ବ୍ରହ୍ମଗିରି,୭ା୩(ଡି.ଏନ୍.ଏ.): ବ୍ରହ୍ମଗିରି ଅତିରିକ୍ତ ତହସିଲଦାରଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଶୁକ୍ରବାର ଏକ ବୈଠକ ଚାଲୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତହସିଲଦାର କିଶୋର କୁମାର ପଣ୍ଡାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତହସିଲଦାର ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତିକରି ବ୍ରହ୍ମଗିରି ଥାନା ପୋଲିସ ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ପଞ୍ଚାୟତରେ ବାତ୍ୟା ‘ଫନୀ’ରେ ଘରଭାଙ୍ଗିଯାଇଥିବା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବା ପାଇଁ ତତ୍କାଳୀନ ଜଣେ ରାଜସ୍ବ ନିରୀକ୍ଷକ ଟଙ୍କା ଆଣିଥିଲେ। କିନ୍ତୁ ଏହି ତଦନ୍ତରେ ବ୍ୟତିକ୍ରମ ଥିବାରୁ ଜିଲାପାଳ ଏହାକୁ ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏହି କ୍ଷତିଗ୍ରସ୍ତମାନେ ଫନୀ ସହାୟତାରୁ ବଞ୍ଚିତ ହୋଇଥିଲେ। ଏ ନେଇ ଜନଅସନ୍ତୋଷ ଦେଖାଦେଇଥିଲା। ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ତହସିଲଦାର ହେମନ୍ତ କୁମାର ଭାରିମଲ୍ଲଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ତହସିଲଦାର ପଣ୍ଡା, ଅତିରିକ୍ତ ତହସିଲଦାର ଭାରିମଲ୍ଲ ଓ ତହସିଲର ଅନ୍ୟକର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକ ଚାଲୁଥିବା ବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ପଶି ତତ୍କାଳୀନ ରାଜସ୍ବ ନିରୀକ୍ଷକଙ୍କୁ ଖୋଜିଥିଲେ। ଏହା ପରେ ଗାଳିଗୁଲଜ କରିବାରୁ ତହସିଲଦାର ପଣ୍ଡା ଏହାକୁ ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ତହସିଲଦାର ବ୍ରହ୍ମଗିରି ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତହସିଲଦାରଙ୍କୁ ଆକ୍ରମଣ ଘଟଣାର ମୋବଇଲ ଫୋନର ଭିଡିଓ ଫୁଟେଜକୁ ଯାଞ୍ଚ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଥାନା ଅଧକାରୀ ମନୋଜ ଶତପଥୀ କହିଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ: ନବୀନ
ଶେରଗଡ଼/ହିଞ୍ଜିଳିକାଟୁ/ସୋରଡା/ ଆସିକା,୮୧୧(ସୂର୍ଯ୍ୟ ନାରାୟଣ ଦାଶ/ ଦ୍ୱିତୀକୃଷ୍ଣ ପଣ୍ଡା/ରଜନୀ ମହାପାତ୍ର/ସୁରେନ୍ଦ୍ର ନାଥ ସାହୁ) ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ବାତ୍ୟା ଅର୍ଣ୍ଣବ…
ଅଧିକାଂଶ ଅଫିସରେ ଏମିତି ଦୁର୍ନୀତିଗ୍ରସ୍ତ ଅଫିସର ଅଛନ୍ତି: ଏମ୍ପି ପ୍ରତାପ
ବାଲେଶ୍ୱର,୮।୧୧(ବାଞ୍ଛାନିଧି ଦେ): ବାଲିଆପାଳର ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର ଭିଜିଲାନ୍ସ ଟିମ୍ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେବା ଜାଣି ଏମ୍ପି ପ୍ରତାପ ଚନ୍ଦ୍ର…
ଧରିତ୍ରୀ ୟୁଥ୍ କନ୍କ୍ଲେଭ୍-୨୦୨୬: ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ
ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ କଳକାରାଖାନା ସହ ଗାଡିମୋଟର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ବାୟୁମଣ୍ଡଳରେ ଧୂଆଁ ଆସ୍ତରଣ ଓ ଅଙ୍ଗାରକାମ୍ଳ…
୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ…
ଗୋଟିଏ ରାତିରେ ୨ ହତ୍ୟାକାଣ୍ଡ
ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ବମିଖାଲ କଟକ ରୋଡ ଝାରପଡ଼ା ବ୍ରିଜ୍ ନିକଟରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ…
ପାରିବାରିକ କଳହ ନା ଚାକିରୀ ଚାପ? ଛୁଟିରୁ ଫେରିବା ପରେ କ୍ୱାର୍ଟରରୁ ମିଳିଲା ଅମ୍ବାଦଳା ଥାନା SIଙ୍କ ଝୁଲନ୍ତା ମୃତଦେହ, ଉଠିଲା ପ୍ରଶ୍ନ
ଆମ୍ବଦଳା,୭।୧୧(ରବିନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଆମ୍ବଦଳା ଥାନାରେ କାର୍ଯ୍ୟରତ ଏସ୍ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରର ବନ୍ଦ…
କୋଟିଆରୁ ଆନ୍ଧ୍ର ସମିତିସଭ୍ୟ ନିର୍ବାଚିତ
ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହା ସତ୍ତ୍ୱେ…
ମରୈଗାଁ-ବଳିପୁର ରାସ୍ତା ନିର୍ମାଣ ଓ ନଦୀବନ୍ଧ ସମ୍ପୂର୍ଣ୍ଣ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଶ୍ୱନାଥ
ହାଟଡିହୀ/ଛେନାପଦୀ, ୭।୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଭିନ୍ନ ଜନସମସ୍ୟା ଓ ଅସମ୍ପୂର୍ଣ୍ଣ ଉନ୍ନୟନମୂଳକ…

