ବିଭିନ୍ନ ଦେଶରେ ଭିନ୍ନ ନିୟମ

କରୋନା ସମଗ୍ର ବିଶ୍ୱରେ କାୟା ମେଲାଇଛି। ଏହାକୁ ରୋକିବାର ଏକମାତ୍ର ଉପାୟ ହେଲା ସାମାଜିକ ଦୂରତା। ତେଣୁ ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ସବୁ ଦେଶରେ ଲକ୍‌ଡାଉନ୍‌ ନିୟମ ସମାନ ନୁହେଁ। ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଦେଶ ନିଜର ଭିନ୍ନ ଭିନ୍ନ ଉପାୟ ଆପଣାଇଥିବା ଜଣାଯାଏ। ‘କଲମ୍ବିଆ’ର କେତେକ ସହରରେ ଲକ୍‌ଡାଉନ୍‌ରେ ସେମାନଙ୍କ ଜାତୀୟ ପରିଚୟପତ୍ର(ନ୍ୟାଶନାଲ୍‌ ଆଇଡି)ରେ ରହିଥିବା ଅନ୍ତିମ ସଂଖ୍ୟା ଆଧାରରେ ବାହାରକୁ ଯିବାକୁ ଅନୁମତି ମିଳିଥାଏ। ଏହି ନମ୍ବର ଅନୁଯାୟୀ ସପ୍ତାହର ବିଭିନ୍ନ ଦିନରେ ଲୋକେ ଜରୁରୀ ସାମଗ୍ରୀ ପାଇଁ ବାହାରକୁ ଯାଇଥାନ୍ତି। ‘ପାନାମା’ ଦେଶରେ ମଧ୍ୟ କରୋନା ମାମଲା ବଢ଼ିବାରେ ଲାଗିଛି। ତେଣୁ ଏଠାରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହାକୁ ସଫଳ କରିବା ପାଇଁ ଏଠାରେ ଅନ୍ୟ ଦେଶଠାରୁ କିଛି ଭିନ୍ନ ନିୟମ ଲାଗୁ ହୋଇଛି। ସେଣ୍ଟ୍ରାଲ୍‌ ଆମେରିକାର ଏହି ଦେଶରେ ଲକ୍‌ଡାଉନ୍‌ ସମୟରେ ଲିଙ୍ଗ ଆଧାରରେ କିିଛି ଦିନ ମହିଳା ଏବଂ ଆଉ କିଛି ଦିନ ପୁରୁଷ ଜରୁରୀ ସାମଗ୍ରୀ ପାଇଁ ୨ ଘଣ୍ଟା ବାହାରକୁ ଯିବାକୁ ଅନୁମତି ମିଳିଥାଏ। ମହିଳାଙ୍କ ପାଇଁ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ନିର୍ଦ୍ଧାରିତ ହୋଇଥିବାବେଳେ ପୁରୁଷଙ୍କ ପାଇଁ ମଙ୍ଗଳବାର, ଗୁରୁବାର ଓ ଶନିବାର ରହିଛି। ତେବେ ରବିବାର ଏଠାରେ ବାହାରକୁ ଯିବାକୁ ଅନୁମତି ନାହିଁ। ସର୍ବିୟାରେ ଲକ୍‌ଡାଉନ୍‌ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ‘ଡଗ୍‌ ଓ୍ବାକିଂ ଆଓ୍ବାର୍‌’ ଲାଗୁ ହୋଇଛି। ଏଥିରେ ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ଲୋକେ ବାହାରକୁ ଜରୁରୀ କାମରେ ଯାଇପାରିବେ। ଉଲ୍ଲେଖଯୋଗ୍ୟ, ଏଠାରେ ପୂର୍ବରୁ କୁକୁରଙ୍କ ବୁଲିବା ପାଇଁ ଏହି ନିୟମ ହୋଇଥିଲା। ତେବେ ଏହାର ବିରୋଧ ପରେ ନିୟମ ଉଠାଯାଇଥିଲା। ‘ସ୍ବିଡେନ୍‌’ରେ ୪୫୦୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଥିବାବେଳେ ଏଠାରେ ସେଭଳି ବିଶେଷ କଟକଣା ଜାରି ହୋଇନାହିଁ। ତେବେ ଗୋଟିଏ ସ୍ଥାନରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବା ପାଇଁ ନିୟମ ଲାଗୁ ହୋଇଛି। ଲୋକେ ବୁଦ୍ଧିମତାର ସହ ଏଭଳି ପରିସ୍ଥିତିର ମୁକାବିଲା କରିବେ ବୋଲି ଏଠାକାର ସରକାର ଆଶା ପ୍ରକାଶ କରିଛନ୍ତି। ତେବେ ଏଠାରେ ୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଏବେବି ସ୍କୁଲ ଖୋଲାଥିବାବେଳେ ରେସ୍ତୋରାଁ ଗୁଡ଼ିକରେ ମଧ୍ୟ ଟେବଲ୍‌ ସର୍ଭିସ୍‌ ମିଳୁଛି। ତେଣୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି। ‘ମାଲେସିଆ’ରେ ଆଂଶିକ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ହେଲେ ଏଠାକାର ସରକାର ଲକଡାଉନ୍‌ ସମୟରେ ମହିଳାଙ୍କୁ କିଛି ବିବାଦୀୟ ପରାମର୍ଶ ଦେଇ କ୍ଷମା ମାଗିବାକୁ ପଡ଼ିଥିଲା। ମହିଳା ମନ୍ତ୍ରଣାଳୟ ପକ୍ଷରୁ ଏକ କାର୍ଟୁନ୍‌ ଜାରି କରାଯିବା ସହ ମହିଳାଙ୍କୁ ଘରେ ରହି ମେକ୍‌ଅପ୍‌ କର ଏବଂ ସ୍ବାମୀଙ୍କ ସହ ଝଗଡ଼ାରୁ ଦୂରେଇ ରୁହ ଭଳି ଆପତ୍ତିଜନକ ପରାମର୍ଶ ଦିଆଯାଇଥିଲା। ହେଲେ ‘ତୁର୍କମେନିସ୍ତାନ’ରେ କରୋନା ମୁକାବିଲା ପାଇଁ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କରୋନା ଶବ୍ଦକୁ ହିଁ ହଟାଇ ଦିଆଯାଇଛି। ସୂଚନା ମୁତାବକ ଏଠାରେ କରୋନା ଭାଇରସ୍‌ ବିଷୟରେ କଥା ହେବା କିମ୍ବା ମାସ୍କ ପିନ୍ଧି ବୁଲିବା ଦେଖାଗଲେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ଏଠାକାର ଅଧିକାରୀମାନଙ୍କ କହିବା ହେଲା ଏଠାରେ ଗୋଟିଏ ମଧ୍ୟ କରୋନା ସଂକ୍ରମିତ ମାମଲା ନଜରକୁ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri