ବିଜ୍ଞାପନ ବଜାର ଓ ଆମ ଲୀନାମାନେ

ସୁଧାକର ଦାସ
ପନ୍ଦର ବର୍ଷ ପରେ ନାୟକ ନାୟିକାର ମିଳନ, ପ୍ରେମ କରୁଥିବା ସମୟରେ ନାୟକ ନାୟିକାକୁ ଛାଡି ଚାଲିଯାଇଥିଲା ବିଦେଶକୁ, ଏବେ ଆସି ଜାଣୁଛି ତା’ ପତ୍ନୀର ପରିଚୟ ଦେଇ ତା’ ଘରେ ଆସ୍ଥାନ ଜମେଇ ବସିଛି ନାୟିକା, ଅଗଣାରେ ୫ ବର୍ଷର କୁନି ପୁଅ- ହାଇ ଭୋଲ୍‌ଟେଜ୍‌ ଡ୍ରାମା। କ୍ୟାମେରା ପଡ଼ୁଛି ଥରେ ନାୟକ ମୁହଁରେ, ଥରେ ନାୟିକା ମୁହଁରେ, ପୁଣିଥରେ କୁନିପୁଅର ମୁହଁ ଉପରେ। ସିକ୍‌…ସାକ୍‌…ସିକ୍‌…ସାକ୍‌… ହଠାତ୍‌ ଆସିଗଲା ବିଜ୍ଞାପନ ବିରତି, ଚିଡି ଉଠିଲେ ଆରତି ଦେବୀ। ଓଃ… କାହିଁକି ଏମାନେ ଏମିତି କରନ୍ତି? ଉଠିଗଲେ ବସିବା ଜାଗାରୁ ଏଇ ବିରତି ସମୟ ଭିତରେ ଟିକେ ପାଣି ପି’ ଦେଇ ଆସିବା ପାଇଁ। ଏଇ ମୁହୂର୍ତ୍ତକୁ କେତେବେଳୁ ଅନେଇ ବସିଥିଲା ଆରତି ଦେବୀଙ୍କ ୮ ବର୍ଷର ନାତୁଣୀ ଲିପ୍ସା। ସେ ଚଟାପଟ ଟିଭି ରିମୋଟ୍‌କୁ ଉଠେଇନେଲା ଚାନେଲ ଚେଞ୍ଜ କରି ଆରପଟେ ଚାଲିଥିବା କାର୍ଟୁନ ଶୋ’ ଦେଖିବା ପାଇଁ। ନୋ ବେଟା, ଲିପ୍ସାର ହାତ ଶିଥିଳ ହୋଇଗଲା ସେଇ ରିମୋଟ ଉପରେ। ସେ ଅସହାୟ ଓ ଆତଙ୍କିତ ଆଖିରେ ଚାହିଁଲା ତା’ ମା’ ଲୀନାର ମୁହଁକୁ। ଲୀନା ଡାଇନିଂ ଟେବୁଲରେ ବସି ପରିବା କାଟୁ କାଟୁ ପୂରା ହଜିଯାଇଥିଲେ ଟିଭିରେ ଦେଉଥିବା ବିଜ୍ଞାପନ ବଜାରରେ। ପ୍ରଥମେ ଗୋଟେ ସାବୁନ, ତା’ପରେ ଗୋଟେ ଥଣ୍ଡା ପାନୀୟ, ତା’ପରେ ଗୋଟେ ସାନିଟାରୀ ନାପ୍‌କିନ, ତା’ପରେ ଗୋଟେ ମୋବାଇଲ ଫୋନ, ତା’ପରେ ଗୋଟେ ଆଇସ୍କ୍ରିମ୍‌ର ବିଜ୍ଞାପନ ପରେ ପୁଣି ଆରମ୍ଭ ହୋଇଗଲା ଧାରାବାହିକ। ଆରତି ଦେବୀ ଫେରି ଆସିଥିଲେ ସୋଫା ଉପରକୁ। ଲୀନା ଚାଲିଯାଇଥିଲେ କିଚେନକୁ ଡିନର୍‌ ପ୍ରସ୍ତୁତ କରିବା ପାଇଁ।
ସେଦିନ ରାତିରେ ଅଭିଜିତ୍‌ ଘରକୁ ଫେରି ଦେଖିଲେ ଘରଟା କେମିତି ଚୁପ୍‌ଚାପ୍‌। ଡିନର୍‌ ଟେବୁଲରେ ବସୁ ବସୁ ପଚାରିଲେ କ’ଣ ହେଇଛି? ଝିଅକୁ ମାରିଲ କାହିଁକି? ସେ ଡିନର୍‌ ଖାଇଛି ତ? ହଁ, ସେ ଖାଇଛି- ଏତକ କହି ନିଜ ମୋବାଇଲ ଫୋନ କାନରେ ଲଗେଇ ଶୋଇବା ଘର ଭିତରକୁ ପଶିଗଲା ଲୀନା। ଲୀନାଙ୍କ ମା’ ଫୋନ କରିଥିଲେ। ଅଭିଜିତ୍‌ ଏଥର ମା’ ମୁହଁରୁ ଶୁଣିଲେ ସବୁ କଥା। ଟିଭି ଦେଖାକୁ ନେଇ ଏତେ କଥା, ଲୀନା ଚାହୁଁଛି ସବୁ ବିଜ୍ଞାପନ ଦେଖିବ, ଲିପ୍ସା ଚାହୁଁଛି କାର୍ଟୁନ ଦେଖିବ। ସବୁ ଶୁଣିସାରି ଗୋଟେ ହାଲକା ହୁଁ ମାରି ଅଭିଜିତ୍‌ ହାତ ଧୋଇବାକୁ ଉଠିଲା ବେଳକୁ ଆରତି ଦେବୀ ପଚାରିଲେ- ହଇରେ ଅଭି, ଏ ଟିଭିବାଲା ସବୁ କାହାଣୀ ଭିତରେ ଏ ବିଜ୍ଞାପନ କାହିଁକି ଦଉଛନ୍ତି କିରେ? ସେ ପ୍ରଚାରଗୁଡା ବି ଏତେ ବେଢଙ୍ଗିଆ, ମୁଁ ତ ବେଳେବେଳେ ଆଖି ବୁଜି ଦେଉଛି।
ବୋଉ ଯେ ଏସବୁ ଧାରାବାହିକର ବ୍ୟବସାୟିକ ଦିଗଗୁଡା ବୁଝିପାରିବ, ସେ ନେଇ ଦ୍ୱନ୍ଦ୍ୱରେ ଥିଲେ ଅଭିଜିତ୍‌। ବୋଉ ଯେତେବେଳେ ପଚାରିଲାଣି, ତା’କୁ ତ କିଛି ଗୋଟେ ଉତ୍ତର ଦେବାକୁ ପଡିବ। ଅଭିଜିତ୍‌ କହିଲେ ଦେଖ ବୋଉ, ଏ ଧାରାବାହିକରେ ଯେତେ ଟଙ୍କା ଖର୍ଚ୍ଚ ହୁଏ ସବୁ ଟଙ୍କା ଏଇ ପ୍ରଚାର କରୁଥିବା କମ୍ପାନୀମାନେ ଦିଅନ୍ତି, ନ ହେଲେ ଏସବୁ ତିଆରି ହେବ କେମିତି, ଆଉ ତମେ ସବୁ ଦେଖିବ କେମିତି? ଏଥର ମା’ଙ୍କର ଦ୍ୱିତୀୟ ପ୍ରଶ୍ନ- ଇଏ ଯାହା ସବୁ କାହାଣୀ ଦେଖଉଛି, କଳାକାରମାନେ ଯେମିତି ଅଧାଲଙ୍ଗଳା ପୋଷାକପତ୍ର ପିନ୍ଧୁଛନ୍ତି, କାନରେ ହାତରେ ବେକରେ ଗଦା ଗଦା ଅଳଙ୍କାର- ଇଏ ସବୁ କ’ଣ ଆମ ଚଳଣିର କଥା? ହାଲ୍‌କା ହସି ଅଭିଜିତ୍‌ କହିଲେ, ଏବେ କାହାଣୀ କାହିଁ ବୋଉ? ଆଗରୁ କାହାଣୀର ମଝି ମଝିରେ ବିଜ୍ଞାପନ ଆସୁଥିଲା, ଏବେ ତ ବିଜ୍ଞାପନ ମଝି ମଝିରେ କାହାଣୀ ଆସୁଛି। ଯେମିତି ବିଜ୍ଞାପନ ଦେଖେଇବା ପାଇଁ ଧାରାବାହିକର କାହାଣୀ ଗୋଟାଏ ବାହାନା। ତେବେ ଏସବୁ ନ ଦେଖେଇଲେ କମ୍ପାନୀମାନେ ବିଜ୍ଞାପନ ଦେବେନି ବୋଉ। ସେମାନେ ଯେମିତି ଚାହିଁବେ, କାହାଣୀ ସେମିତି ଲେଖାହେବ। କ’ଣ କହୁଛୁ ମ’? ଇଏ କେମିତିକା କଥା? ଆଶ୍ଚର୍ଯ୍ୟ ଆଖିରେ ପ୍ରଶ୍ନ ଆରତି ଦେବୀଙ୍କର। ଅଭିଜିତ୍‌ କହି ଚାଲିଲେ- ବୋଉ, ୫୦ ଟଙ୍କାର ଦେହଲଗା ସାବୁନ, ୧୫୦ ଟଙ୍କାର ସାନିଟାରୀ ନାପକିନ କ’ଣ ଆମ ଗାଁ ଝରିଆ ରାଉତ ସ୍ତ୍ରୀ, ଝିଅ କି ବୋହୂ କିଣିପାରିବେ? ନା ସେମାନଙ୍କୁ ଏ ପିଠିପେଟ ଦେଖଉଥିବା କଳାକାରମାନଙ୍କ ଅଭିନୟ ଭଲ ଲାଗିବ? ଏଗୁଡା ଭଲ ଲାଗିବ ଆମ ଭଳି ନ ହେଲେ ଆମଠୁ ଉପର ସ୍ତରରେ ଥିବା ପରିବାରର ଝିଅବୋହୂମାନଙ୍କୁ। ତେଣୁ ସେମାନଙ୍କୁ ଯେମିତି ବେଶପୋଷାକ, ଯେମିତି କାହାଣୀ ଭଲ ଲାଗିବ, ସେମିତି କାହାଣୀ ଆଉ ଚରିତ୍ର ତମେ ସବୁ ଏବେ ଟିଭିରେ ଦେଖୁଛ। ଆରତି ଦେବୀଙ୍କ ମୁଣ୍ଡ ଉପରଦେଇ କଥାଗୁଡା ଚାଲିଗଲା। ମୁହଁରେ ସେଇ ବିସ୍ମୟ ଲାଗି ରହିଥାଏ। ଅଭିଜିତ୍‌ ପୁଣି ବୁଝେଇବାକୁ ଚେଷ୍ଟା କଲେ। ଦେଖ ବୋଉ, କମ୍ପାନୀ ସବୁ ସେଇ ଧାରାବାହିକରେ ବିଜ୍ଞାପନ ଦେବେ, ଯୋଉ ଧାରାବାହିକକୁ ତାଙ୍କ ଜିନିଷ କିଣୁଥିବା ଲୋକମାନେ ଦେଖିବେ ବା ଦେଖୁଛନ୍ତି। ଏବେ ଟିକେ ବୁଝିଲେ ଆରତି ଦେବୀ। ମୁଣ୍ଡ ଟୁଙ୍ଗାରି କହିଲେ ଠିକ୍‌ କଥା ତ! ଅଭିଜିତ୍‌ କହିଲେ- ପେଟ, ପିଠି, ଗହଣା, ଡିଜାଇନ ଶାଢି, ବ୍ଲାଉଜ, ବିନ୍ଦି ପିନ୍ଧୁଥିବା ଚରିତ୍ରମାନଙ୍କୁ ସେଇ ଦର୍ଶକ ଦେଖିବାକୁ ଭଲ ପାଉଛନ୍ତି, ଯୋଉମାନଙ୍କ ପାଖରେ ଦାମୀ ସାବୁନ, ପର୍‌ଫ୍ୟୁମ୍‌, ସାମ୍ପୋ, ସାନିଟାରୀ ନାପ୍‌କିନ କିଣିବାକୁ ପଇସା ଅଛି।
ଆରତି ଦେବୀ ଏଥର ସବୁ ବୁଝିପାରିଥିବାର ହସଟିଏ ହସିଲେ। ତାଙ୍କ ମୁହଁରୁ ହସ ନ ଲିଭୁଣୁ, ଅଭିଜିତ୍‌ କହିଲେ- ବୁଝିଲୁ ବୋଉ, ଆମ ଚଳଣି, ଆମ ଭାବନା, ଆମ ଆଶା ଆକାଂକ୍ଷା ଆଉ ଆମ ସ୍ବପ୍ନକୁ ନେଇ ଏବେ ବଜାରରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଭିତରେ ଚାଲିଛି ତୀବ୍ର ପ୍ରତିଯୋଗିତା। ଆମ ମନକୁ ଚହଲେଇ ଦେଇ, ଆମ ଭାବନାକୁ ଉସ୍କେଇ ଦେଇ, ଆମ ଇନ୍ଦ୍ରିୟକୁ ମତେଇ ଦେଇ ଯିଏ ଯେତେ ନିଜ ଆଡକୁ ପ୍ରଭାବିତ କରିପାରୁଛି ତା’ର ଜିତାପଟ ଆଉ ଲାଭ ସେତେ ଅଧିକ। ସେଇଥିପାଇଁ ଆଜି ଟିଭି ଖୋଲିଲେ ମୌଳିକତା ନ ଥିବା, ମୂଲ୍ୟବୋଧ ନ ଥିବା, କୌଣସି ସକାରାତ୍ମକ ବାର୍ତ୍ତା ନ ଥିବା ବରଂ ମାନବୀୟ ବିଶ୍ୱାସ, ପ୍ରେମ, ଭଲପାଇବା ଏସବୁର ମୂଳଦୁଆକୁ ଥରେଇ ଦଉଥିବା ମାଳ ମାଳ ଧାରାବାହିକ ଦେଖିବାକୁ ମିଳୁଛି। ଆଉ କିଛି କଥା କହି ଆସୁଥିଲେ ଅଭିଜିତ୍‌, ଏତିକିବେଳେ ସ୍ତ୍ରୀ ଲୀନା ତାଙ୍କୁ ତାଙ୍କ ଫୋନଟା ବଢେଇ ଦେଇ କହିଲେ- ନିଅ, ତୁମର ଫୋନ ଆସିଛି। ତମେ ଚାହିଁଲେ ସଂସାରଟାକୁ ବଦଳେଇ ଦବ ଆଉ… ଅଭିଜିତ୍‌ ଫୋନଟି ଧରି ଉଠିଗଲେ ବସିବା ଜାଗାରୁ।
ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri