ବିନା ଗୃହରେ ଚାଲିଛି ୨୨୭ ଅଙ୍ଗନୱାଡି କେନ୍ଦ୍ର: ଉଦ୍‌ଘାଟନ ନ ହୋଇ ତାଲା ପଡ଼ିରହିଛି ବହୁ ଗୃହ

ରଣପୁର, ୧୨।୬ (ସ୍ବ.ପ୍ର.)-ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ସହ ଶିକ୍ଷାର ପ୍ରସାର ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ହେଲେ ଅନେକ ସମୟରେ ଅଧିକାଂଶ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ତାହା ଶିଶୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। କିଛି ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ଅନେକ ଘଟଣା ଚପିଯାଉଛି । ୨୦୧୨ ଜୁଲାଇ ୮ତାରିଖରେ ନୟାଗଡ ଜିଲା ରଣପୁର ଏନ୍‌ଏସି ସୁଆଁସିଆ ସାହିରେ ବିଦ୍ୟାଳୟର କାନ୍ଥ ପଡି ୭ଜଣ ଅଙ୍ଗନଓ୍ବାଡି ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏବେ ବି ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀ ସଚେତନ ହୋଇପାରିନାହାନ୍ତି। ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ପ୍ରଶାସନ ଓ ସରକାର ହଡବଡେଇ ଯାଇଥିଲେ । ସେତେବେଳେ ସରକାର ରଣପୁର ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିଜସ୍ବ ଗୃହ ତଥା ୨୬୮ କେନ୍ଦ୍ରର ଗୃହ ପାଇଁ ଟଙ୍କା ମଞ୍ଜୁର କରି ତୁରନ୍ତ ଏହି ଗୃହ କାର୍ଯ୍ୟ କରିବାକୁ ବ୍ଲକ ମାଧ୍ୟମରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ତେବେ ଏହି ନିର୍ଦ୍ଦେଶକୁ ୭ବର୍ଷରୁ ଊଦ୍ଧର୍‌ବ ସମୟ ବିତି ଯାଇଥିଲେ ମଧ୍ୟ ୯୬ କେନ୍ଦ୍ରର ଗୃହ ନିର୍ମାଣ ଶେଷ ହୋଇଥିବା କାଗଜ କଲମରେ କରାଯାଇଛି। ଅଧିକାଂଶ ଗୃହ କାର୍ଯ୍ୟ ସରିଥିଲେ ମଧ୍ୟ ଉଦ୍‌ଘାଟନ ହୋଇ ନ ପାରିବାରୁ ଗୃହରେ ତାଲା ପଡିରହିଛି । ଏଣୁ ବ୍ଲକ ଓ ଏନ୍‌ଏସିର ଅଙ୍ଗନୱାଡି କେନ୍ଦ୍ରଗୁଡିକ କେଉଁଠି ଘର ବାରଣ୍ଡାରେ ତ ଆଉ କେଉଁଠି କ୍ଲବ ଅବା ଭାଗବତ ଟୁଙ୍ଗି ଘରେ ନଚେତ ବିଦ୍ୟାଳୟରେ ଚାଲୁ ରହିଛି । ଶିଶୁମାନଙ୍କର ଭବିଷ୍ୟତ ବର୍ତ୍ତମାନ ଏମିତି ବାରଣ୍ଡାରୁ ଆରମ୍ଭ ହେଉଛି । ଶିଶୁମାନଙ୍କୁ ପ୍ରାକ୍‌ ଶିକ୍ଷାଦାନ, ମାଗଣା ପୁଷ୍ଟିକର ଖାଦ୍ୟ ବଣ୍ଟନ, ଗର୍ଭବତୀ ତଥା ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସାହାୟିକାମାନଙ୍କର ମୁଖ୍ୟ କାର୍ଯ୍ୟ। ଏହାକୁ ତଦାରଖ କରିବାର ଦାୟିତ୍ୱ ସୁପରଭାଇଜରମାନଙ୍କର। ତେବେ ରଣପୁର ବ୍ଲକ ଓ ଏନ୍‌ଏସିରେ ଏହି ଯୋଜନା ତା’ର ଲକ୍ଷ୍ୟ ପୂରଣ କରିପାରୁ ନାହିଁ ।
ବ୍ଲକରେ ୨୪୫ଟି ଅଙ୍ଗନୱାଡି କେନ୍ଦ୍ର ଓ ୭୮ଟି ମିନି ଅଙ୍ଗନୱାଡି କେନ୍ଦ୍ରକୁ ମିଶାଇ ୩୨୩ଟି କେନ୍ଦ୍ର ରହିଛି । ଏଥିମଧ୍ୟରୁ ବିଭିନ୍ନ ପଞ୍ଚାୟତରେ ଥିବା ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ୯୬ ଗୃହ କରାଯାଇଥିବାବେଳେ ଅବଶିଷ୍ଟ ୨୨୭ କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଅନ୍ୟପକ୍ଷେ ନିର୍ମାଣ ହୋଇଥିବା ୯୬ ଗୃହ ମଧ୍ୟରୁ ୫୦ ଗୃହ ଠିକ୍‌ ଭାବେ କାର୍ଯ୍ୟ କରୁଥିଲା ବେଳେ ଅବଶିଷ୍ଟ ଗୃହ ଅଧାପନ୍ତରିଆ । ଆଉ କିଛି ନିର୍ମିତ ହୋଇ ଉଦ୍‌ଘାଟନ ଅପେକ୍ଷାରେ ରହିଛି। କେନ୍ଦ୍ରଗୁଡିକର ଗୃହ ନ ଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସେହିପରି କେନ୍ଦ୍ରଗୁଡିକ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟକରିବାର ନିୟମ ରହିଥିଲା ବେଳେ ଯେଉଁ ଗୁଡିକ ବିଦ୍ୟାଳୟରେ ଚାଲୁଛି ସେଗୁଡିକ ପୂର୍ବାହ୍ନ ୧୦ଟା ଭିତରେ ବନ୍ଦ କରି ଦିଆଯାଉଛି । କାରଣ ସାଢେ ୯ଟାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କ ପାଠପଢା ଆରମ୍ଭ ହୋଇଥାଏ । ପୁଣି ଗୃହ ଅଭାବ ହେତୁ କେନ୍ଦ୍ରରୁ ଆସୁଥିବା ଖାଦ୍ୟ, ଖେଳ ଉପକରଣ, ଶୈକ୍ଷିକ ଉପକରଣ ପ୍ରଭୃତି ଉପଯୋଗ ହୋଇପାରୁ ନ ଥାଏ । ରଣପୁରରେ ୧୨ ସୁପରଭାଇଜର ଆବଶ୍ୟକ ଥିଲା ବେଳେ ଅଛନ୍ତି ୭ଜଣ । ୫ଟି ପଦ ଖାଲିପଡିଥିବାରୁ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକାମାନଙ୍କ କାର୍ଯ୍ୟକୁ ଠିକ୍‌ ଭାବରେ ଯାଞ୍ଚ କରାଯାଇ ପାରୁନାହିଁ । ଏଣୁ ସୁପର ଭାଇଜର ପଦବୀ ଖାଲି ପଡିବା ଘଟଣା ମଧ୍ୟ ଯୋଜନା ବିଫଳତାର ଅନ୍ୟତମ କାରଣ ବୋଲି କୁହାଯାଉଛି । ଏ ବିଷୟରେ ରଣପୁର ବିଡିଓ ରଶ୍ମିରେଖା ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ କିଛି ମାସ ହେବ ଏଠାରେ ଯୋଗଦେଇଛି। ତେବେ ଅଙ୍ଗନୱାଡିି ଗୃହ କାର୍ଯ୍ୟ କିଭଳି ଶୀଘ୍ର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏ ନେଇ ନୟାଗଡ ଉପଜିଲାପାଳ ଜିତେନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri