Posted inଫୁରସତ

ବିଦେଶୀଙ୍କ ଗୀତଗୋବିନ୍ଦ: ଆବୃତ୍ତି ତାଜୁବ କରିଥିଲା

୦୦୩ ମସିହା କଥା। ଜର୍ମାନୀର ହାନୋଭର ସହରରେ ଇଣ୍ଡିଆନ ଏକ୍ସପୋ ଭାବେ ଗୋଟେ ବିଶାଳ କାର୍ଯ୍ୟକ୍ରମ ହେଉଥାଏ। ସକାଳ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲେ। ସେଠାରେ ଦିନ ୧୧.୩୦ରୁ ମଧ୍ୟାହ୍ନ ୧.୩୦ ଓ ସନ୍ଧ୍ୟାରେ ୫.୩୦ରୁ ୭.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିଲା। ୯ଦିନର କାର୍ଯ୍ୟକ୍ରମ ଭିତରେ ଗୀତ ଗୋବିନ୍ଦକୁ ନେଇ ୪ରୁ ୫ଥର ନୃତ୍ୟ ପରିବେଷଣ କରିଥିଲି। ସବୁବେଳେ ଦେଖେ ଜଣେ ବିଦେଶୀ ମଞ୍ଚ ପରର ପ୍ରଥମ ଧାଡ଼ିରେ ବସନ୍ତି। ଦ୍ୱିପହର ହେଉ କି ସନ୍ଧ୍ୟା, ଉଭୟ ସମୟର କାର୍ଯ୍ୟକ୍ରମରେ ସେ ଉପସ୍ଥିତ ଥାନ୍ତି। ଯେଉଁଦିନ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟା ଥିଲା, ସେଦିନ ମଞ୍ଚକୁ ଓହ୍ଲାଇବା ପରେ ଅନେକ ଲୋକ ମୋତେ ପ୍ରଶଂସା କରୁଥାନ୍ତି। ସେହି ବ୍ୟକ୍ତିଜଣଙ୍କ ମଧ୍ୟ ମୋ ପାଖକୁ ଆସିଲେ। ତାଙ୍କ ମୁହଁରୁ ପ୍ରଶଂସା ଦିଧାଡ଼ି ଶୁଣିବା ପରେ ପଚାରିଥିଲି ଯେ କେଉଁ ନୃତ୍ୟ ବିଶେଷକରି ଭଲ ଲାଗିଲା ବୋଲି। ଭାବିଥିଲି ବିଦେଶୀମାନେ ଭାରତୀୟ ସଂସ୍କୃତିକୁ ବୁଝିବା କଷ୍ଟକର। ସେମାନେ କାହିଁକି ବୁଝିବେ ଆମର ଏ ସଂସ୍କୃତ ଭାଷା? ହେଲେ ସେ ମୁଁ ପରିବେଷଣ କରୁଥିବା ଗୀତ ଗୋବିନ୍ଦର ୨ଟି ଅଧ୍ୟାୟକୁ ସମ୍ପୂର୍ଣ୍ଣ ସଂସ୍କୃତ ଭାଷାରେ ମୋ ଆଗରେ ଅର୍ନଗଳ ଆବୃତ୍ତି କରି ଚାଲିଲେ। ଏହା ଦେଖି ମୁଁ ତାଜୁବ। ବିଶ୍ୱାସ ହୋଇ ନଥିଲା ଯେ ଜଣେ ବିଦେଶୀ ବ୍ୟକ୍ତି ଭାରତୀୟ ସଂସ୍କୃତି ସହ ଏତେ ଜଡ଼ିତ ବୋଲି। ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ମୀରା ଦାସଙ୍କ ଅନୁଭୂତିରୁ କିଛି। ଏହାକୁ ନେଇ ଗୁରୁ ମୀରା ଏକଥା ବି କୁହନ୍ତି, ଜର୍ମାନୀରେ ସେଦିନ ମୋତେ ଏକ ବିଶେଷ ଶିକ୍ଷା ମଧ୍ୟ ମିଳିଥିଲା। ସାଧାରଣତଃ ଆମେ ବିଚାରକରୁ ଯେଉଁମାନେ ଆମ ଭାଷା କିମ୍ବା ଆମ ନୃତ୍ୟ ସମ୍ପର୍କରେ ଏତେ ଅବଗତ ନୁହଁନ୍ତି ସେମାନଙ୍କ ସମ୍ମୁଖରେ ଯାହା ବି ପ୍ରଦର୍ଶନ କଲେ ତାହା ଫରକ ପଡ଼ିବ ନାହିଁ। ହେଲେ ନିଜ ନୃତ୍ୟ, ଶିକ୍ଷା ପ୍ରତି ସବୁବେଳେ ଆନୁଗତ୍ୟ ରହିବାର ଶିକ୍ଷା ଉକ୍ତ ବିଦେଶୀଙ୍କୁ ଭେଟିବା ପରେ ପାଇଛି।
କେନ୍ଦୁଝରର ଆନ୍ଦପୁର ଅଞ୍ଚଳରେ ଜନ୍ମିତ ଗୁରୁ ମୀରା ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ରାଜ୍ୟରେ ଜଣେ ବେଶ ପରିଚିତ ଚେହେରା ଗୁରୁ ମୀରା ଏବେ ସୁଦ୍ଧା ୬୩ଟି ବିଦେଶୀ ରାଷ୍ଟ୍ରରେ ନୃତ୍ୟ ପରିବେଷଣ କରି ସାରିଲେଣି। ତେବେ କଣ ସଫଳତା ପାଇଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଗୁରୁ କେଳୁଚରଣ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଉପାଧି ପାଇଛନ୍ତି। ତଥାପି ଜୀବନର ଶେଷ ପର୍ଯ୍ୟନ୍ତ ସେ ନୃତ୍ୟ ସହ ଜଡ଼ିତ ଥିଲେ। ଯଦି ଉପାଧି ପାଇଁ ନୃତ୍ୟ କରିଥାନ୍ତେ ହୁଏତ ସେ କିମ୍ବଦନ୍ତୀ ହୋଇ ପାରି ନଥାନ୍ତେ। ଏଣୁ ମୁଁ ଯେତେ ବଡ଼ ମଞ୍ଚରେ ନୃତ୍ୟ ପରିବେଷଣ କଲେ ବି ଏହା କେବଳ ମୋ ନୃତ୍ୟ ଜୀବନର ଏକ ଯାତ୍ରା ବୋଲି ବିଚାର କରେ। ସଫଳତା କେବଳ ଏହି ଯାତ୍ରାର ଏକ ଅଂଶ। ସଫଳତାର ଅର୍ଥ କଣ ଏ କଥା ବି ମୁଁ ବୁଝେ ନାହିଁ ବୋଲି ଗୁରୁ ମୀରା କହିଛନ୍ତି।
ରିପୋର୍ଟ- କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri