Posted inଖେଳ

ବିପଦ ସଙ୍କୁଳ ଅବସ୍ଥାରେ ବାରବାଟୀ: ଖସୁଛି ପ୍ଲାଷ୍ଟର, ମହୁମାଛି ଆତଙ୍କ

କଟକ ଅଫିସ,୧୦ା୮- ଫନୀ ଝଡ଼ ପରେ ରକ୍ଷଣାବେକ୍ଷଣ ଅଭାବରୁ ବାରବାଟୀ ଷ୍ଟାଡିୟମ ବିପଦ ସଙ୍କୁଳ ଅବସ୍ଥାକୁ ଆସିଲାଣି । କିଛି ଦିନ ହେବ ବାରବାଟୀ ଷ୍ଟାଡିୟମ ପରିସରରେ ଛିଡ଼ା ହେବା ବି ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ବୁଧବାର ଦିନ ଷ୍ଟାଡିୟମର ୭ନଂ ଗ୍ୟାଲେରୀରୁ ଏକ ବିରାଟ ବଡ଼ ପ୍ଲାଷ୍ଟର ଖଣ୍ଡ ଖସିଥିଲା । ତେବେ ଲୋକ ନଥିବା ସ୍ଥାନରେ ପଡ଼ିଥିବା ଯୋଗୁ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ଅନ୍ୟପକ୍ଷରେ ମହୁମାଛି ଆତଙ୍କ ଦୁଇଦିନ ହେବ ଷ୍ଟାଡିୟମରେ ଦେଖାଦେଇଛି ବୋଲି ଜଣେ କର୍ମଚାରୀ କହିଛନ୍ତି। ଏହା ଷ୍ଟାଡିୟମ ପରିସରରେ ଥିବା ଏକ ଘରୋଇ ସ୍କୁଲ ଉପରେ ପ୍ରଭାବ ପକାଇଛି। ଏବେ ଜାଲି ଦିଆଯାଇ ଅସ୍ଥାୟୀ ଭାବେ ସମସ୍ୟାକୁ ଏଡାଇବାକୁ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସହ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ଉତ୍ତର ମିଳି ନଥିଲା ।
ସାମୂଦ୍ରିକ ଝଡ଼ ଫନୀରେ ବାରବାଟୀ ଷ୍ଟାଡିୟମ ବହୁ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସମସ୍ତ ଗ୍ୟାଲେରୀ ଅଳ୍ପବହୁତ କ୍ଷତି ହୋଇଥିବା ବେଳେ ସ୍ପେସାଲ ଏନକ୍ଲୋଜର, ମିଡ଼ିଆ ବକ୍ସ, କର୍ପୋରେଟ ବକ୍ସ ଅଧିକ କ୍ଷତି ସହିଥିଲା । ଷ୍ଟାଡିୟମର ସମସ୍ତ ଫ୍ଲଡ ଲାଇଟର ବଲ ଗୁଡ଼ିକ ଭାଙ୍ଗିରୁଜି ହୋଇଥିଲା । ଏବେ ଭଙ୍ଗାରୁଜା ପାର୍ଶ୍ୱଗୁଡ଼ିକ ଷ୍ଟାଡିୟମ ପାଇଁ ଭାରୀ ପଡ଼ିଛି। ଫାଓ ଲିଗ୍‌ର ପ୍ରଥମ ଡିଭିଜନ ମ୍ୟାଚ୍‌ ଏବେ ଚାଲିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ରଣଜୀ ସିଜନର ୫ଟି ମ୍ୟାଚ୍‌ ମଧ୍ୟ ଓଡ଼ିଶାରେ ହେବ । ଏଥିରୁ କିଛି ମ୍ୟାଚ୍‌ ବାରବାଟୀରେ ଆୟୋଜନ ହେବାର ଆଶା ମଧ୍ୟ ରହିଛି । ଏପରି ପରିସ୍ଥିତିରେ ବାରବାଟୀରେ ଏତାଦୃଶ ଅବସ୍ଥା କ୍ରୀଡ଼ା ପରିବେଶକୁ ନଷ୍ଟ କରୁଛି ବୋଲି କ୍ରୀଡ଼ାପ୍ରେମୀ କହିଛନ୍ତି । ଓସିଏର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଷ୍ଟାଡିୟମର ରକ୍ଷଣାବେକ୍ଷଣ ଓସିଏ କରୁଥିଲା । ଏବେ ଓସିଏ ଅର୍ଥାଭାବରେ ଅଛି । ଏଣୁ ଅତିକମରେ ଅଲିମ୍ପିକ ଆସୋସିଏଶନ ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

ଲକ୍ଷ୍ନୌ ବୋଲର ପ୍ରଭାବୀ

ଲକ୍ଷ୍ନୌ, ୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ ଇନିଂସ...

‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ...

ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ...

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri