Posted inଫୁରସତ

ବିଦେଶୀଙ୍କ ଗୀତଗୋବିନ୍ଦ: ଆବୃତ୍ତି ତାଜୁବ କରିଥିଲା

୦୦୩ ମସିହା କଥା। ଜର୍ମାନୀର ହାନୋଭର ସହରରେ ଇଣ୍ଡିଆନ ଏକ୍ସପୋ ଭାବେ ଗୋଟେ ବିଶାଳ କାର୍ଯ୍ୟକ୍ରମ ହେଉଥାଏ। ସକାଳ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲେ। ସେଠାରେ ଦିନ ୧୧.୩୦ରୁ ମଧ୍ୟାହ୍ନ ୧.୩୦ ଓ ସନ୍ଧ୍ୟାରେ ୫.୩୦ରୁ ୭.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିଲା। ୯ଦିନର କାର୍ଯ୍ୟକ୍ରମ ଭିତରେ ଗୀତ ଗୋବିନ୍ଦକୁ ନେଇ ୪ରୁ ୫ଥର ନୃତ୍ୟ ପରିବେଷଣ କରିଥିଲି। ସବୁବେଳେ ଦେଖେ ଜଣେ ବିଦେଶୀ ମଞ୍ଚ ପରର ପ୍ରଥମ ଧାଡ଼ିରେ ବସନ୍ତି। ଦ୍ୱିପହର ହେଉ କି ସନ୍ଧ୍ୟା, ଉଭୟ ସମୟର କାର୍ଯ୍ୟକ୍ରମରେ ସେ ଉପସ୍ଥିତ ଥାନ୍ତି। ଯେଉଁଦିନ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟା ଥିଲା, ସେଦିନ ମଞ୍ଚକୁ ଓହ୍ଲାଇବା ପରେ ଅନେକ ଲୋକ ମୋତେ ପ୍ରଶଂସା କରୁଥାନ୍ତି। ସେହି ବ୍ୟକ୍ତିଜଣଙ୍କ ମଧ୍ୟ ମୋ ପାଖକୁ ଆସିଲେ। ତାଙ୍କ ମୁହଁରୁ ପ୍ରଶଂସା ଦିଧାଡ଼ି ଶୁଣିବା ପରେ ପଚାରିଥିଲି ଯେ କେଉଁ ନୃତ୍ୟ ବିଶେଷକରି ଭଲ ଲାଗିଲା ବୋଲି। ଭାବିଥିଲି ବିଦେଶୀମାନେ ଭାରତୀୟ ସଂସ୍କୃତିକୁ ବୁଝିବା କଷ୍ଟକର। ସେମାନେ କାହିଁକି ବୁଝିବେ ଆମର ଏ ସଂସ୍କୃତ ଭାଷା? ହେଲେ ସେ ମୁଁ ପରିବେଷଣ କରୁଥିବା ଗୀତ ଗୋବିନ୍ଦର ୨ଟି ଅଧ୍ୟାୟକୁ ସମ୍ପୂର୍ଣ୍ଣ ସଂସ୍କୃତ ଭାଷାରେ ମୋ ଆଗରେ ଅର୍ନଗଳ ଆବୃତ୍ତି କରି ଚାଲିଲେ। ଏହା ଦେଖି ମୁଁ ତାଜୁବ। ବିଶ୍ୱାସ ହୋଇ ନଥିଲା ଯେ ଜଣେ ବିଦେଶୀ ବ୍ୟକ୍ତି ଭାରତୀୟ ସଂସ୍କୃତି ସହ ଏତେ ଜଡ଼ିତ ବୋଲି। ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ମୀରା ଦାସଙ୍କ ଅନୁଭୂତିରୁ କିଛି। ଏହାକୁ ନେଇ ଗୁରୁ ମୀରା ଏକଥା ବି କୁହନ୍ତି, ଜର୍ମାନୀରେ ସେଦିନ ମୋତେ ଏକ ବିଶେଷ ଶିକ୍ଷା ମଧ୍ୟ ମିଳିଥିଲା। ସାଧାରଣତଃ ଆମେ ବିଚାରକରୁ ଯେଉଁମାନେ ଆମ ଭାଷା କିମ୍ବା ଆମ ନୃତ୍ୟ ସମ୍ପର୍କରେ ଏତେ ଅବଗତ ନୁହଁନ୍ତି ସେମାନଙ୍କ ସମ୍ମୁଖରେ ଯାହା ବି ପ୍ରଦର୍ଶନ କଲେ ତାହା ଫରକ ପଡ଼ିବ ନାହିଁ। ହେଲେ ନିଜ ନୃତ୍ୟ, ଶିକ୍ଷା ପ୍ରତି ସବୁବେଳେ ଆନୁଗତ୍ୟ ରହିବାର ଶିକ୍ଷା ଉକ୍ତ ବିଦେଶୀଙ୍କୁ ଭେଟିବା ପରେ ପାଇଛି।
କେନ୍ଦୁଝରର ଆନ୍ଦପୁର ଅଞ୍ଚଳରେ ଜନ୍ମିତ ଗୁରୁ ମୀରା ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ରାଜ୍ୟରେ ଜଣେ ବେଶ ପରିଚିତ ଚେହେରା ଗୁରୁ ମୀରା ଏବେ ସୁଦ୍ଧା ୬୩ଟି ବିଦେଶୀ ରାଷ୍ଟ୍ରରେ ନୃତ୍ୟ ପରିବେଷଣ କରି ସାରିଲେଣି। ତେବେ କଣ ସଫଳତା ପାଇଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଗୁରୁ କେଳୁଚରଣ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଉପାଧି ପାଇଛନ୍ତି। ତଥାପି ଜୀବନର ଶେଷ ପର୍ଯ୍ୟନ୍ତ ସେ ନୃତ୍ୟ ସହ ଜଡ଼ିତ ଥିଲେ। ଯଦି ଉପାଧି ପାଇଁ ନୃତ୍ୟ କରିଥାନ୍ତେ ହୁଏତ ସେ କିମ୍ବଦନ୍ତୀ ହୋଇ ପାରି ନଥାନ୍ତେ। ଏଣୁ ମୁଁ ଯେତେ ବଡ଼ ମଞ୍ଚରେ ନୃତ୍ୟ ପରିବେଷଣ କଲେ ବି ଏହା କେବଳ ମୋ ନୃତ୍ୟ ଜୀବନର ଏକ ଯାତ୍ରା ବୋଲି ବିଚାର କରେ। ସଫଳତା କେବଳ ଏହି ଯାତ୍ରାର ଏକ ଅଂଶ। ସଫଳତାର ଅର୍ଥ କଣ ଏ କଥା ବି ମୁଁ ବୁଝେ ନାହିଁ ବୋଲି ଗୁରୁ ମୀରା କହିଛନ୍ତି।
ରିପୋର୍ଟ- କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁ ଖରାପ ହେଉଛି ମଧ୍ୟପ୍ରାଚ୍ୟ ପରିସ୍ଥିତି; ଜୁନ ୧୬ରେ ଫ୍ରାନ୍ସରେ ଏକାଠି ହେବେ G-7 ରାଷ୍ଟ୍ର

ପ୍ୟାରିସ,୧୧।୬: ଜୁନ ୧୬ରେ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ସମ୍ପର୍କରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଏହି ବିଶେଷ ଅଧିବେଶନକୁ UAE,…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ…

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri