ନର୍ସିଂହୋମ୍‌ରେ ଅବ୍ୟବସ୍ଥା, ତାଗିଦ କରି ଛାଡ଼ିଲା ପ୍ରଶାସନ

ବ୍ରହ୍ମପୁର ଅଫିସ୍‌,୮ା୬- ବ୍ରହ୍ମପୁର ସହରରେ ହୁ ହୁ ହୋଇ ବଢ଼ୁଛି ଘରୋଇ ନର୍ସିଂହୋମ୍‌। ସହରର ଗଳି କନ୍ଦି, ସବୁଆଡ଼େ ଏବେ ନର୍ସିଂହୋମ୍‌ ଦେଖିବାକୁ ମିଳୁଛି। ଏସବୁରେ ବେପାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁନି। ନିଅଁା ଲାଗିଲେ ମୁକାବିଲା ପାଇଁ ବ୍ୟବସ୍ଥା ନାହିଁ। ପଞ୍ଜୀକରଣ ଦୀର୍ଘ ମାସ ହେଲା ସରି ଯାଇଥିଲେ ମଧ୍ୟ ନବୀକରଣ କରାଯାଇନାହିଁ। ଏଭଳି ଅନେକ ଅବ୍ୟବସ୍ଥା ଶୁକ୍ରବାର ପଦାକୁ ଆସିଛି। ଜିଲା ପ୍ରଶାସନର ଏକ ମିଳିତ ଟିମ୍‌ ସହରର କେତେକ ନର୍ସିଂହୋମ୍‌ରେ ଚଢ଼ାଉ କରିବା ବେଳେ ଅବ୍ୟବସ୍ଥା ଥିବା ସୂଚନା ମିଳିଛି। ତେବେ ରୋଗୀଙ୍କ ଜୀବନ ସହ ଖେଳୁଥିବା ଏହି ନର୍ସିଂହୋମ୍‌ଗୁଡ଼ିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। କେବଳ ତାଗିଦ୍‌ କରି ଛାଡ଼ି ଦିଆଯାଇଛି।
ଫଳରେ ପ୍ରଶାସନର ଚଢ଼ାଉକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘରୋଇ ନର୍ସିଂହୋମ୍‌ ପ୍ରତି ପ୍ରଶାସନର ଏଭଳି ଦରଦକୁ ନେଇ ସାଧାରଣରେ ସମାଲୋଚନା କରାଯାଉଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତଥା ଉପଜିଲାପାଳ ଦିଗନ୍ତ କୁମାର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁକ୍ରବାର ବ୍ରହ୍ମପୁର ତହସିଲଦାର୍‌ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ଦୟାମୟ ପାଢୀ, ଡ୍ରଗ୍‌ ଇନ୍ସପେକ୍ଟର ଦେବାଶିଷ କାଲେ, ଜିଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର କିରାଣି ଅଶୋକ କୁମାର ପାଢୀ ପ୍ରମୁଖ ବିଭିନ୍ନ ନର୍ସିଂହୋମ୍‌ରେ ଚଢ଼ାଉ କରିଥିଲେ। ନୂଆ ବସ୍‌ଷ୍ଟାଣ୍ଡରେ ଥିବା ସାଇସୁଧା ନର୍ସିଂହୋମ୍‌ ଏବଂ ଅସ୍ଥା ହସ୍‌ପିଟାଲ୍‌ରେ ଚଢ଼ାଉ କରାଯାଇଥିଲା।
ସେହିଭଳି ଅନ୍ୟ ଏକ ଟିମ୍‌ ଜିଲା ଚିକିତ୍ସାଧିକାରୀ(ଭେଷଜ) ପି.କୁର୍ମୟାଙ୍କ ନେତୃତ୍ୱରେ ସହକାରୀ ଜିଲାପାଳ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ବିନୋଦ କୁମାର ବେହେରା ଏବଂ ଉପଜିଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି କାଳୁ ପ୍ରଧାନ। ଏହି ଟିମ୍‌ ନୂଆବସ୍‌ଷ୍ଟାଣ୍ଡ ଥିବା ସାହାରା ସେବା ସଦନ ଓ ଯଶୋଦା ନର୍ସିଂହୋମ୍‌ରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସରକାରଙ୍କ ନିର୍ଦ୍ଧାରିତ ଗାଇଡ୍‌ ଲାଇନ୍‌ ପ୍ରକାରେ ଠିକ୍‌ ଭାବରେ ନର୍ସିଂହୋମ୍‌ ପରିଚାଳନା ହେଉ ନ ଥିବା ଜଣାପଡ଼ିଥିଲା। ସେହିଭଳି କ୍ଲିନିକାଲ୍‌ ରେଜିଷ୍ଟ୍ରେଶନ୍‌ ପଞ୍ଜୀକରଣ କିମ୍ବା ନବୀକରଣ ମଧ୍ୟ ନାହିଁ। ବର୍ଷ ବର୍ଷ ହେଲା ନବୀକରଣ କରାଯାଇ ନ ଥିବା ଦୃଷ୍ଟିକୁ ଆସିଥିଲା। ଏଥିସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ନାହିଁ। ଯନ୍ତ୍ର ମଧ୍ୟ ଲଗାଯାଇନାହିଁ। ଏଥି ସହ ବର୍ଜ୍ୟବସ୍ତୁ ପରିଚାଳନା, ବିଦ୍ୟୁତ୍‌ ନିରାପତ୍ତା ବ୍ୟବସ୍ଥା ନାହିଁ। କର୍ମଚାରୀମାନଙ୍କ ଡ୍ରେସ୍‌ କୋଡ଼୍‌ ଓ ପରିଚୟପତ୍ର ନ ଥିଲା। ତେବେ ଯେଉଁମାନେ ସରକାରୀ ନିୟମକୁ ଖିଲାପ୍‌ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ କେବଳ ତାଗିଦ କରି ଛାଡ଼ିଦିଆ ଯାଇଥିଲା। ଆଗାମୀ ଦିନରେ ଗାଇଡ୍‌ ଲାଇନ୍‌ ପାଳନ କରା ନ ଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେବଳ ତାଗିଦ କରାଯାଇଛି।
ଜିଲାପାଳ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ବିନୋଦ କୁମାର ବେହେରା କହିଛନ୍ତି, ଚଢ଼ାଉ କରାଯାଇଥିଲା। ଆବଶ୍ୟକକ ଗାଇଡ୍‌ ଲାଇନ୍‌ ପୂରଣ କରିବାକୁ ତାଗିଦ କରାଯାଇଛି। ସମସ୍ତ ପ୍ରକାର ସରକାରୀ ଅନୁମତି ନେବାକୁ କୁହାଯାଇଛି। ଜିଲାପାଳଙ୍କ ନିକଟରେ ଆବେଦନ ପାଇଁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri