ବାଲିଆପାଳ ତହସିଲରେ ଅଚଳାବସ୍ଥା: ପ୍ରତିବାଦରେ ଓକିଲ, ମୋହରିର ସଂଘର ଧାରଣା

ବାଲିଆପାଳ, ୬।୬(ସ୍ବ.ପ୍ର.)-ବାଲିଆପାଳ ତହସିଲରେ ଦୀର୍ଘଦିନ ହେଲା ଲାଗି ରହିଛି ଅଚଳାବସ୍ଥା। ଆବେଦନ କରିବାର ମାସ ମାସ ପରେ ମଧ୍ୟ ହିତାଧିକାରୀଙ୍କୁ ମିଳୁନି ବିଭିନ୍ନ ପ୍ରମାଣପତ୍ର ଏବଂ ନାଗରିକ ସୁବିଧା ସୁଯୋଗ। ଏନେଇ ଓକିଲ, ମୋହରିର ସଂଘ ଏବଂ ଜନସାଧାରଣଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ନ ହେବାରୁ ଗୁରୁବାର ସଂଘ ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣାସ୍ଥଳକୁ ତହସିଲଦାର ସ୍ନିଗ୍ଧାଛାୟା ମହାପାତ୍ର, ଭାଜପା ନେତା ବିକାଶ ଗିରି, ଅରବିନ୍ଦ ବେହେରା ପ୍ରମୁଖ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୧୦ଦିନ ମଧ୍ୟରେ ସମସ୍ତ ସମସ୍ତ ଦାବି ପୂରଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁଯାୟୀ ଅଧିକାଂଶ ସମୟ ତହସିଲ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ଅନ୍ୟ ଅଧିକାରୀଙ୍କ ସହ ତାଙ୍କର ସମନ୍ବୟ ରହୁନାହିଁ। ଫଳରେ ହିତାଧିକାରୀ ନାମଜାରି ମକଦ୍ଦମା, ଓଏଲଆର ଆଦି କେସ୍‌ରେ ୟୁଜର୍ସ ଫି’ ଦାଖଲ କରିବାର ୫ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ କେସ୍‌ଗୁଡ଼ିକର ଫଇସଲା କରାଯାଉ ନ ଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଲିଗାଲହିଆର ସାର୍ଟିଫିକେଟ୍‌ ମଧ୍ୟ ମିଳୁନାହିଁ। ବହୁ ଛାତ୍ରୀଛାତ୍ର ଜାତି, ବାର୍ଷିକ ଆୟ, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ନ ପାଇ ନିରାଶ ହୋଇ ପ୍ରତ୍ୟହ ଫେରିଯାଉଛନ୍ତି। ମୋହରିର ଏବଂ ଓକିଲମାନେ ଏସବୁ କାର୍ଯ୍ୟ ସମ୍ପାଦନରେ ମାଧ୍ୟମ ଭାବେ କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କୁ ମଧ୍ୟ ଅସହଯୋଗ କରାଯାଉଛି। ତହସିଲଦାରଙ୍କ ସମେତ ବାଲେଶ୍ୱର ଜିଲାପାଳ, ଆରଡ଼ିସିଙ୍କଠାରେ ଲିଖିତ ଅଭିଯୋଗ କରାଯାଇଛି ହେଲେ ଅଦ୍ୟାବଧି ଏହାର ପ୍ରତିକାର ହୋଇ ନ ଥିବା ସଂଘ ପକ୍ଷରୁ କୁହାଯାଇଛି। ଏହାର ପ୍ରତିବାଦରେ ଗୁରୁବାର ଓକିଲ ଓ ମୋହରିର ସଂଘ ପକ୍ଷରୁ ଅର୍ଦ୍ଧେନ୍ଦୁ ବାରିକ, ଦିଲୀପ କୁମାର ସେଠୀ, ରାଧାଗୋବିନ୍ଦ ବେହେରା, ପ୍ରଭାତ ସାହୁ, ଆନ୍ଦ କୁମାର ପାଳ, ଭରତଭୂଷଣ ଦେ, କୀର୍ତ୍ତନ ପ୍ରଧାନ, ଅନାଦି ମହାନ୍ତି, ଚିତ୍ତରଞ୍ଜନ ମହାପାତ୍ର, ମଧୁସୂଦନ ସାହୁ ଓ ରାମନାରାୟଣ ପଣ୍ଡା ପ୍ରମୁଖ ନେତୃତ୍ୱରେ ବହୁ ଜନସାଧାରଣ ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri