ବ୍ଲେଡରେ ଦାଦା ଗଳା କାଟିଲା ପୁତୁରା

ବ୍ରହ୍ମପୁର ଅଫିସ,୮ା୬- ପୋଲସରା ଥାନା ଚିରିକିପଡ଼ାଶାସନ ପଞ୍ଚାୟତ ବିରିପୁର ଗ୍ରାମରେ ଶୁକ୍ରବାର ରାତିରେ ପୁତୁରା ଆକ୍ରମଣରେ ଦାଦା ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ବିରିପୁର ଗ୍ରାମର ଏସ. ରାଜାରାଓ ଦୋରା। ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୮ଟାରେ ରାଜାରାଓଙ୍କ ପୁଅ ଧର୍ମାରାଓ ତାଙ୍କ ଦୋକାନରେ ବସିଥିଲେ। ପୁତୁରା ନିଶାସକ୍ତ ଅବସ୍ଥାରେ ଆସି ଧର୍ମାରାଓଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ କରିଥିଲେ। ପାଟି ଶୁଣି ବାପା ରାଜାରାଓ ଦୋକାନ ପାଖକୁ ଆସିଯିବାରୁ ପୁତୁରା ଧରିଥିବା ଏକ ବ୍ଲେଡରେ ତାଙ୍କ ଡ଼ାହାଣ ହାତ ଓ ବେକକୁ ବ୍ଲେଡ୍‌ରେ କାଟି ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଖବର ଲେଖାହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି।

ସୁଧୁରିବ ରେଶମ ସହରର ଟ୍ରାଫିକ ସମସ୍ୟା : ବିଏମ୍‌ସି ପକ୍ଷରୁ ଆଇଟିଏମ୍‌ଏସ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ
ବ୍ରହ୍ମପୁର ଅଫିସ,୮ା୬- ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମ୍‌ଏସ୍‌) ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜୁନ ଶେଷ ସୁଦ୍ଧା ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁସାରେ ସହରର ୫ ଜନଗହଳିପୂର୍ଣ୍ଣ ଛକରେ ସିଭିଲ, କେବୁଲ ଓ ଅଣ୍ଡର ୱାଇରିଂ କାର୍ଯ୍ୟ ସରିବ। ଜୁଲାଇରୁ ସମସ୍ତ ଛକରେ ଇଣ୍ଟିଗ୍ରେଟେଡ କ୍ୟାମେରା ଲଗାଯିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମପୁର ସହରର ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡୁଛି। ଏଥିସହ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବେହାଲ ହୋଇଛି। ବ୍ୟବସ୍ଥାରେ ସୁଧାର ଆଣିବା ଓ ବେପାରୁଆ ଗାଡ଼ିଚାଳନା କରୁଥିବା ବ୍ୟକ୍ତିଙ୍କ ଉପରେ ଅଙ୍କୁଶ ଲଗାଇବାକୁ ବିଏମ୍‌ସି ପକ୍ଷରୁ ନୂତନ ଟ୍ରାଫିକ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ଅଣ୍ଟାଭିଡିଛିା ପୋଲିସ ପ୍ରଶାସନ, ଗଞ୍ଜାମ ଜିଲା ଆରଟିଓ ଅଫିସର ସହଯୋଗରେ ସହରର ପ୍ରମୁଖ ୫ ଟି ଛକରେ ବିଏମ୍‌ସି ପକ୍ଷରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍‌ଏସ୍‌)। ଏନେଇ ଫେବୃୟାରୀ ୬ରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇଥିବା ବେଳେ ଏହାର ନିର୍ମାଣ ଦାୟିତ୍ୱ ଭୁବନେଶ୍ୱରର ଭିଏଲଏସ୍‌ଏସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଦିଆଯାଇଛିା ଫେବୃୟାରୀ ୨୫ରେ ଏହାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ତେବେ ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମେ ମାସ ସୁଦ୍ଧା ବିଏମ୍‌ସି ପକ୍ଷରୁ ଏହି ସିଷ୍ଟମ ପାଇଁ ସ୍ବତନ୍ତ୍ର ଆପ୍ଲିିକେଶନ ସଫ୍ଟୱେର ଡେଭଲପ କରାଯାଇଛି। ଏଥିସହ ଆରଟିଓ କାର୍ଯ୍ୟାଳୟର ଇ-ବାହନ ଆପ ସହ ମଧ୍ୟ ଏହାକୁ ସଂଲଗ୍ନ କରାଯିବା କାର୍ଯ୍ୟ ଶେଷ ହୋଇଛି। ବିଏମ୍‌ସି କାର୍ଯ୍ୟଳୟ ପରିସରରେ କମାଣ୍ଡାଣ୍ଟ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟ ମଧ୍ୟ ୮୦ ପ୍ରତିଶତ ଶେଷ ହୋଇଛି। ମେ ଶେଷ ସପ୍ତାହରୁ ପ୍ରମୁଖ କୋର୍ଟପେଟା, କମାପଲ୍ଲୀ ଛକରେ କେବୁଲ ଓ ଅଣ୍ଡର ୱାଇରିଂ କାର୍ଯ୍ୟ ଶେଷ ହୋଇଛି।
ଜୁନ ସୁଦ୍ଧା ଉକ୍ତ ଦୁଇ ଛକ ସମେତ ଟାଟାବେଞ୍ଜ, ପିଭିଏନ୍‌ ରାଓ, ଗେଟବଜାର ଛକରେ କେବୁଲ, ଅଣ୍ଡର ୱାଇରିଂ ଓ ସିଭିଲ ୱାର୍କ ଶେଷ ହେବ। ଜୁଲାଇରୁ ସମସ୍ତ ଛକରେ ଇଣ୍ଟିଗ୍ରେଟେଡ କ୍ୟାମେରା ଖଞ୍ଜା ଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିବା ଆଇଟିଏମ୍‌ଏସ୍‌ ସିଷ୍ଟମରେ ସହରର ଜନଗହଳିପୂର୍ଣ୍ଣ ଛକ ଟାଟାବେଞ୍ଜ, ପିଭିଏନ ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ, ଗେଟବଜାର, କୋର୍ଟପେଟାରେ ସ୍ବୟଂଚାଳିତ ଟ୍ରାଫିକ ଲାଇଟ ସହ ଇଣ୍ଟିଗ୍ରେଟେଡ କ୍ୟାମେରା ଲାଗିବ। ୭ କୋଟି ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ସମସ୍ତ ଛକରେ କଳା ଓ ରଙ୍ଗିନ ଫଟୋ ଉତ୍ତୋଳନ କରିପାରୁଥବା ଦୁଇପ୍ରକାର କ୍ୟାମେରା ଲଗାଯିବ। ଏହି କ୍ୟାମେରା ଜେବ୍ରା କ୍ରସିଂ ଦେଇ ଯାତାୟାତ କରୁଥିବା ବାଇକ୍‌ ଚାଳକଙ୍କ ସ୍ପିଡ ଡିଟେକ୍ଟ କରିବା ସହ ତା’ର ନମ୍ବର ପ୍ଲେଟ ଫଟୋ ଉତ୍ତୋଳନ କରିବ। ଏହି କ୍ୟାମେରା ଦ୍ୱୟ ନାଇଟ ଭିଜନ ହୋଇଥିବାରୁ ରାତିରେ ମଧ୍ୟ ଏହା ଚାଳକଙ୍କ ବେଗ ରେକର୍ଡ କରିବା ସହ ଫଟୋ ଉତ୍ତୋଳନ କରିବ। ବିଏମ୍‌ସି କାର୍ଯ୍ୟାଳୟରେ ଏହାର ମୁଖ୍ୟ କଣ୍ଟ୍ରୋଲ ରୁମ ରହିବା ସହ ଆରଟିଓ ଓ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ମଧ୍ୟ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ରହିବ। ଏହି ବ୍ୟବସ୍ଥାରେ ରଙ୍ଗସାଇଡ୍‌ , ଟ୍ରାଫିକ ନିୟମକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ଗାଡି ନମ୍ବର ପ୍ଲେଟ ସଙ୍ଗେ ସଙ୍ଗେ କ୍ୟାମେରାରେ ଉତ୍ତୋଳିତ ହୋଇ ଆରଟିଓ ଓ ବିଏମ୍‌ସି କଣ୍ଟ୍ରୋଲ ରୁମରେ ପହଞ୍ଚିବା ପରେ ଆରଟିଓ ଅଫିସରୁ ଉକ୍ତ ବ୍ୟକ୍ତିଙ୍କୁ ଜରିମାନା ନୋଟିସ ପ୍ରେରଣ କରାଯିବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri