ବେଉସା ପରିବା ବିକ୍ରି, ନିଶା ପାଲା ଗାୟକ

କେନ୍ଦୁଝର, ୩୦ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ)-ପାଲା ଗାୟକ ଭାବେ ସ୍ଥାନୀୟ ଗମ୍ଭାରିଆ ଗ୍ରାମର ଉମାକାନ୍ତ ପାତ୍ର ବେଶ୍‌ ପରିଚିତ। ପାଲା ହେଉଛି ତାଙ୍କର କଳା, କିନ୍ତୁ ବେଉସା ପରିବା ବିକିବା। ବୟସ ପ୍ରାୟ ୫୨ ହେବ। ୧୯୮୭ ମସିହାରୁ ପାଲା ଗାୟକ ଭାବେ ସେ ବେଶ୍‌ ଜଣାଶୁଣା। ତାଙ୍କର ଗୁରୁ ହେଉଛନ୍ତି ତାଙ୍କର ଭିଣୋଇ ବନେଇକଳା ଗ୍ରାମର ଦୟାନିଧି ଦାଶ। ତାଙ୍କଠାରୁ ସେ ଏହି ବିଦ୍ୟା ଶିକ୍ଷାଲାଭ କରିଥିବା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ପୁରୁଣା ଅନୁଭୂତିକୁ ମନେ ପକାଇ କହିଛନ୍ତି ଯେ, କିପରି ଏକ ବାଦୀ ପାଲା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା ଏବଂ ସେ ପାଲା ପ୍ରତି ଆକୃଷ୍ଟ ହୋଇ ପାଲାକାର ହେଲେ। ୧୯୮୫ ମସିହାରେ ଦୁଇ ପାଲା ଗୁରୁ ଦାଶରଥି ଦାଶ ଓ ଦୟାନିଧି ଦାଶଙ୍କ ମଧ୍ୟରେ ବାଦୀ ପାଲା ଚାଲିଥିଲା ା ପାଲା ମାଧ୍ୟମରେ ଦୁଇ ଜଣଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ପାଲାକୁ ଦେଖିବାକୁ ଆସିଥିବା ଆଖପାଖ ଗ୍ରାମର ଶହ ଶହ ପାଲା ପ୍ରେମୀଙ୍କର ମନମୁଗ୍ଧ ହୋଇଥିଲେ ା ହଠାତ ପ୍ରବଳ ବର୍ଷା ହୋଇଥିଲା ା ଏପରିକି ପେଣ୍ଡାଲ ଭାଙ୍ଗିଯାଇଥିଲା। ପାଲା ୩ ରାତି ବଦଳରେ ୫ ରାତି ଆୟୋଜନ ହୋଇଥିଲା। ସେହି ବାଦୀ ପାଲାକୁ ଦେଖିବା ପରେ ସେ ପାଲା ପ୍ରତି ଆକର୍ଷିତ ହୋଇଥିଲେ ା କଲେଜରେ ପଢିବା ବେଳେ ଡ୍ରାମା ପ୍ରତି ଆଗ୍ରହ ଥିବା ଉମାକାନ୍ତ ଡ୍ରାମା କଳାକାରରୁ ପାଲା କଳାକାର ହୋଇଯାଇଥିଲେ ା
ତାଙ୍କ ଭିଣୋଇଙ୍କଠାରୁ ପାଲା ବିଷୟରେ ଜ୍ଞାନ ଲାଭ କରିବା ସହ ତାଙ୍କ ସହିତ ପାଲା ପରିବେଷଣ କରି ଦୁଇ ବର୍ଷ ମଧ୍ୟରେ ଦକ୍ଷତା ହାସଲ କରି ଗାୟକ ପାଲଟିଗଲେ। ପାଲାରେ ସେଭଳି ପଇସା ମିଳେ ନାହିଁ ା ଏହା ତାଙ୍କର ନିଶା ା ଏଣୁ ସେ ପାଲା ଗାଇ ଆସୁଛନ୍ତି। ବର୍ଷକୁ ୫୦/୬୦ ରାତି ପାଲା କରିପାରନ୍ତି ବୋଲି ଉମାକାନ୍ତ କୁହନ୍ତି। ପାଲା ସଂସ୍କୃତି ଉପଯୁକ୍ତ ପ୍ରୋତ୍ସାହନ ଓ ସହାୟତା ଅଭାବରୁ କମିବାରେ ଲାଗିଛି। ସିନେମା, ଅତ୍ୟାଧୁନିକ ନାଟକ, ଟିଭି ଯୁଗରେ ପାଲା ସଂସ୍କୃତି ଅଣନିଶ୍ୱାସୀ ହୋଇ ପଡୁଛି ବୋଲି କହିଛନ୍ତି। ତଥାପି ପାଲା ଦର୍ଶକ ଓ ପ୍ରଶଂସକ ବହୁତ ରହିଛନ୍ତି, ଯାହାଙ୍କ ପାଇଁ ଏବେ ମଧ୍ୟ ବଞ୍ଚିଛି ବୋଲି କୁହନ୍ତି।
ରାତିରେ ପାଲା ଗାଇବା ସହ ଦିନରେ ପେଟପାଟଣା ପାଇଁ କେନ୍ଦୁଝର ଡେଲି ମାର୍କେଟ (ରାସପୂଜା ମନ୍ଦିର ମାର୍କେଟ) ରେ ରହିଛି ଉମାକାନ୍ତଙ୍କର ଏକ ପରିବା ଦୋକାନ। ବାପା କାହ୍ନୁ ପାତ୍ରଙ୍କ ସହିତ ମିଶି ସେ ପରିବା ବେପାର କରିଆସୁଛନ୍ତି। ଏଥିରେ ପରିବାର ଓ ପେଟପାଟଣା ଚଳେ ା ଗୋଟିଏ ଝିଅକୁ ଭଲ ଘରେ ବିବାହ ଦେଇଥିବା ବେଳେ ଦୁଇ ପୁଅଙ୍କୁ ଇଞ୍ଜିନିୟରିଂ ପାଠ ପଢାଇଛନ୍ତି। ସେମାନେ ଚାକିରି କରୁଛନ୍ତି। ଘରେ ଉମାକାନ୍ତଙ୍କ ମା’ ଓ ସ୍ତ୍ରୀ ସହିତ ବେଶ୍‌ ଖୁସିରେ ରହୁଥିବା କୁହନ୍ତି। ପାଲାରୁ ଦିନକୁ ୩ ରୁ ୫ ହଜାର ମିଳିଥାଏ ା ସେଥିରୁ ଜଣକା ଦିନକୁ ୬ଶହରୁ ୮ଶହ ମିଳିଥାଏ। ତେବେ ପୋଷାକ, ବାଦ୍ୟ, ଯାତାୟାତ ଖର୍ଚ୍ଚ ବାବଦକୁ ଅଧିକ ଚାଲିଯାଏ। କିଛି ଲାଭ ନ ହେଉ ନ ଥିଲେ ମଧ୍ୟ କେବଳ କଳାକୁ ବଞ୍ଚାଇ ରଖିବା ଓ ପାଲା ନିଶା ତାଙ୍କୁ ବାନ୍ଧି ରଖିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri