ବିଦ୍ୟୁତ୍‌ ତାର ବିଛାଇ ଦନ୍ତା ଶିକାର : ୨ ଗିରଫ, ହାତୀଦାନ୍ତ ଉଦ୍ଧାର

ସୋନପୁର, ୯।୨(ନି.ପ୍ର.)
ସୁବର୍ଣ୍ଣପୁର ବନ ବିଭାଗକୁ ଶନିବାର ବଡ ସଫଳତା ମିଳିଛି। ଉଲୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାରସଦାଦର ଜଙ୍ଗଲରେ ଶିକାର ହୋଇଥିବା ହାତୀର ୨ ଦାନ୍ତକୁ ବନ ବିଭାଗ ଉଦ୍ଧାର କରିଛି। ଏହି ଘଟଣାର ମଧ୍ୟସ୍ଥି ଉଲୁଣ୍ଡା ଥାନା ମେଘନାଦ ଗ୍ରାମର ସୁରେନ୍ଦ୍ର କର୍ଣ୍ଣ(୪୬) ଓ ତାଙ୍କ ପୁତୁରା କାଳିଆ କର୍ଣ୍ଣ(୨୩)ଙ୍କୁ ଶନିବାର ଗିରଫ କରାଯାଇଛି। ସେମାନଙ୍କଠାରୁ ଦୁଇଟି ସମାନ ଲମ୍ବ ଓ ଓସାରର ହାତୀ ଦାନ୍ତ ଓ ଏକ ବାଇକ ନଂ ଓଡି୩୧ଏ-୨୧୬୦ ଜବତ ହୋଇଛି। ଗୋଟିଏ ଦାନ୍ତର ଲମ୍ବ ୬୫ ସେଣ୍ଟିମଟର, ମୋଟେଇ ୧୮ ସେଣ୍ଟିମିଟର ଓ ଓଜନ ଦେଢ କିଲୋ। ସୂଚନା ଅନୁଯାୟୀ ହାତୀ ଶିକାରୀ ଦାନ୍ତ ବିକ୍ରି କରି ଦେଇ ଥିବାରୁ ସେଗୁଡିକୁ ଉଦ୍ଧାର ପାଇଁ ବନବିଭାଗ ଜାଲ ବିଛାଇ ଥିଲା। ଜଣେ ବନପାଳ ସାଦା ପୋଷାକରେ ମଧ୍ୟସ୍ଥିଙ୍କ ସହିତ କଥା ହୋଇ ୨ ଲକ୍ଷ ଟଙ୍କାରେ ଦାନ୍ତ କିଣିବା ପାଇଁ କଥା ଛିଡାଇଥିଲେ। କକା, ପୁତୁରା ବାଇକ୍‌ରେ ଏକ ଜରି ବସ୍ତାରେ ୨ଟି ଦାନ୍ତ ବିକ୍ରି କରିବାକୁ ଶନିବାର ଆଣିଥିଲେ। ପୂର୍ବ ଯୋଜନା ଅନୁସାରେ ବନ ବିଭାଗ କର୍ମଚାରୀମାନେ ଉଲୁଣ୍ଡା ବ୍ଲକର ରାଧାନଗର-ଢେଲେଇ ରାସ୍ତାରେ ଅଭିଯୁକ୍ତଙ୍କୁ ଧରିଥିଲେ। ଉଲୁଣ୍ଡା ରେଞ୍ଜର ଶିବ ପ୍ରସାଦ ନାଏକ, ବନପାଳ ଦୀନେଶ ପ୍ରସାଦ ମାଝୀ, ଭକ୍ତବନ୍ଧୁ ମିଶ୍ର, ବନରକ୍ଷୀ ବନମାଳୀ ପାଣ୍ଡେ ଓ ଚୌଧୁରୀ ଦଳପତି ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ। ଅଧିକ ତଦନ୍ତ ଜାରି ରହିଛି। ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଆବଶ୍ୟକ ପଡିଲେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରରେ ଅଣାଯିବ ବୋଲି ଡିଏଫଓ ସୁଶାନ୍ତ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି। ଗତ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ କୋଟସମଲାଇ ଫରେଷ୍ଟ ବିଟ୍‌ଠାରୁ ୫ କିଲୋମିଟର ଦୂରରେ ବିଦ୍ୟୁତ୍‌ ତାର ବିଛାଇ ହାତୀ ଶିକାର କରାଯାଇଥିଲା। ଏହି ଘଟଣାରେ ଡିଏଫଓ ସାମନ୍ତରାୟ କର୍ତ୍ତବ୍ୟରେ ଅବହେଳା ପାଇଁ ସ୍ଥାନୀୟ ବନପାଳ ଜନାର୍ଦ୍ଦନ ସ୍ବାଇଁ ଓ ବନରକ୍ଷୀ ପ୍ରଜ୍ଞାପରମିତା ମିଶ୍ରଙ୍କୁ ନିଲମ୍ବନ କରିଥିଲେ। ସେହିପରି ଏହି ଘଟଣାରେ ବନ ବିଭାଗ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ହାତୀ ଶିକାର କରି ଦାନ୍ତ କାଟିଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?