Posted inଖେଳ

ବାରବାଟୀ ନିର୍ଣ୍ଣାୟକ ଲଢ଼େଇ: ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ

ଭୁବନେଶ୍ୱର, ୧୯।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ରବିବାର କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ବାରବାଟୀ ମ୍ୟାଚ୍‌ ପାଇଁ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଆସି ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ବିଶାଖାପାଟନାରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ୧୦୭ ରନର ବୃହତ୍‌ ବ୍ୟବଧାନରେ ଜିତି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ର ସମାନସ୍ତରକୁ ଆଣିଛି। ତେଣୁ ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରିଥିବାରୁ ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର। କ୍ରୀଡ଼ାପ୍ରେମୀ ଅତି ନିକଟରୁ ସେମାନଙ୍କ ଖେଳାଳିଙ୍କ ଖେଳକୁ ଉପଭୋଗ କରିବାର ସୁଯୋଗ ପାଇବେ।
ସର୍ବାଗ୍ରେ ଜାଡେଜା, ଆକର୍ଷଣରେ ରୋହିତ୍‌, କୋହଲି- ଗୁରୁବାର ଅପରାହ୍ନ ପାଖାପାଖି ୧ଟା ବେଳକୁ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଏକ ସ୍ବତନ୍ତ୍ର ବିମାନ ଯୋଗେ ବିଶାଖାପାଟଣାରୁ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ସେଠାରୁ ଦୁଇଟି ସ୍ବତନ୍ତ୍ର ବସ୍‌ ଯୋଗେ ଉଭୟ ଦଳର ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ ମେ ଫେୟାରକୁ ଅଣାଯାଇଥିଲା। ବିମାନ ବନ୍ଦରରୁ ହୋଟେଲକୁ ଆସିବାକୁ ୨୦-୨୫ ମିନିଟ୍‌ ସମୟ ଲାଗିଥିଲା। ପ୍ରଥମେ ଭାରତୀୟ ଖେଳାଳିଙ୍କୁ ନେଇ ଆସୁଥିବା ବସ୍‌ ଓ ପରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ବସ୍‌ ହୋଟେଲ ମଧ୍ୟକୁ ପ୍ରବେଶ କରିଥିଲା। ଏହାପରେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ହୋଟେଲ ମଧ୍ୟକୁ ପାଛୋଟି ନିଆଯାଇଥିଲା। ଭାରତୀୟ ଖେଳାଳିମାନେ ପ୍ରଥମେ ହୋଟେଲ ମଧ୍ୟକୁ ପ୍ରବେଶ କରିଥିବାବେଳେ ସର୍ବାଗ୍ରେ ରହିଥିଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ପଛକୁ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ‘ହିଟ୍‌ମ୍ୟାନ’ ଭାବେ ପରିଚିତ ରୋହିତ୍‌ ଶର୍ମା, ଅଧିନାୟକ ବିରାଟ କୋହଲି, ଗତ ମ୍ୟାଚ୍‌ର ହ୍ୟାଟ୍ରିକ ହାସଲକାରୀ ବୋଲର କୁଲଦୀପ ଯାଦବଙ୍କ ସମେତ ଅନ୍ୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ହୋଟେଲକୁ ଯାଇଥିଲେ। ଏହାପରେ ଅଧିନାୟକ କିରନ ପୋଲାର୍ଡଙ୍କ ସମେତ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବସରୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ସିମରନ ହେଟ୍‌ମେର, ନିକୋଲାସ ପୁରାନ, ଶାଇ ହୋପ୍‌, କେସରିକ ଓ୍ବିଲିୟମ୍ସ, ଶେଲଡନ କଟ୍ରେଲ ପ୍ରମୁଖ ଆକର୍ଷଣର କେନ୍ଦ୍ରରେ ରହିଥିଲେ।
ସ୍ବାଗତରେ ଆଧୁନିକତାର ଛାପ- ଏଥର ଖେଳାଳିମାନଙ୍କୁ ସ୍ବାଗତ କରିବାରେ ଭିନ୍ନତା ପରିଲକ୍ଷିତ ହୋଇଥିଲା। ପୂର୍ବରୁ ଖେଳାଳିମାନଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ, ଶଙ୍ଖ ଫୁଙ୍ଖି ହୋଟେଲ ମଧ୍ୟକୁ ପାଛୋଟି ନିଆଯାଇଥିଏ। କିନ୍ତୁ ଚଳିତ ଥର ହୋଟେଲ ପକ୍ଷରୁ ଏକ ଭିନ୍ନ ଆୟୋଜନ କରାଯାଇଥିଲା। ହୋଟେଲର କିଛି ମହିଳା ଓ ପୁରୁଷ କର୍ମଚାରୀ ‘ତୁନେ ମାରି ଏଣ୍ଟ୍ରି, ଦିଲ୍‌ ମେ ବାଜି ଘଣ୍ଟି’ ଗୀତର ତାଳେ ତାଳେ ନୃତ୍ୟ କରି ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଏଭଳି ସ୍ବାଗତ ଉତ୍ସବ ବେଶ୍‌ ଚର୍ଚ୍ଚାରେ ରହିଥିଲା।
ମାହିଙ୍କ ଅନୁପସ୍ଥିତି ନେଇ ଦର୍ଶକ ନିରାଶ- ନିଜର ପ୍ରିୟ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ବିମାନ ବନ୍ଦରଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ କ୍ରୀଡ଼ାପ୍ରେମୀଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସେହିଭଳି ଖେଳାଳି ଆସୁଥିବା ଖବର ପାଇ ହୋଟେଲ ସମ୍ମୁଖରେ ମଧ୍ୟ ଅପରାହ୍ନରୁ ଲୋକଙ୍କ ଗହଳି ଲାଗିବା ଆରମ୍ଭ କରିଥିଲା। କିନ୍ତୁ ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ମାହି) ଏଥର ଦଳ ସହ ନ ଥିବାରୁ ଏହାକୁ ନେଇ ଉପସ୍ଥିତ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଥିଲା। କିଛି ଦର୍ଶକ ହାତରେ ‘ମିସ୍‌ ୟୁ ମାହି’ ଲେଖାଥିବା ପ୍ଲାକାର୍ଡ ଧରି ନିଜର ନିରାଶ ଜଣାଇଥିଲେ।
କଡ଼ା ସୁରକ୍ଷା ବଳୟ- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବିମାନ ବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଆଣିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଖେଳାଳିଙ୍କ ବସର ଆଗରେ ଓ ପଛରେ ପୋଲିସ ଗାଡ଼ି ଏକ୍ସର୍ଟ କରି ଖେଳାଳିଙ୍କୁ ହୋଟେଲ ପର୍ଯ୍ୟନ୍ତ ନେଇଥିଲା। ସେହିଭଳି ଖେଳାଳିଙ୍କ ବସ୍‌ ଯିବା ସମୟରେ ବିଭିନ୍ନ ଛକରେ ଟ୍ରାଫିକ ପକ୍ଷରୁ ମଧ୍ୟ କିଛି ସମୟ ପାଇଁ କଟକଣା ଲଗାଯାଇଥିଲା। ହୋଟେଲ ଭିତରେ ଓ ବାହାରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷାରେ ଏସ୍‌ଓଜି କମାଣ୍ଡୋଙ୍କୁ ନିୟୋଜିତ କରାଯାଇଥିବାର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ଆଜି ପୁଣି ବଢ଼ିଲା CNG ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୯।୮: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ…

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri