ନର୍ସିଂହୋମ୍‌ରେ ଅବ୍ୟବସ୍ଥା, ତାଗିଦ କରି ଛାଡ଼ିଲା ପ୍ରଶାସନ

ବ୍ରହ୍ମପୁର ଅଫିସ୍‌,୮ା୬- ବ୍ରହ୍ମପୁର ସହରରେ ହୁ ହୁ ହୋଇ ବଢ଼ୁଛି ଘରୋଇ ନର୍ସିଂହୋମ୍‌। ସହରର ଗଳି କନ୍ଦି, ସବୁଆଡ଼େ ଏବେ ନର୍ସିଂହୋମ୍‌ ଦେଖିବାକୁ ମିଳୁଛି। ଏସବୁରେ ବେପାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁନି। ନିଅଁା ଲାଗିଲେ ମୁକାବିଲା ପାଇଁ ବ୍ୟବସ୍ଥା ନାହିଁ। ପଞ୍ଜୀକରଣ ଦୀର୍ଘ ମାସ ହେଲା ସରି ଯାଇଥିଲେ ମଧ୍ୟ ନବୀକରଣ କରାଯାଇନାହିଁ। ଏଭଳି ଅନେକ ଅବ୍ୟବସ୍ଥା ଶୁକ୍ରବାର ପଦାକୁ ଆସିଛି। ଜିଲା ପ୍ରଶାସନର ଏକ ମିଳିତ ଟିମ୍‌ ସହରର କେତେକ ନର୍ସିଂହୋମ୍‌ରେ ଚଢ଼ାଉ କରିବା ବେଳେ ଅବ୍ୟବସ୍ଥା ଥିବା ସୂଚନା ମିଳିଛି। ତେବେ ରୋଗୀଙ୍କ ଜୀବନ ସହ ଖେଳୁଥିବା ଏହି ନର୍ସିଂହୋମ୍‌ଗୁଡ଼ିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। କେବଳ ତାଗିଦ୍‌ କରି ଛାଡ଼ି ଦିଆଯାଇଛି।
ଫଳରେ ପ୍ରଶାସନର ଚଢ଼ାଉକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘରୋଇ ନର୍ସିଂହୋମ୍‌ ପ୍ରତି ପ୍ରଶାସନର ଏଭଳି ଦରଦକୁ ନେଇ ସାଧାରଣରେ ସମାଲୋଚନା କରାଯାଉଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତଥା ଉପଜିଲାପାଳ ଦିଗନ୍ତ କୁମାର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁକ୍ରବାର ବ୍ରହ୍ମପୁର ତହସିଲଦାର୍‌ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ଦୟାମୟ ପାଢୀ, ଡ୍ରଗ୍‌ ଇନ୍ସପେକ୍ଟର ଦେବାଶିଷ କାଲେ, ଜିଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର କିରାଣି ଅଶୋକ କୁମାର ପାଢୀ ପ୍ରମୁଖ ବିଭିନ୍ନ ନର୍ସିଂହୋମ୍‌ରେ ଚଢ଼ାଉ କରିଥିଲେ। ନୂଆ ବସ୍‌ଷ୍ଟାଣ୍ଡରେ ଥିବା ସାଇସୁଧା ନର୍ସିଂହୋମ୍‌ ଏବଂ ଅସ୍ଥା ହସ୍‌ପିଟାଲ୍‌ରେ ଚଢ଼ାଉ କରାଯାଇଥିଲା।
ସେହିଭଳି ଅନ୍ୟ ଏକ ଟିମ୍‌ ଜିଲା ଚିକିତ୍ସାଧିକାରୀ(ଭେଷଜ) ପି.କୁର୍ମୟାଙ୍କ ନେତୃତ୍ୱରେ ସହକାରୀ ଜିଲାପାଳ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ବିନୋଦ କୁମାର ବେହେରା ଏବଂ ଉପଜିଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି କାଳୁ ପ୍ରଧାନ। ଏହି ଟିମ୍‌ ନୂଆବସ୍‌ଷ୍ଟାଣ୍ଡ ଥିବା ସାହାରା ସେବା ସଦନ ଓ ଯଶୋଦା ନର୍ସିଂହୋମ୍‌ରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସରକାରଙ୍କ ନିର୍ଦ୍ଧାରିତ ଗାଇଡ୍‌ ଲାଇନ୍‌ ପ୍ରକାରେ ଠିକ୍‌ ଭାବରେ ନର୍ସିଂହୋମ୍‌ ପରିଚାଳନା ହେଉ ନ ଥିବା ଜଣାପଡ଼ିଥିଲା। ସେହିଭଳି କ୍ଲିନିକାଲ୍‌ ରେଜିଷ୍ଟ୍ରେଶନ୍‌ ପଞ୍ଜୀକରଣ କିମ୍ବା ନବୀକରଣ ମଧ୍ୟ ନାହିଁ। ବର୍ଷ ବର୍ଷ ହେଲା ନବୀକରଣ କରାଯାଇ ନ ଥିବା ଦୃଷ୍ଟିକୁ ଆସିଥିଲା। ଏଥିସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ନାହିଁ। ଯନ୍ତ୍ର ମଧ୍ୟ ଲଗାଯାଇନାହିଁ। ଏଥି ସହ ବର୍ଜ୍ୟବସ୍ତୁ ପରିଚାଳନା, ବିଦ୍ୟୁତ୍‌ ନିରାପତ୍ତା ବ୍ୟବସ୍ଥା ନାହିଁ। କର୍ମଚାରୀମାନଙ୍କ ଡ୍ରେସ୍‌ କୋଡ଼୍‌ ଓ ପରିଚୟପତ୍ର ନ ଥିଲା। ତେବେ ଯେଉଁମାନେ ସରକାରୀ ନିୟମକୁ ଖିଲାପ୍‌ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ କେବଳ ତାଗିଦ କରି ଛାଡ଼ିଦିଆ ଯାଇଥିଲା। ଆଗାମୀ ଦିନରେ ଗାଇଡ୍‌ ଲାଇନ୍‌ ପାଳନ କରା ନ ଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେବଳ ତାଗିଦ କରାଯାଇଛି।
ଜିଲାପାଳ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ବିନୋଦ କୁମାର ବେହେରା କହିଛନ୍ତି, ଚଢ଼ାଉ କରାଯାଇଥିଲା। ଆବଶ୍ୟକକ ଗାଇଡ୍‌ ଲାଇନ୍‌ ପୂରଣ କରିବାକୁ ତାଗିଦ କରାଯାଇଛି। ସମସ୍ତ ପ୍ରକାର ସରକାରୀ ଅନୁମତି ନେବାକୁ କୁହାଯାଇଛି। ଜିଲାପାଳଙ୍କ ନିକଟରେ ଆବେଦନ ପାଇଁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri