗାଇଦେବେ। କେବଳ ସେତିକ ନୁହେଁ ରାଜ୍ୟ ସରକାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ମଲ୍ଟି ପରପୋଜ ବା ବହୁମୁଖୀ ଇନ୍‌ଡୋର ହଲ୍‌ ନିର୍ମାଣ କାର୍ଯ୍ୟ ଚାଲୁରଖିଛନ୍ତି। ଏହା ଆସନ୍ତା ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବ। ଶିଳ୍ପାନୁଷ୍ଠାନଗୁଡିକର ସହାୟତାରେ କ୍ରୀଡ଼ାର ପ୍ରଚାର ପ୍ରସାର ହେବା ଏକ ସକାରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି। ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସରକାର ସବୁବେଳେ ପ୍ରୟାସ କରିବ ଓ ଏଭଳି କାର୍ଯ୍ୟକ୍ରମ ହାତକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିଭିନ୍ନ କ୍ରୀଡ଼ାବର୍ଗରେ ରାଜ୍ୟ ସରକାର ହାଇପରଫର୍ମାନ୍ସ ସେଣ୍ଟର ସ୍ଥାପନ ପାଇଁ ଗତ କିଛିବର୍ଷ ହେବ ଅଗ୍ରାଧିକାର ଦେଇ ଆସୁଛନ୍ତି। ବ୍ୟାଡମିଣ୍ଟନରେ ଯୁବ ପ୍ରତିଭା ଚିହ୍ନଟ ଓ ସେଗୁଡିକର ବିକାଶ ପାଇଁ ଏହି ଏକାଡେମୀ କାର୍ଯ୍ୟ କରିବ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ପିଜିବିଏଫ୍‌ ପ୍ରତିଷ୍ଠାତା ତଥା କୋଚ୍‌ ପୁଲୋଲା ଗୋପୀଚାନ୍ଦ, ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଡାଲମିଆ ସିମେଣ୍ଟ୍ସ ମ୍ୟାନେଜିଂ ଡାଇରେକ୍ଟର ପୁନୀତ ଡାଲମିଆ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri