ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର:୬ ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ

ମାଲକାନଗିରି,୧୨ା୬ (ଡି.ଏନ.ଏ./ସ୍ବ.ପ୍ର.)-ମାଲକାନଗିରି ଜିଲା ବାଲିମେଳାରେ ଜଳ ବିଦ୍ୟୁତ ପ୍ରକଳ୍ପ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କାର୍ଯ୍ୟ କରୁଛି। ଏଠାରୁ ବିଦ୍ୟୁତ୍‌ ଉପତ୍ାଦନ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯୋଗାଣ ହେଉଛି। ମାତ୍ର ଏହି ଜଳବିଦ୍ୟୁତ୍‌ ପ୍ରକଳ୍ପର ଅନେକ ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ଉପକରଣ ପୁରୁଣା ହୋଇ ଯାଇଥିବାରୁ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଏକ ଘରୋଇ ସଂସ୍ଥା ଭେଲ୍‌କୁ ଟେଣ୍ଡର କରି ଦାୟିତ୍ୱ ଦେଇଛନ୍ତି। ଏହି ସଂସ୍ଥା କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବାରୁ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତି ବିପଦ ସୃଷ୍ଟି ହେବା ସହ ରାଜସ୍ବହାନି ହେବା ସମ୍ଭାବନା ରହିଛି ବୋଲି ବାଲିମେଳା ପାଓ୍ବାର ପ୍ରୋଜେକ୍ଟ ଏମ୍ପ୍ଲୋଇଜ୍‌ ୟୁନିୟନ ଅଭିଯୋଗ କରିଛି। ୟୁନିୟନ ସଭାପତି ଦେବେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟମାନେ ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟ ସାଧାରଣ ପରିଚାଳକଙ୍କୁ ଦେଇଛନ୍ତି। ସଂଘ ଉଲ୍ଲେଖ କରିଛି ଯେ, ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକୀକରଣ କାର୍ଯ୍ୟ ହେଲ୍‌ ସଂସ୍ଥାକୁ ୨୦୧୬ ସେପ୍ଟେମ୍ବରରେ ପ୍ରଦାନ କରାଯାଇଛି। ସେହି ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ଜଳବିଦ୍ୟୁତ୍‌ ପ୍ରକଳ୍ପର ୬ଟି ଉଚ୍ଚ କ୍ଷମତାସମ୍ପନ୍ନ ଜେନେରେଟରକୁ ଆଧୁନିକୀକରଣ କରିବ ା ଚୁକ୍ତି ଅନୁଯାୟୀ ସଂସ୍ଥା ୫୪ ମାସରେ ଶେଷ କରିବା କଥା ା ମାତ୍ର ପୂର୍ବାଞ୍ଚଳ ଇଞ୍ଜିନିୟର୍ସ ନାମକ ଏକ ଠିକା ସଂସ୍ଥା ୨ଟି ଜେନେରେଟର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ଏଥିପାଇଁ ଠିକାସଂସ୍ଥା ୧୮ ମାସ ସମୟ ନେଇଛି। ଏହି ଠିକା ସଂସ୍ଥା ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ଜଳବିଦ୍ୟୁତ୍‌ ପ୍ରକଳ୍ପର ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ ହେଉଛି। ଏଥିପାଇଁ ଜଳ ବିଦ୍ୟୁତ୍‌ ନିଗମ (ଓଏଚପିସି)କୁ କ୍ଷତି ସହିବାକୁ ପଡୁଛି। ବିଦ୍ୟୁତ୍‌ ନିୟାମକ ଆୟୋଗ ଇତିମଧ୍ୟରେ ଓଏଚପିସିକୁ ଅର୍ଥ ଦଣ୍ଡ ଦେଇଛନ୍ତି। ଏହା ଓଏଚପିସିର ରାଜସ୍ବ କ୍ଷତିକୁ ଆହୁରି ବଢାଇ ଦେଇଛି। ଜଳବିଦ୍ୟୁତ୍‌ କେନ୍ଦ୍ରର ଆଧୁନିକୀକରଣ କାର୍ଯ୍ୟର ତଦାରଖ ଓ ତତସମ୍ବନ୍ଧୀୟ ପରାମର୍ଶ ପାଇଁ ଓ୍ବାପକସ୍‌ କମ୍ପାନୀ ଦାୟିତ୍ୱ ନେଇଛି । ଏହି କମ୍ପାନୀ ୩ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ନିୟୋଜିତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ବାଲିମେଳା ପାଓ୍ବାର ହାଉସ୍‌ ଏମ୍ପ୍ଲୋଇଜ୍‌୍‌ ଆସୋସିଏଶନ କ୍ଷତିକୁ ଗୁରୁତର ସହ ନେଇଛି। ଜଳବିଦ୍ୟୁତ ନିଗମର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଉତ୍ପାଦନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହିତ ରାଜସ୍ବ କ୍ଷତି ଆଗାମୀ ଦିନରେ ବଢି ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ୟୁନିୟନ ପ୍ରକାଶ କରିଛି। ଜଳବିଦ୍ୟୁତ୍‌ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡକୁ ଗତି କରିବା ସହିତ ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପଡିବ ା ଏହି ସମସ୍ୟାଗୁଡିକୁ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ମୁଖ୍ୟ ସାଧାରଣ ପରିଚାଳକଙ୍କ ନିକଟରେ ଦାବି କରିଛି। ଏ ସମ୍ପର୍କରେ ଜଳବିଦ୍ୟୁତ୍‌ ପ୍ରକଳ୍ପର ଡିଜିଏମ୍‌ ଏସ୍‌.ଏସ୍‌.ପି. ରାଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପର ୬ଟି ଜେନେରେଟର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କା ର୍ଯ୍ୟ କରିବା ପାଇଁ ଆଦେଶ ଦେଇଛନ୍ତି। ସମ୍ପୃକ୍ତ ସଂସ୍ଥା ଏହି ଜେନେରେଟର ଓ ଅନ୍ୟାନ୍ୟ ଯନ୍ତ୍ରାଂଶଗୁଡିକ ରାଜ୍ୟ ବାହାରୁ ଆଣୁଛନ୍ତି। ଏହାଦ୍ୱାରା କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ଏହି କାର୍ଯ୍ୟ ଠିକ୍‌ ରୂପେ ଚାଲିଛି। କୌଣସି ଅସୁବିଧା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ନାହିଁ। ରାଜ୍ୟ ସରକାରଙ୍କୁ ବାର୍ଷିକ ୧୦୦ କୋଟି ଟଙ୍କା ଦେବାକୁ ଥିବା ବେଳେ ପ୍ରକଳ୍ପ ବାର୍ଷିକ ୧୨୪ କୋଟି ଟଙ୍କାର ରାଜସ୍ବ ଦେଉଛି। କର୍ମଚାରୀ ସଂଘ ଯେଉଁ ଅଭିଯୋଗ କରିଛନ୍ତି ସେ ନେଇ ରାଜ୍ୟ ସ୍ତରରେ ଆଲୋଚନା କରାଯାଉଛି ବୋଲି ରାଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri