ବିପଦ ସାଜିଛନ୍ତି ଯାଞ୍ଚରୁ ବର୍ତ୍ତିଥିବା ସୌଦି ଫେରନ୍ତା

ଚେନ୍ନାଇ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଦୁବାଇର ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଶନିବାର ନଇଫ୍‌ ସହରରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଥିବାବେଳେ ସେଠାରୁ କେରଳ ଫେରିଥିବା ଯାତ୍ରୀ ସଂକ୍ରମଣର ବାହକ ହୋଇଥିବା ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଗତ କିଛିଦିନ ମଧ୍ୟରେ ସୌଦିରୁ କେରଳର କସରଗୋଡ ଜିଲାକୁ ଫେରିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ଉପସାଗରୀୟ ରାଷ୍ଟ୍ରର ଜନଗହଳିପୂର୍ଣ୍ଣ ସ୍ଥାନରେ ରହୁଥିଲେ। କସରଗୋଡ ଜିଲାକୁ ଫେରିଥିବା ୩୯ ଜଣଙ୍କ ମଧ୍ୟରୁ ୩୪ ଜଣଙ୍କୁ ‘ହାଇ ରିସ୍କ’ ବର୍ଗରେ ରଖାଯାଇଛି। ସେମାନଙ୍କର ନମୁନା ପରୀକ୍ଷା କରାଯାଉଛି। ସୂଚନାଯୋଗ୍ୟ, ଫେବୃୟାରୀ ଓ ମାର୍ଚ୍ଚ ପ୍ରଥମ ଭାଗରେ ଉପସାଗରୀୟ ରାଷ୍ଟ୍ରରୁ ଫେରିଥିବା ଅଧିକାଂଶ ଭାରତୀୟଙ୍କର ବିମାନବନ୍ଦରରେ ଯାଞ୍ଚ ହୋଇ ନ ଥିଲା କି ସେମାନଙ୍କୁ କ୍ୱାରାଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇ ନ ଥିଲା। ସେତେବେଳେ କେବଳ ଚାଇନା, ଦକ୍ଷିଣ କୋରିଆ, ଇରାନ, ସ୍ପେନ୍‌, ଇଟାଲୀ ଓ ଜର୍ମାନୀ ଫେରନ୍ତାଙ୍କ ଉପରେ ନଜର ରଖାଯାଇଥିଲା। ଫଳରେ ଦୁବାଇ ଓ ସୌଦି ଆରବ ଫେରନ୍ତା ଯାଞ୍ଚରୁ ଖସିଯାଇଥିଲେ। ଫଳରେ ପୂର୍ବ ୧୦ ଦିନରେ ଉପସାଗରୀୟ ଦେଶରୁ ଫେରିଥିବା ଲୋକଙ୍କଠାରେ ସଂକ୍ରମଣ ମାତ୍ରା ଅଧିକ ଦେଖିବାକୁ ମିଳିଛି।
ଉଦାହରଣ ସ୍ବରୂପ ମହାରାଷ୍ଟ୍ରର ଏକ ୪୦ ଜଣିଆ ଦଳ ୬ ଦିନ ଦୁବାଇ ଓ ଆବୁଧାବୀ ଭ୍ରମଣରେ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। କେରଳର କସରଗୋଡ ଗୋଟିଏ ଦିନରେ କୋଭିଡ୍‌-୧୯ର ସବୁଠୁ ସଂକ୍ରମଣ ସ୍ଥାନ ପାଲଟିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri