ବ୍ରିଟେନରେ ୯୦ ପ୍ରତିଶତ ଲୋକ ଚାହୁଁନାହାନ୍ତି ଲକ୍‌ଡାଉନରେ କୋହଳ

ଲଣ୍ଡନ,୧୦।୫: କରୋନା ଭାଇରସ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ଦୂରେଇ ରହିବାର ମୁଖ୍ୟମାଧ୍ୟମ ହେଉଛି ଲକ୍‌ଡାଉନ। ତେଣୁ ବିଶ୍ୱର ଅଧିକାଂଶ ଦେଶ ଏବେ ଲକ୍‌ଡାଉନ ନିୟମକୁ ପାଳନ କରି ଚାଲିଛନ୍ତି। ଯେଉଁଠି ସଂକ୍ରମଣର ସଂଖ୍ୟା କମ୍‌ ଦେଖାଯାଉଛି ସେଠାରେ ଲକ୍‌ଡାଉନ ଖୋଲିବାକୁ ନେଇ ଚିନ୍ତା କରାଯାଉଛି। ହେଲେ ବ୍ରିଟେନରେ ଏବେ ଲକ୍‌ଡାଉନ ନ ଖୋଲିବାକୁ ସମର୍ଥନ କରୁଛନ୍ତି ପାଖାପାଖି ୯୦ ପ୍ରତିଶତ ଲୋକ। ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଏବେ ଲକ୍‌ଡାଉନ ଖୋଲିବା କଥା ଚିନ୍ତା କରନ୍ତୁ ନାହିଁ ବୋଲି ସେମାନେ କହୁଥିବା ଏକ ସର୍ଭେରୁ ଜଣାପଡିଛି। ଏହାଦ୍ୱାରା ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡିବ ହେଲେ ଅର୍ଥନୀତି ଅପେକ୍ଷା ଲୋକଙ୍କ ଜୀବନ ବେଶି ମୂଲ୍ୟବାନ ବୋଲି ଲୋକେ କହୁଛନ୍ତି। ନିକଟରେ କରାଯାଇଥିବା ଏକ ସର୍ଭେରେ ପ୍ରତି ୧୦ ଜଣରେ ୮ ଜଣଙ୍କର ମତ ରହିଛି ଯେ ଏବେ ବ୍ରିଟେନରେ ଲକ୍‌ଡାଉନ ଖୋଲିବା ଠିକ୍‌ ହେବନାହିଁ। ଅଧିକାଂଶ ଲୋକ ଏବେ କାମକୁ ଫେରିବାକୁ ଚାହୁଁ ନ ଥିବା ମଧ୍ୟ ପ୍ରକାଶ କରିଛନ୍ତି। ଆଉ ଲୋକଙ୍କର ଭରସା ରହିଛି ଯେ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଲୋକଙ୍କୁ ଘରେ ରହିବାକୁ ହିଁ କହିବେ ଯେତେବେଳେ ପର୍ଯ୍ୟନ୍ତ ସଂକ୍ରମଣ କମ୍‌ ନ ହୋଇଛି। ଆଉ କିଏ କିଏ ମତ ଦେଇଛନ୍ତି ଯେହେତୁ ପ୍ରଧାନମନ୍ତ୍ରୀ ନିଜେ କରୋନାରେ ପୀଡ଼ିତ ହୋଇ ଏବେ ସୁସ୍ଥ ହୋଇଛନ୍ତି ସେ ଏହା ଉପରେ ସବାଧାନତାର ସହ ବିଚାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ଅବସର ନେଲେ ଏହି କ୍ରିକେଟର, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୫।୧୦: ପାକିସ୍ତାନୀ ମହିଳା କ୍ରିକେଟର କାଇନାତ ଇମତିଆଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଏକ ପୋଷ୍ଟ ମାଧ୍ୟମରେ ସେ ଏହି ଖବର ଜଣାଇ ଲେଖିଥିଲେ,…

ପରୀକ୍ଷାଗାରରୁ ବାହାରିଲା ‘କରୋନା ଭାଇରସ’ର ଭାଇ, ରୁଷିଆରେ ୱୁହାନ ଭଳି ଘଟଣାର ପୁନରାବୃତ୍ତି!

ମସ୍କୋ,୫।୧୦: ରୁଷିଆର ସାଇବେରିଆ ଅଞ୍ଚଳରେ ଏକ ସଂକ୍ରମଣକୁ ନେଇ ଉଦବେଗ ସୃଷ୍ଟି ହୋଇଛି। ଏକ ସ୍ଥାନୀୟ ପରୀକ୍ଷାଗାରରେ ଘଟିଥିବା ଦୁର୍ଘଟଣା ପରେ, ଏକ ସନ୍ଦିଗ୍ଧ ବିପଜ୍ଜନକ ସଂକ୍ରମଣକୁ…

ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

ଦୁବାଇ,୫ା୧୦: ଦୁବାଇରୁ ୧୭୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବୁଧବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନର ସହପାଇଲଟ୍‌ ହମାମ ଅଲ୍‌-ହମାମି ଏହାକୁ ନିୟନ୍ତ୍ରଣକୁ ନେଇ ଦୁର୍ଘଟଣାଗ୍ରସ୍ତ…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?