Posted inଖେଳ

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା : ଭାରତରୁ ଏକମାତ୍ର ଅନୁପମା

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)-
ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାରତରୁ ଏକମାତ୍ର ଏଲାଇଟ ଖେଳାଳିଭାବେ ଉତ୍କଳ କରାଟେ ସ୍କୁଲର ଅନୁପମା ସ୍ବାଇଁ ଅଂଶଗ୍ରହଣ କରିବେ। ଅନୁପମା ମଙ୍ଗଳବାର ଚୁଙ୍ଗଜୁ ଯାତ୍ରା କରିବେ। ପ୍ରତିଯୋଗିତାର ଜୁଜୁଟ୍‌ସୁ ନଓ୍ବୋଜା, ଜୁଜୁଟ୍‌ସୁ ଫାଇଟିଂ ଓ ଜୁଜୁଟ୍‌ସୁ କଣ୍ଟାକଟ୍‌ ବିଭାଗରେ ଅନୁ ଭାଗନେବେ।
ବିଶ୍ୱ ସଂଘଦ୍ୱାରା ଅନୁପମାଙ୍କୁ ବିଶ୍ୱର ଜଣେ ଏଲାଇଟ ଖେଳାଳିଭାବେ ସ୍ବିକୃତି ମିଳିଥିବାରୁ ତାଙ୍କର ସମସ୍ତ ଖର୍ଚ୍ଚ ଓ୍ବାଲର୍‌ଡ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ଆୟୋଜକ କମିଟି ବହନ କରୁଛି। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ଜଣେ ଅନ୍ତର୍ଜାତୀୟ କରାଟେ ଖେଳାଳି ହେବା ସହ ଶକ୍ତିଉତ୍ତୋଳନରେ ଏସିଆ ଚାମ୍ପିୟନ, ଜୁଜୁଟ୍‌ସୁରେ ବିଶ୍ୱମାନ୍ୟତାପ୍ରାପ୍ତ ଥାଇଲାଣ୍ଡ ଓପନରେ ସ୍ବର୍ଣ୍ଣ ପଦକ ବିଜୟିନୀ। ସୋମବାର ସନ୍ଧ୍ୟାରେ ଉତ୍କଳ କରାଟେ ସ୍କୁଲ ଓ ଜୁଜୁଟ୍‌ସୁ ଆସୋସିଏଶନ ଅଫ୍‌ ଓଡ଼ିଶା ପକ୍ଷରୁ ଅବିନାଶ ପୁନ୍ଦିର, ଗୌରୀ ମହାନ୍ତି, ଚିତ୍ତରଞ୍ଜନ ସ୍ବାଇଁ, ଡ. ହରିପ୍ରସାଦ ପଟ୍ଟନାୟକ ଏବଂ ଖେଳାଳିମାନେ ଉପସ୍ଥିତ ରହି ଅନୁପମାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?