ବିପଦ୍‌ ମୁଢ଼େଇ ଦଦ୍‌ରା ଘରେ ରହୁଛନ୍‌ ଅସାହା ଦମ୍ପତି

 

ଲାଠୋର, ୨୭ା୮ (ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦର ଗୁଦାମପଡ଼ାରେ ବାସ କରୁଛନ୍‌ ଭଗବାନ ଛତ୍ରିଆ। ପରିବାର କହେଲେ ମାଏକିନା ବାସନ୍ତି ଆର ଗୁଟେ ବଲି ଝି’ ସେବତୀ। ପରିବାରଟା ନିହାତି ଗରିବ୍‌। ଇ ଗରିବ୍‌ ଦମ୍ପତି ଲାଗ୍‌ବରମସ କରି ଗୁଟେବଲି ଝି’କେ ବିହାକଲେ। ପଛେ ଦୁଖ୍‌ସୁଖ କରି ଦମ୍ପତି ଲୁକ୍‌କର ଲାଗ୍‌ବରମସ ସୁଝ୍‌ଲେ। ଝି’କେ ବିହା କଲା ଉତାରୁ ଇ ଦମ୍ପତି ଫିବଛର ଦାଦନ ଯାଇ ପେଟ୍‌ ପାଲୁଥିଲେ। ହେଲେ ବଏସ୍‌ ହେଲାରୁ ସେମାନେ ଦାଦନ ଯିବାକେ ଆର ସାହାସ ଯୁଟେଇ ନାଇଁ ପାରଲେ। ସେଦିନ୍‌ଠାନୁ ଭଗବାନ ଆସର ପାସର ଗଁାଗଁଡ଼ାରୁ ପନିପରିବା ଠୁଲେଇ ସେଟା ବଜାରମାନକେ ବିକି ଦୁଇ ପଏସା ରୁଜଗାର କରୁଛନ୍‌। ବାପ୍‌ ଅଜା ଅମଲୁ ୬୮ ଡେସିମିଲ ଘର ଡିହ ରହିଛେ। ହେଲେ ସେଟା ଦୁଇ ଭାଇ ଭିତରେ ଭାଗ୍‌ବଁଟା ନାଇଁହେଇ। ଯେନ୍‌ଥିରଲାଗି ଭଗବାନ ନିଜର ବଡ଼ବପାକଁର ଗୁଟେ ଡିହରେ ଧାର ଉଧାର କରି ଇଟା ଆର ମାଏଟ୍‌ରେ ଗୁଟେ ଘର ତିଆରିଛନ୍‌। ସେ ଘର ଆଘେ ଖୁଁଟା ଗାଡ଼ି ତାର ଉପରେ ତାଲବରଡା ଆର ତାରପୋଲିନ୍‌ ଢାପିଛନ୍‌। ସେଠାନେ ତାକର ରଁଧାବଢ଼ା ହେଉଛେ। ଇଆଡ଼େ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଘର ଯୁଗେଇ ଦେଉଛନ୍‌। ଭଗବାନ ଘରଖଁଡ଼େ ପାଏବାର ଆଶ୍‌ରେ ସରକାରୀ କରମଚାରୀକୁଁ ଭେଟି, ଗୁହାରି କରି ନିରାଶ ହେଇଛନ୍‌। ଶେଷେ ଉପେ ଶୂଇନ୍‌ ଗରିବ୍‌ ଦମ୍ପତି ନିଜର ଭାଏଗ୍‌କେ ଆଦ୍‌ରି ସେ ଦଦ୍‌ରା ଘରେ ମୁଡ଼ଗୁଁଜିଛନ୍‌। ହେଲେ ଘରଟା କେତେବେଲେ ମାଡି ବସବା କିଛି ଠିକ୍‌ନା ନଁାଇଁନ ବଲି ଭଗବାନ ଦୁଖିତ ହେଇ କହିଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ ଅଗ୍ରଓ୍ବାଲକୁଁ ପଚରାଲାରୁ ଇ ପରିବାରକେ ପକାଘର ଯୁଗେଇ ଦେବାର ଲାଗି ତାକର ଲିଷ୍ଟ ପଠାବାର ସଂଗେ ପରଶାସନକେ ଅନୁରୋଧ କରିଛୁଁ ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri