ବିବାଦୀୟ ନିଯୁକ୍ତି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ହରିୟାଣା କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଭାବେ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ର ପୋଲିସ ଅଧିକାରୀ ଓ.ପି. ସିଂଙ୍କ ନିଯୁକ୍ତିକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଆଇଏଏସ୍‌ ଅଧିକାରୀମାନେ ଖୋଳତାଡ଼ କରି ଏହି ପଦକ୍ଷେପ ସିଭିଲ ସର୍ଭିସ ନିୟମ ବିରୁଦ୍ଧ ହୋଇଥିବା ଜାଣିବା ପରେ ଏଭଳିି ପରିସ୍ଥିତି ସୃଷ୍ଟିହୋଇଛି। ଏହି ପଦରେ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ନିଯୁକ୍ତି ପାଇବା ପରମ୍ପରା ରହିଥିବାବେଳେ ଏଥିରେ ଆଇପିଏସ୍‌ ଅଧିକାରୀ ସିଂ ନିଯୁକ୍ତି ପାଇବାରେ ପ୍ରଥମ ଆଇପିଏସ୍‌ ଅଫିସର। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ତେବେ ଏହି ନିଯୁକ୍ତି ଆଇପିଏସ୍‌ ଅଧିକାରୀଙ୍କ ଉପରେ ଆଇଏଏସ୍‌ଙ୍କ ଆଧିପତ୍ୟ ପ୍ରସଙ୍ଗ ଉଠାଇଛି ଓ ଏହି ଯୁଦ୍ଧ ଶେଷ ହେବାର ଦେଖାଯାଉନାହିଁ। ଆଇଏଏସ୍‌ଙ୍କ ଅଭିଯୋଗର ନେତୃତ୍ୱ ଆଉ କେହି ନୁହନ୍ତି, ଖୋଦ୍‌ ହ୍ବିଶିଲ୍‌ବ୍ଲୋୟର ଅଶୋକ ଖେମ୍‌କା ନେଉଛନ୍ତି ଯିଏ କି ସିଂଙ୍କ ନିଯୁକ୍ତି ଅବୈଧ ଓ ଏହା ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଲିିଖିତଭାବେ ଜଣାଇଛନ୍ତି। ଖେମ୍‌କାଙ୍କ ଅନୁଯାୟୀ, ଜଣେ କ୍ୟାଡର ଅଧିକାରୀ ହିଁ କ୍ୟାଡର ପଦରେ ରହିବାର ନିୟମ ରହିଛି। ପୁନଶ୍ଚ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସିଭିଲ ସର୍ଭିସ ବୋର୍ଡର ସୁପାରିସ ଅନୁଯାୟୀ ଆଇଏଏସ୍‌ କ୍ୟାଡର ପୋଷ୍ଟ ପାଇଁ ନିଯୁକ୍ତି ବାଧ୍ୟତାମୂଳକ। ଖେମ୍‌କା କହିଛନ୍ତି ଯେ, ସରକାର ଏହି ନିୟମ ମାନିନାହାନ୍ତି। ଆପାତତଃ ଏକା ସିଂଙ୍କ ଘଟଣା ନୁହେଁ, ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ହରିୟାଣା ସ୍କୁଲ୍‌ ଶିକ୍ଷା ପରିଯୋଜନା ପରିଷଦର ରାଜ୍ୟ ଯୋଜନା ନିର୍ଦ୍ଦେଶକ ପଦରେ ଜଣେ ଡିଏଏନ୍‌ଆଇପିଏସ୍‌ ଅଧିକାରୀ ରଜନୀଶ ଗର୍ଗଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାକେଶ ଗୁପ୍ତାଙ୍କ ଜାଗାରେ ଗର୍ଗଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଆଇଏଏସ୍‌ ଲବି ସେମାନଙ୍କ ପଦ ବା ଅଧିକାର ଫେରାଇ ଆଣିବା ଲାଗି ଲଢେଇ ଜାରି ରଖିବେ କି?
ପୋଲିସ ବାବୁଙ୍କ ପଦାବନତି
ପ୍ରଥମେ କେରଳ ସରକାର ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କର ବିବାଦୀୟ ଆଇପିଏସ୍‌ ଅଧିକାରୀ ଜ୍ୟାକବ୍‌ ଟମାସ୍‌ଙ୍କ ବିରୋଧରେ ବିଭାଗୀୟ ତଦନ୍ତକୁ ଆଧାର କରି ତାଙ୍କୁ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ପଦକୁ ପଦାବନତ କରିଛନ୍ତି। ଟମାସ୍‌ ରାଜ୍ୟର ସବୁଠୁ ବରିଷ୍ଠ ପୋଲିସ ଅଧିକାରୀ ଓ ସେ ଚଳିତବର୍ଷ ମେ’ରେ ଅବସର ନେବାର ଅଛି। ବିଭାଗୀୟ ଅନୁମତି ନ ନେଇ ଟମାସ ଆମତ୍ଜୀବନୀ ଲେଖିବା ପରେ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ସେ ସରକାରଙ୍କ ବିରୋଧରେ ବିଦ୍ରୋହାମତ୍କ ଓ ଉତ୍ତେଜକ ମନ୍ତବ୍ୟ ଉଲ୍ଲେଖକରିବା ଅଭିଯୋଗରେ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି। ତେବେ ସରକାର ଟମାସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାବେଳେ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (କ୍ୟାଟ୍‌)ରୁ ତାଙ୍କ ସପକ୍ଷରେ ନିର୍ଦ୍ଦେଶ ପାଇଲା ପରେ ତାଙ୍କୁ ରାଜ୍ୟ ଶିଳ୍ପ ବିଭାଗରେ ନିଯୁକ୍ତି ଦେଇଛନ୍ତି। ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ) ରାଜୀବ ସଦାନନ୍ଦନ୍‌ଙ୍କ ନେତୃତ୍ୱରେ ଗଠିତ କମିଟି ଦ୍ୱାରା ଟମାସଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରାଯାଇଥିଲା ଏବଂ ତଦନ୍ତର ନିଷ୍କର୍ଷ ଅନୁଯାୟୀ ୧୯୮୫ ବ୍ୟାଚର ଏହି ଆଇପିଏସ୍‌ ଅଧିକାରୀଙ୍କୁ ପଦାବନତ କରିବାକୁ ସରକାର ସ୍ଥିର କରିଥିଲେ।
ଏମ୍‌ଇଏରେ ବଡ଼ ପରିବର୍ତ୍ତନ
ବିଦେଶ ସଚିବ ହର୍ଷ ଶ୍ରୀଙ୍ଗ୍‌ଲା ଦାୟିତ୍ୱ ନେବା ପରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମନ୍ତ୍ରଣାଳୟ ନବୀକରଣରେ ସକ୍ରିୟତା ପ୍ରକାଶ କରିଛନ୍ତି ଯାହା ସମ୍ଭବତଃ ମନ୍ତ୍ରଣାଳୟର ପରିଚାଳନା ଓ ପ୍ରଶାସନିକ ଢାଞ୍ଚାରେ କେଇ ଦଶନ୍ଧି ଭିତରେ ସବୁଠୁ ବଡ଼ ଅଦଳବଦଳ। ଏଭଳି କସରତର ସବୁଠୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ନୂଆ ଏମ୍‌ଇଏ ତା’ ଢାଞ୍ଚାରେ ଅର୍ଥନୀତି, ବାଣିଜି୍ୟକ କୂଟନୀତି, ବିକାଶ ସହଭାଗିତା, ଦୂତାବାସ ସମ୍ପର୍କ ଓ ନୂଆଭାବେ ଉଭା ହେଉଥିବା ଜ୍ଞାନକୌଶଳ ଭଳି କ୍ଷେତ୍ରରେ କର୍ପୋରେଟ୍‌ ଭଳି ବେଶି ସଂଗଠିତ ହୋଇପାରିବ। ଏଗୁଡିକ ମଧ୍ୟରୁ ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟ ଭାବେ ଜଣେ ଯୁଗ୍ମସଚିବ ସ୍ତରର ଅଧିକାରୀ ରହିବେ। ଏଥିରେ ସଚିବମାନେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବା ଲାଗି ସ୍ବାଧୀନ ହୋଇପାରିବେ। ଏବେ ରହିଥିବା ପଦ୍ଧତିରେ ରଣନୈତିକ ଯୋଜନା ଓ ବିଭିନ୍ନ ପଦକ୍ଷେପ ପାଇଁ କମ୍‌ ସୁଯୋଗ ପାଉଥିବା ଯୁଗ୍ମସଚିବମାନଙ୍କ ସମେତ ୪ ଜଣ ସଚିବଙ୍କ ଉପରେ ଅତ୍ୟଧିକ ଚାପ ପଡୁଛି। ବିଶ୍ୱର କ୍ଷମତାଶାଳୀ ଦେଶଗୁଡ଼ିକ ସହ ତାଳଦେଇ ମନ୍ତ୍ରଣାଳୟର କାର୍ଯ୍ୟଧାରାରେ ରହିଥିବା କେତେକ ଢାଞ୍ଚା ଓ ବିଚାରକୁ ପରିବର୍ତ୍ତନ କରିବା ପାଇଁ ନୂଆ ପଦ୍ଧତି ଆପଣାଯାଇଛି। ନୂଆ ପଦ୍ଧତିରେ ଘରୋଇ କ୍ଷେତ୍ର ଓ ବୁଦ୍ଧିଜୀବୀମଣ୍ଡଳରୁ ବିଶେଷଜ୍ଞଙ୍କୁ ଆଣି କୂଟନୈତିକ ପରିସରକୁ ବ୍ୟାପକ କରାଯାଇପାରିବ। ପୁନଶ୍ଚ ମନ୍ତ୍ରଣାଳୟ ସହଯୋଗ ବୃଦ୍ଧି ଏବଂ ଭାରତର ବୈଶ୍ୱିକ କୂଟନୈତିକ ଉଚ୍ଚାଭିଳାଷ ପୂରଣ ପାଇଁ ବାଣିଜ୍ୟ, ପ୍ରତିରକ୍ଷା, ଅର୍ଥ, ବିଜ୍ଞାନ ଓ ପ୍ରଯୁକ୍ତି ଆଦି ଅନ୍ୟ ପ୍ରମୁଖ ମନ୍ତ୍ରଣାଳୟରେ ଏହାର କର୍ମଚାରୀଙ୍କୁ ରଖିପାରିବ। ଏହା ନିଶ୍ଚିତଭାବେ ଏକ ବୃହତ୍‌ ପଦକ୍ଷେପ ଏବଂ ଏହାର ପ୍ରଭାବ ଦୃଶ୍ୟମାନ ହେବାକୁ ଅନେକ ମାସ ଲାଗିଯିବ। କିନ୍ତୁ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଆରମ୍ଭରୁ ଏହାକୁ ଲାଗୁ କରି କାର୍ଯ୍ୟକାରୀ କରିବା ଲାଗି ଜୟଶଙ୍କର ଓ ଶ୍ରୀଙ୍ଗଲାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?