ବେଉସା ପରିବା ବିକ୍ରି, ନିଶା ପାଲା ଗାୟକ

କେନ୍ଦୁଝର, ୩୦ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ)-ପାଲା ଗାୟକ ଭାବେ ସ୍ଥାନୀୟ ଗମ୍ଭାରିଆ ଗ୍ରାମର ଉମାକାନ୍ତ ପାତ୍ର ବେଶ୍‌ ପରିଚିତ। ପାଲା ହେଉଛି ତାଙ୍କର କଳା, କିନ୍ତୁ ବେଉସା ପରିବା ବିକିବା। ବୟସ ପ୍ରାୟ ୫୨ ହେବ। ୧୯୮୭ ମସିହାରୁ ପାଲା ଗାୟକ ଭାବେ ସେ ବେଶ୍‌ ଜଣାଶୁଣା। ତାଙ୍କର ଗୁରୁ ହେଉଛନ୍ତି ତାଙ୍କର ଭିଣୋଇ ବନେଇକଳା ଗ୍ରାମର ଦୟାନିଧି ଦାଶ। ତାଙ୍କଠାରୁ ସେ ଏହି ବିଦ୍ୟା ଶିକ୍ଷାଲାଭ କରିଥିବା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ପୁରୁଣା ଅନୁଭୂତିକୁ ମନେ ପକାଇ କହିଛନ୍ତି ଯେ, କିପରି ଏକ ବାଦୀ ପାଲା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା ଏବଂ ସେ ପାଲା ପ୍ରତି ଆକୃଷ୍ଟ ହୋଇ ପାଲାକାର ହେଲେ। ୧୯୮୫ ମସିହାରେ ଦୁଇ ପାଲା ଗୁରୁ ଦାଶରଥି ଦାଶ ଓ ଦୟାନିଧି ଦାଶଙ୍କ ମଧ୍ୟରେ ବାଦୀ ପାଲା ଚାଲିଥିଲା ା ପାଲା ମାଧ୍ୟମରେ ଦୁଇ ଜଣଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ପାଲାକୁ ଦେଖିବାକୁ ଆସିଥିବା ଆଖପାଖ ଗ୍ରାମର ଶହ ଶହ ପାଲା ପ୍ରେମୀଙ୍କର ମନମୁଗ୍ଧ ହୋଇଥିଲେ ା ହଠାତ ପ୍ରବଳ ବର୍ଷା ହୋଇଥିଲା ା ଏପରିକି ପେଣ୍ଡାଲ ଭାଙ୍ଗିଯାଇଥିଲା। ପାଲା ୩ ରାତି ବଦଳରେ ୫ ରାତି ଆୟୋଜନ ହୋଇଥିଲା। ସେହି ବାଦୀ ପାଲାକୁ ଦେଖିବା ପରେ ସେ ପାଲା ପ୍ରତି ଆକର୍ଷିତ ହୋଇଥିଲେ ା କଲେଜରେ ପଢିବା ବେଳେ ଡ୍ରାମା ପ୍ରତି ଆଗ୍ରହ ଥିବା ଉମାକାନ୍ତ ଡ୍ରାମା କଳାକାରରୁ ପାଲା କଳାକାର ହୋଇଯାଇଥିଲେ ା
ତାଙ୍କ ଭିଣୋଇଙ୍କଠାରୁ ପାଲା ବିଷୟରେ ଜ୍ଞାନ ଲାଭ କରିବା ସହ ତାଙ୍କ ସହିତ ପାଲା ପରିବେଷଣ କରି ଦୁଇ ବର୍ଷ ମଧ୍ୟରେ ଦକ୍ଷତା ହାସଲ କରି ଗାୟକ ପାଲଟିଗଲେ। ପାଲାରେ ସେଭଳି ପଇସା ମିଳେ ନାହିଁ ା ଏହା ତାଙ୍କର ନିଶା ା ଏଣୁ ସେ ପାଲା ଗାଇ ଆସୁଛନ୍ତି। ବର୍ଷକୁ ୫୦/୬୦ ରାତି ପାଲା କରିପାରନ୍ତି ବୋଲି ଉମାକାନ୍ତ କୁହନ୍ତି। ପାଲା ସଂସ୍କୃତି ଉପଯୁକ୍ତ ପ୍ରୋତ୍ସାହନ ଓ ସହାୟତା ଅଭାବରୁ କମିବାରେ ଲାଗିଛି। ସିନେମା, ଅତ୍ୟାଧୁନିକ ନାଟକ, ଟିଭି ଯୁଗରେ ପାଲା ସଂସ୍କୃତି ଅଣନିଶ୍ୱାସୀ ହୋଇ ପଡୁଛି ବୋଲି କହିଛନ୍ତି। ତଥାପି ପାଲା ଦର୍ଶକ ଓ ପ୍ରଶଂସକ ବହୁତ ରହିଛନ୍ତି, ଯାହାଙ୍କ ପାଇଁ ଏବେ ମଧ୍ୟ ବଞ୍ଚିଛି ବୋଲି କୁହନ୍ତି।
ରାତିରେ ପାଲା ଗାଇବା ସହ ଦିନରେ ପେଟପାଟଣା ପାଇଁ କେନ୍ଦୁଝର ଡେଲି ମାର୍କେଟ (ରାସପୂଜା ମନ୍ଦିର ମାର୍କେଟ) ରେ ରହିଛି ଉମାକାନ୍ତଙ୍କର ଏକ ପରିବା ଦୋକାନ। ବାପା କାହ୍ନୁ ପାତ୍ରଙ୍କ ସହିତ ମିଶି ସେ ପରିବା ବେପାର କରିଆସୁଛନ୍ତି। ଏଥିରେ ପରିବାର ଓ ପେଟପାଟଣା ଚଳେ ା ଗୋଟିଏ ଝିଅକୁ ଭଲ ଘରେ ବିବାହ ଦେଇଥିବା ବେଳେ ଦୁଇ ପୁଅଙ୍କୁ ଇଞ୍ଜିନିୟରିଂ ପାଠ ପଢାଇଛନ୍ତି। ସେମାନେ ଚାକିରି କରୁଛନ୍ତି। ଘରେ ଉମାକାନ୍ତଙ୍କ ମା’ ଓ ସ୍ତ୍ରୀ ସହିତ ବେଶ୍‌ ଖୁସିରେ ରହୁଥିବା କୁହନ୍ତି। ପାଲାରୁ ଦିନକୁ ୩ ରୁ ୫ ହଜାର ମିଳିଥାଏ ା ସେଥିରୁ ଜଣକା ଦିନକୁ ୬ଶହରୁ ୮ଶହ ମିଳିଥାଏ। ତେବେ ପୋଷାକ, ବାଦ୍ୟ, ଯାତାୟାତ ଖର୍ଚ୍ଚ ବାବଦକୁ ଅଧିକ ଚାଲିଯାଏ। କିଛି ଲାଭ ନ ହେଉ ନ ଥିଲେ ମଧ୍ୟ କେବଳ କଳାକୁ ବଞ୍ଚାଇ ରଖିବା ଓ ପାଲା ନିଶା ତାଙ୍କୁ ବାନ୍ଧି ରଖିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ

ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri