ବିଶ୍ୱ ରେକର୍ଡ ପାଇଁ ଯୁବଶିଳ୍ପୀଙ୍କ ଉଦ୍ୟମ: କାଠରେ ନିର୍ମାଣ କଲେ ୩.୫ ଇଞ୍ଚର ନନ୍ଦିଘୋଷ

ଅନୁଗୋଳ ଅଫିସ, ୨୬।୬- ମାତ୍ର ୨୦ ବର୍ଷ ବୟସରେ ବିଶ୍ୱ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମର ଶିଳ୍ପୀ ରୁବେଲାଲ ପ୍ରଧାନ। ଜଣେ ବାଲୁକା ଶିଳ୍ପୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ହୋଇଥିଲେ ବି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ସେ ୩.୫ ଇଞ୍ଚ ଉଚ୍ଚତାର ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ନକଲ କାଠରେ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ୧୬ ଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଛି। ପୂର୍ବରୁ ବିଶ୍ୱର ସବୁଠାରୁ ଛୋଟ ରଥର ଉଚ୍ଚତା ୪.୫ ଇଞ୍ଚ ଥିବାରୁ ତାଙ୍କ ରଥକୁ ଲିମ୍‌କା ବୁକ୍‌ରେ ସ୍ଥାନିତ ପାଇଁ ପଠାଇବେ ବୋଲି ରୁବେଲାଲ ପ୍ରକାଶ କରିଛନ୍ତି।
ଅଦରକାରୀ କାଠ, କପଡ଼ା, ଅଠା ଓ ରଙ୍ଗ ବ୍ୟବହାର କରି ସେ ଏହି ରଥ ନିର୍ମାଣ କରିଛନ୍ତି। ଏଥିରେ ପଏଣ୍ଟ ୯୮ ଇଞ୍ଚ ଉଚ୍ଚତାର ଜଗନ୍ନାଥଙ୍କ ମୂର୍ତ୍ତି ବିରାଜମାନ ଥିବା ବେଳେ ଘୋଡ଼ା, ସାରଥି ଓ ୧୬ଟି ଛୋଟ ଛୋଟ ଚକ ରହିଛି। ଲାଲ ଓ ହଳଦିଆ ରଙ୍ଗର କପଡ଼ାରେ ରଥକୁ ରଙ୍ଗାୟିତ କରାଯାଇଛି। ଏହାକୁ ସେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଦେଖାଇ ସାରିଥିବା ବେଳେ ଆଗାମୀ ରଥଯାତ୍ରା ବେଳେ ଅନୁଗୋଳରେ ତାହାକୁ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି। ସେହିପରି ଜଗନ୍ନାଥଙ୍କୁ ନେଇ ବାଲୁକା କଳା ନିର୍ମାଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏ ନେଇ ସେ ଜିଲାପାଳଙ୍କୁ ଅନୁମତି ମାଗିବା ପରେ ଜିଲାପାଳ ତାଙ୍କୁ ଶୈଳଶ୍ରୀକ୍ଷେତ୍ର ମନ୍ଦିର କମିଟି ସହ ଯୋଗାଯୋଗ କରିବାକୁ କହିଛନ୍ତି। ଏଥିସହ ମାଉସୀ ମା’ ମନ୍ଦିର ନିକଟରେ ବାଲୁକା କଳା ପ୍ରଦର୍ଶନ କଲେ ଭଲ ହେବ ବୋଲି ଜିଲାପାଳ ପ୍ରସ୍ତାବ ଦେଇଥିବା ରୁବେଲାଲ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ଟି ବାଲୁକା କଳା ପ୍ରଦର୍ଶନ କରିସାରିଥିବା ଏହି ଯୁବଶିଳ୍ପୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri