ମାଲକାନଗିରି,୧୨ା୬ (ଡି.ଏନ.ଏ./ସ୍ବ.ପ୍ର.)-ମାଲକାନଗିରି ଜିଲା ବାଲିମେଳାରେ ଜଳ ବିଦ୍ୟୁତ ପ୍ରକଳ୍ପ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କାର୍ଯ୍ୟ କରୁଛି। ଏଠାରୁ ବିଦ୍ୟୁତ୍ ଉପତ୍ାଦନ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯୋଗାଣ ହେଉଛି। ମାତ୍ର ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ଅନେକ ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ଉପକରଣ ପୁରୁଣା ହୋଇ ଯାଇଥିବାରୁ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଏକ ଘରୋଇ ସଂସ୍ଥା ଭେଲ୍କୁ ଟେଣ୍ଡର କରି ଦାୟିତ୍ୱ ଦେଇଛନ୍ତି। ଏହି ସଂସ୍ଥା କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବାରୁ ବିଦ୍ୟୁତ୍ ପ୍ରକଳ୍ପ ପ୍ରତି ବିପଦ ସୃଷ୍ଟି ହେବା ସହ ରାଜସ୍ବହାନି ହେବା ସମ୍ଭାବନା ରହିଛି ବୋଲି ବାଲିମେଳା ପାଓ୍ବାର ପ୍ରୋଜେକ୍ଟ ଏମ୍ପ୍ଲୋଇଜ୍ ୟୁନିୟନ ଅଭିଯୋଗ କରିଛି। ୟୁନିୟନ ସଭାପତି ଦେବେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟମାନେ ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟ ସାଧାରଣ ପରିଚାଳକଙ୍କୁ ଦେଇଛନ୍ତି। ସଂଘ ଉଲ୍ଲେଖ କରିଛି ଯେ, ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକୀକରଣ କାର୍ଯ୍ୟ ହେଲ୍ ସଂସ୍ଥାକୁ ୨୦୧୬ ସେପ୍ଟେମ୍ବରରେ ପ୍ରଦାନ କରାଯାଇଛି। ସେହି ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ଜଳବିଦ୍ୟୁତ୍ ପ୍ରକଳ୍ପର ୬ଟି ଉଚ୍ଚ କ୍ଷମତାସମ୍ପନ୍ନ ଜେନେରେଟରକୁ ଆଧୁନିକୀକରଣ କରିବ ା ଚୁକ୍ତି ଅନୁଯାୟୀ ସଂସ୍ଥା ୫୪ ମାସରେ ଶେଷ କରିବା କଥା ା ମାତ୍ର ପୂର୍ବାଞ୍ଚଳ ଇଞ୍ଜିନିୟର୍ସ ନାମକ ଏକ ଠିକା ସଂସ୍ଥା ୨ଟି ଜେନେରେଟର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ଏଥିପାଇଁ ଠିକାସଂସ୍ଥା ୧୮ ମାସ ସମୟ ନେଇଛି। ଏହି ଠିକା ସଂସ୍ଥା ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ଜଳବିଦ୍ୟୁତ୍ ପ୍ରକଳ୍ପର ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ ହେଉଛି। ଏଥିପାଇଁ ଜଳ ବିଦ୍ୟୁତ୍ ନିଗମ (ଓଏଚପିସି)କୁ କ୍ଷତି ସହିବାକୁ ପଡୁଛି। ବିଦ୍ୟୁତ୍ ନିୟାମକ ଆୟୋଗ ଇତିମଧ୍ୟରେ ଓଏଚପିସିକୁ ଅର୍ଥ ଦଣ୍ଡ ଦେଇଛନ୍ତି। ଏହା ଓଏଚପିସିର ରାଜସ୍ବ କ୍ଷତିକୁ ଆହୁରି ବଢାଇ ଦେଇଛି। ଜଳବିଦ୍ୟୁତ୍ କେନ୍ଦ୍ରର ଆଧୁନିକୀକରଣ କାର୍ଯ୍ୟର ତଦାରଖ ଓ ତତସମ୍ବନ୍ଧୀୟ ପରାମର୍ଶ ପାଇଁ ଓ୍ବାପକସ୍ କମ୍ପାନୀ ଦାୟିତ୍ୱ ନେଇଛି । ଏହି କମ୍ପାନୀ ୩ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ନିୟୋଜିତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ବାଲିମେଳା ପାଓ୍ବାର ହାଉସ୍ ଏମ୍ପ୍ଲୋଇଜ୍୍ ଆସୋସିଏଶନ କ୍ଷତିକୁ ଗୁରୁତର ସହ ନେଇଛି। ଜଳବିଦ୍ୟୁତ ନିଗମର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଉତ୍ପାଦନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହିତ ରାଜସ୍ବ କ୍ଷତି ଆଗାମୀ ଦିନରେ ବଢି ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ୟୁନିୟନ ପ୍ରକାଶ କରିଛି। ଜଳବିଦ୍ୟୁତ୍ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡକୁ ଗତି କରିବା ସହିତ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପଡିବ ା ଏହି ସମସ୍ୟାଗୁଡିକୁ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ମୁଖ୍ୟ ସାଧାରଣ ପରିଚାଳକଙ୍କ ନିକଟରେ ଦାବି କରିଛି। ଏ ସମ୍ପର୍କରେ ଜଳବିଦ୍ୟୁତ୍ ପ୍ରକଳ୍ପର ଡିଜିଏମ୍ ଏସ୍.ଏସ୍.ପି. ରାଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପର ୬ଟି ଜେନେରେଟର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କା ର୍ଯ୍ୟ କରିବା ପାଇଁ ଆଦେଶ ଦେଇଛନ୍ତି। ସମ୍ପୃକ୍ତ ସଂସ୍ଥା ଏହି ଜେନେରେଟର ଓ ଅନ୍ୟାନ୍ୟ ଯନ୍ତ୍ରାଂଶଗୁଡିକ ରାଜ୍ୟ ବାହାରୁ ଆଣୁଛନ୍ତି। ଏହାଦ୍ୱାରା କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ଏହି କାର୍ଯ୍ୟ ଠିକ୍ ରୂପେ ଚାଲିଛି। କୌଣସି ଅସୁବିଧା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ନାହିଁ। ରାଜ୍ୟ ସରକାରଙ୍କୁ ବାର୍ଷିକ ୧୦୦ କୋଟି ଟଙ୍କା ଦେବାକୁ ଥିବା ବେଳେ ପ୍ରକଳ୍ପ ବାର୍ଷିକ ୧୨୪ କୋଟି ଟଙ୍କାର ରାଜସ୍ବ ଦେଉଛି। କର୍ମଚାରୀ ସଂଘ ଯେଉଁ ଅଭିଯୋଗ କରିଛନ୍ତି ସେ ନେଇ ରାଜ୍ୟ ସ୍ତରରେ ଆଲୋଚନା କରାଯାଉଛି ବୋଲି ରାଓ ପ୍ରକାଶ କରିଛନ୍ତି।
ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ
ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…
କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର
ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…
ଓପିଏସ୍ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା
ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…
ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି
ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…
ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…
ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…
କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….
କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…
ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ
ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍.ଭାସ୍କର ରାଓ। ରାୟଗଡା…
ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର
ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…
Archives

