ବିପଦ ସାଜିଛନ୍ତି ଯାଞ୍ଚରୁ ବର୍ତ୍ତିଥିବା ସୌଦି ଫେରନ୍ତା

ଚେନ୍ନାଇ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଦୁବାଇର ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଶନିବାର ନଇଫ୍‌ ସହରରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଥିବାବେଳେ ସେଠାରୁ କେରଳ ଫେରିଥିବା ଯାତ୍ରୀ ସଂକ୍ରମଣର ବାହକ ହୋଇଥିବା ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଗତ କିଛିଦିନ ମଧ୍ୟରେ ସୌଦିରୁ କେରଳର କସରଗୋଡ ଜିଲାକୁ ଫେରିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ଉପସାଗରୀୟ ରାଷ୍ଟ୍ରର ଜନଗହଳିପୂର୍ଣ୍ଣ ସ୍ଥାନରେ ରହୁଥିଲେ। କସରଗୋଡ ଜିଲାକୁ ଫେରିଥିବା ୩୯ ଜଣଙ୍କ ମଧ୍ୟରୁ ୩୪ ଜଣଙ୍କୁ ‘ହାଇ ରିସ୍କ’ ବର୍ଗରେ ରଖାଯାଇଛି। ସେମାନଙ୍କର ନମୁନା ପରୀକ୍ଷା କରାଯାଉଛି। ସୂଚନାଯୋଗ୍ୟ, ଫେବୃୟାରୀ ଓ ମାର୍ଚ୍ଚ ପ୍ରଥମ ଭାଗରେ ଉପସାଗରୀୟ ରାଷ୍ଟ୍ରରୁ ଫେରିଥିବା ଅଧିକାଂଶ ଭାରତୀୟଙ୍କର ବିମାନବନ୍ଦରରେ ଯାଞ୍ଚ ହୋଇ ନ ଥିଲା କି ସେମାନଙ୍କୁ କ୍ୱାରାଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇ ନ ଥିଲା। ସେତେବେଳେ କେବଳ ଚାଇନା, ଦକ୍ଷିଣ କୋରିଆ, ଇରାନ, ସ୍ପେନ୍‌, ଇଟାଲୀ ଓ ଜର୍ମାନୀ ଫେରନ୍ତାଙ୍କ ଉପରେ ନଜର ରଖାଯାଇଥିଲା। ଫଳରେ ଦୁବାଇ ଓ ସୌଦି ଆରବ ଫେରନ୍ତା ଯାଞ୍ଚରୁ ଖସିଯାଇଥିଲେ। ଫଳରେ ପୂର୍ବ ୧୦ ଦିନରେ ଉପସାଗରୀୟ ଦେଶରୁ ଫେରିଥିବା ଲୋକଙ୍କଠାରେ ସଂକ୍ରମଣ ମାତ୍ରା ଅଧିକ ଦେଖିବାକୁ ମିଳିଛି।
ଉଦାହରଣ ସ୍ବରୂପ ମହାରାଷ୍ଟ୍ରର ଏକ ୪୦ ଜଣିଆ ଦଳ ୬ ଦିନ ଦୁବାଇ ଓ ଆବୁଧାବୀ ଭ୍ରମଣରେ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। କେରଳର କସରଗୋଡ ଗୋଟିଏ ଦିନରେ କୋଭିଡ୍‌-୧୯ର ସବୁଠୁ ସଂକ୍ରମଣ ସ୍ଥାନ ପାଲଟିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?