ବିଜ୍ଞାପନ ବଜାର ଓ ଆମ ଲୀନାମାନେ

ସୁଧାକର ଦାସ
ପନ୍ଦର ବର୍ଷ ପରେ ନାୟକ ନାୟିକାର ମିଳନ, ପ୍ରେମ କରୁଥିବା ସମୟରେ ନାୟକ ନାୟିକାକୁ ଛାଡି ଚାଲିଯାଇଥିଲା ବିଦେଶକୁ, ଏବେ ଆସି ଜାଣୁଛି ତା’ ପତ୍ନୀର ପରିଚୟ ଦେଇ ତା’ ଘରେ ଆସ୍ଥାନ ଜମେଇ ବସିଛି ନାୟିକା, ଅଗଣାରେ ୫ ବର୍ଷର କୁନି ପୁଅ- ହାଇ ଭୋଲ୍‌ଟେଜ୍‌ ଡ୍ରାମା। କ୍ୟାମେରା ପଡ଼ୁଛି ଥରେ ନାୟକ ମୁହଁରେ, ଥରେ ନାୟିକା ମୁହଁରେ, ପୁଣିଥରେ କୁନିପୁଅର ମୁହଁ ଉପରେ। ସିକ୍‌…ସାକ୍‌…ସିକ୍‌…ସାକ୍‌… ହଠାତ୍‌ ଆସିଗଲା ବିଜ୍ଞାପନ ବିରତି, ଚିଡି ଉଠିଲେ ଆରତି ଦେବୀ। ଓଃ… କାହିଁକି ଏମାନେ ଏମିତି କରନ୍ତି? ଉଠିଗଲେ ବସିବା ଜାଗାରୁ ଏଇ ବିରତି ସମୟ ଭିତରେ ଟିକେ ପାଣି ପି’ ଦେଇ ଆସିବା ପାଇଁ। ଏଇ ମୁହୂର୍ତ୍ତକୁ କେତେବେଳୁ ଅନେଇ ବସିଥିଲା ଆରତି ଦେବୀଙ୍କ ୮ ବର୍ଷର ନାତୁଣୀ ଲିପ୍ସା। ସେ ଚଟାପଟ ଟିଭି ରିମୋଟ୍‌କୁ ଉଠେଇନେଲା ଚାନେଲ ଚେଞ୍ଜ କରି ଆରପଟେ ଚାଲିଥିବା କାର୍ଟୁନ ଶୋ’ ଦେଖିବା ପାଇଁ। ନୋ ବେଟା, ଲିପ୍ସାର ହାତ ଶିଥିଳ ହୋଇଗଲା ସେଇ ରିମୋଟ ଉପରେ। ସେ ଅସହାୟ ଓ ଆତଙ୍କିତ ଆଖିରେ ଚାହିଁଲା ତା’ ମା’ ଲୀନାର ମୁହଁକୁ। ଲୀନା ଡାଇନିଂ ଟେବୁଲରେ ବସି ପରିବା କାଟୁ କାଟୁ ପୂରା ହଜିଯାଇଥିଲେ ଟିଭିରେ ଦେଉଥିବା ବିଜ୍ଞାପନ ବଜାରରେ। ପ୍ରଥମେ ଗୋଟେ ସାବୁନ, ତା’ପରେ ଗୋଟେ ଥଣ୍ଡା ପାନୀୟ, ତା’ପରେ ଗୋଟେ ସାନିଟାରୀ ନାପ୍‌କିନ, ତା’ପରେ ଗୋଟେ ମୋବାଇଲ ଫୋନ, ତା’ପରେ ଗୋଟେ ଆଇସ୍କ୍ରିମ୍‌ର ବିଜ୍ଞାପନ ପରେ ପୁଣି ଆରମ୍ଭ ହୋଇଗଲା ଧାରାବାହିକ। ଆରତି ଦେବୀ ଫେରି ଆସିଥିଲେ ସୋଫା ଉପରକୁ। ଲୀନା ଚାଲିଯାଇଥିଲେ କିଚେନକୁ ଡିନର୍‌ ପ୍ରସ୍ତୁତ କରିବା ପାଇଁ।
ସେଦିନ ରାତିରେ ଅଭିଜିତ୍‌ ଘରକୁ ଫେରି ଦେଖିଲେ ଘରଟା କେମିତି ଚୁପ୍‌ଚାପ୍‌। ଡିନର୍‌ ଟେବୁଲରେ ବସୁ ବସୁ ପଚାରିଲେ କ’ଣ ହେଇଛି? ଝିଅକୁ ମାରିଲ କାହିଁକି? ସେ ଡିନର୍‌ ଖାଇଛି ତ? ହଁ, ସେ ଖାଇଛି- ଏତକ କହି ନିଜ ମୋବାଇଲ ଫୋନ କାନରେ ଲଗେଇ ଶୋଇବା ଘର ଭିତରକୁ ପଶିଗଲା ଲୀନା। ଲୀନାଙ୍କ ମା’ ଫୋନ କରିଥିଲେ। ଅଭିଜିତ୍‌ ଏଥର ମା’ ମୁହଁରୁ ଶୁଣିଲେ ସବୁ କଥା। ଟିଭି ଦେଖାକୁ ନେଇ ଏତେ କଥା, ଲୀନା ଚାହୁଁଛି ସବୁ ବିଜ୍ଞାପନ ଦେଖିବ, ଲିପ୍ସା ଚାହୁଁଛି କାର୍ଟୁନ ଦେଖିବ। ସବୁ ଶୁଣିସାରି ଗୋଟେ ହାଲକା ହୁଁ ମାରି ଅଭିଜିତ୍‌ ହାତ ଧୋଇବାକୁ ଉଠିଲା ବେଳକୁ ଆରତି ଦେବୀ ପଚାରିଲେ- ହଇରେ ଅଭି, ଏ ଟିଭିବାଲା ସବୁ କାହାଣୀ ଭିତରେ ଏ ବିଜ୍ଞାପନ କାହିଁକି ଦଉଛନ୍ତି କିରେ? ସେ ପ୍ରଚାରଗୁଡା ବି ଏତେ ବେଢଙ୍ଗିଆ, ମୁଁ ତ ବେଳେବେଳେ ଆଖି ବୁଜି ଦେଉଛି।
ବୋଉ ଯେ ଏସବୁ ଧାରାବାହିକର ବ୍ୟବସାୟିକ ଦିଗଗୁଡା ବୁଝିପାରିବ, ସେ ନେଇ ଦ୍ୱନ୍ଦ୍ୱରେ ଥିଲେ ଅଭିଜିତ୍‌। ବୋଉ ଯେତେବେଳେ ପଚାରିଲାଣି, ତା’କୁ ତ କିଛି ଗୋଟେ ଉତ୍ତର ଦେବାକୁ ପଡିବ। ଅଭିଜିତ୍‌ କହିଲେ ଦେଖ ବୋଉ, ଏ ଧାରାବାହିକରେ ଯେତେ ଟଙ୍କା ଖର୍ଚ୍ଚ ହୁଏ ସବୁ ଟଙ୍କା ଏଇ ପ୍ରଚାର କରୁଥିବା କମ୍ପାନୀମାନେ ଦିଅନ୍ତି, ନ ହେଲେ ଏସବୁ ତିଆରି ହେବ କେମିତି, ଆଉ ତମେ ସବୁ ଦେଖିବ କେମିତି? ଏଥର ମା’ଙ୍କର ଦ୍ୱିତୀୟ ପ୍ରଶ୍ନ- ଇଏ ଯାହା ସବୁ କାହାଣୀ ଦେଖଉଛି, କଳାକାରମାନେ ଯେମିତି ଅଧାଲଙ୍ଗଳା ପୋଷାକପତ୍ର ପିନ୍ଧୁଛନ୍ତି, କାନରେ ହାତରେ ବେକରେ ଗଦା ଗଦା ଅଳଙ୍କାର- ଇଏ ସବୁ କ’ଣ ଆମ ଚଳଣିର କଥା? ହାଲ୍‌କା ହସି ଅଭିଜିତ୍‌ କହିଲେ, ଏବେ କାହାଣୀ କାହିଁ ବୋଉ? ଆଗରୁ କାହାଣୀର ମଝି ମଝିରେ ବିଜ୍ଞାପନ ଆସୁଥିଲା, ଏବେ ତ ବିଜ୍ଞାପନ ମଝି ମଝିରେ କାହାଣୀ ଆସୁଛି। ଯେମିତି ବିଜ୍ଞାପନ ଦେଖେଇବା ପାଇଁ ଧାରାବାହିକର କାହାଣୀ ଗୋଟାଏ ବାହାନା। ତେବେ ଏସବୁ ନ ଦେଖେଇଲେ କମ୍ପାନୀମାନେ ବିଜ୍ଞାପନ ଦେବେନି ବୋଉ। ସେମାନେ ଯେମିତି ଚାହିଁବେ, କାହାଣୀ ସେମିତି ଲେଖାହେବ। କ’ଣ କହୁଛୁ ମ’? ଇଏ କେମିତିକା କଥା? ଆଶ୍ଚର୍ଯ୍ୟ ଆଖିରେ ପ୍ରଶ୍ନ ଆରତି ଦେବୀଙ୍କର। ଅଭିଜିତ୍‌ କହି ଚାଲିଲେ- ବୋଉ, ୫୦ ଟଙ୍କାର ଦେହଲଗା ସାବୁନ, ୧୫୦ ଟଙ୍କାର ସାନିଟାରୀ ନାପକିନ କ’ଣ ଆମ ଗାଁ ଝରିଆ ରାଉତ ସ୍ତ୍ରୀ, ଝିଅ କି ବୋହୂ କିଣିପାରିବେ? ନା ସେମାନଙ୍କୁ ଏ ପିଠିପେଟ ଦେଖଉଥିବା କଳାକାରମାନଙ୍କ ଅଭିନୟ ଭଲ ଲାଗିବ? ଏଗୁଡା ଭଲ ଲାଗିବ ଆମ ଭଳି ନ ହେଲେ ଆମଠୁ ଉପର ସ୍ତରରେ ଥିବା ପରିବାରର ଝିଅବୋହୂମାନଙ୍କୁ। ତେଣୁ ସେମାନଙ୍କୁ ଯେମିତି ବେଶପୋଷାକ, ଯେମିତି କାହାଣୀ ଭଲ ଲାଗିବ, ସେମିତି କାହାଣୀ ଆଉ ଚରିତ୍ର ତମେ ସବୁ ଏବେ ଟିଭିରେ ଦେଖୁଛ। ଆରତି ଦେବୀଙ୍କ ମୁଣ୍ଡ ଉପରଦେଇ କଥାଗୁଡା ଚାଲିଗଲା। ମୁହଁରେ ସେଇ ବିସ୍ମୟ ଲାଗି ରହିଥାଏ। ଅଭିଜିତ୍‌ ପୁଣି ବୁଝେଇବାକୁ ଚେଷ୍ଟା କଲେ। ଦେଖ ବୋଉ, କମ୍ପାନୀ ସବୁ ସେଇ ଧାରାବାହିକରେ ବିଜ୍ଞାପନ ଦେବେ, ଯୋଉ ଧାରାବାହିକକୁ ତାଙ୍କ ଜିନିଷ କିଣୁଥିବା ଲୋକମାନେ ଦେଖିବେ ବା ଦେଖୁଛନ୍ତି। ଏବେ ଟିକେ ବୁଝିଲେ ଆରତି ଦେବୀ। ମୁଣ୍ଡ ଟୁଙ୍ଗାରି କହିଲେ ଠିକ୍‌ କଥା ତ! ଅଭିଜିତ୍‌ କହିଲେ- ପେଟ, ପିଠି, ଗହଣା, ଡିଜାଇନ ଶାଢି, ବ୍ଲାଉଜ, ବିନ୍ଦି ପିନ୍ଧୁଥିବା ଚରିତ୍ରମାନଙ୍କୁ ସେଇ ଦର୍ଶକ ଦେଖିବାକୁ ଭଲ ପାଉଛନ୍ତି, ଯୋଉମାନଙ୍କ ପାଖରେ ଦାମୀ ସାବୁନ, ପର୍‌ଫ୍ୟୁମ୍‌, ସାମ୍ପୋ, ସାନିଟାରୀ ନାପ୍‌କିନ କିଣିବାକୁ ପଇସା ଅଛି।
ଆରତି ଦେବୀ ଏଥର ସବୁ ବୁଝିପାରିଥିବାର ହସଟିଏ ହସିଲେ। ତାଙ୍କ ମୁହଁରୁ ହସ ନ ଲିଭୁଣୁ, ଅଭିଜିତ୍‌ କହିଲେ- ବୁଝିଲୁ ବୋଉ, ଆମ ଚଳଣି, ଆମ ଭାବନା, ଆମ ଆଶା ଆକାଂକ୍ଷା ଆଉ ଆମ ସ୍ବପ୍ନକୁ ନେଇ ଏବେ ବଜାରରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଭିତରେ ଚାଲିଛି ତୀବ୍ର ପ୍ରତିଯୋଗିତା। ଆମ ମନକୁ ଚହଲେଇ ଦେଇ, ଆମ ଭାବନାକୁ ଉସ୍କେଇ ଦେଇ, ଆମ ଇନ୍ଦ୍ରିୟକୁ ମତେଇ ଦେଇ ଯିଏ ଯେତେ ନିଜ ଆଡକୁ ପ୍ରଭାବିତ କରିପାରୁଛି ତା’ର ଜିତାପଟ ଆଉ ଲାଭ ସେତେ ଅଧିକ। ସେଇଥିପାଇଁ ଆଜି ଟିଭି ଖୋଲିଲେ ମୌଳିକତା ନ ଥିବା, ମୂଲ୍ୟବୋଧ ନ ଥିବା, କୌଣସି ସକାରାତ୍ମକ ବାର୍ତ୍ତା ନ ଥିବା ବରଂ ମାନବୀୟ ବିଶ୍ୱାସ, ପ୍ରେମ, ଭଲପାଇବା ଏସବୁର ମୂଳଦୁଆକୁ ଥରେଇ ଦଉଥିବା ମାଳ ମାଳ ଧାରାବାହିକ ଦେଖିବାକୁ ମିଳୁଛି। ଆଉ କିଛି କଥା କହି ଆସୁଥିଲେ ଅଭିଜିତ୍‌, ଏତିକିବେଳେ ସ୍ତ୍ରୀ ଲୀନା ତାଙ୍କୁ ତାଙ୍କ ଫୋନଟା ବଢେଇ ଦେଇ କହିଲେ- ନିଅ, ତୁମର ଫୋନ ଆସିଛି। ତମେ ଚାହିଁଲେ ସଂସାରଟାକୁ ବଦଳେଇ ଦବ ଆଉ… ଅଭିଜିତ୍‌ ଫୋନଟି ଧରି ଉଠିଗଲେ ବସିବା ଜାଗାରୁ।
ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?