ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଆହ୍ବାନ

ରଣପୁର,୭ା୭(ସ୍ବ.ପ୍ର.): ଶନିବାର ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ତରଫରୁ ସାନଗଡ ବିଦ୍ୟାଳୟରେ ୭୦ତମ ବନ ମହୋତ୍ସବ ପାଳନ କରାଯାଇଛି। ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟଅତିଥି ଓ ଖୋର୍ଦ୍ଧା ଜିଲା ଡିଏଫଓ ସୁଦୀପ୍ତ ନାୟକ, ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ନାଥ ସାହୁ, ଭାଇସ୍‌ ଚେୟାରମ୍ୟାନ ପ୍ରିୟବ୍ରତ ପ୍ରହରାଜ, ଗୌରାଙ୍ଗପୁର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଲୋକ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା କରିବାକୁ ଆହ୍ବାନ ଦେଇଥିଲେ। ଜଙ୍ଗଲ ରହିଲେ ଜୀବଜଗତ ବଞ୍ଚତ୍ରହିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ପରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ। ରଣପୁର ବନ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ ରଣପୁରର ବିଭିନ୍ନ ସ୍ଥାନରେ ୩୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ କିସମର ଗଛ ଲଗାଯିବ ବୋଲି କହିଥିଲେ। ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ, କାଉନସିଲର, ରଣପୁର ଅଞ୍ଚଳର କେତେକ ବିଶିଷ୍ଟ ବ୍ୟକ୍ତି ଓ ଯୁବକ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ଆକାଶିଆ, ପଟାସ, ଜାମୁକୋଳି ଆଦି ପ୍ରଜାତିର ଚାରା ରୋପଣ କରିଥିଲେ। ଏହି ଗଛଗୁଡିକର ଯତ୍ନ ନିଆଯାଇ କିପରି ବଡ କରାଯାଇପାରିବ ସେ ସମ୍ବନ୍ଧରେ ଉପସ୍ଥିତ ସଭ୍ୟାସଭ୍ୟ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?