Posted inଖେଳ

ବାରବାଟୀ ନିର୍ଣ୍ଣାୟକ ଲଢ଼େଇ: ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ

ଭୁବନେଶ୍ୱର, ୧୯।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ରବିବାର କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ବାରବାଟୀ ମ୍ୟାଚ୍‌ ପାଇଁ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଆସି ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ବିଶାଖାପାଟନାରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ୧୦୭ ରନର ବୃହତ୍‌ ବ୍ୟବଧାନରେ ଜିତି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ର ସମାନସ୍ତରକୁ ଆଣିଛି। ତେଣୁ ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରିଥିବାରୁ ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର। କ୍ରୀଡ଼ାପ୍ରେମୀ ଅତି ନିକଟରୁ ସେମାନଙ୍କ ଖେଳାଳିଙ୍କ ଖେଳକୁ ଉପଭୋଗ କରିବାର ସୁଯୋଗ ପାଇବେ।
ସର୍ବାଗ୍ରେ ଜାଡେଜା, ଆକର୍ଷଣରେ ରୋହିତ୍‌, କୋହଲି- ଗୁରୁବାର ଅପରାହ୍ନ ପାଖାପାଖି ୧ଟା ବେଳକୁ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଏକ ସ୍ବତନ୍ତ୍ର ବିମାନ ଯୋଗେ ବିଶାଖାପାଟଣାରୁ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ସେଠାରୁ ଦୁଇଟି ସ୍ବତନ୍ତ୍ର ବସ୍‌ ଯୋଗେ ଉଭୟ ଦଳର ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ ମେ ଫେୟାରକୁ ଅଣାଯାଇଥିଲା। ବିମାନ ବନ୍ଦରରୁ ହୋଟେଲକୁ ଆସିବାକୁ ୨୦-୨୫ ମିନିଟ୍‌ ସମୟ ଲାଗିଥିଲା। ପ୍ରଥମେ ଭାରତୀୟ ଖେଳାଳିଙ୍କୁ ନେଇ ଆସୁଥିବା ବସ୍‌ ଓ ପରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ବସ୍‌ ହୋଟେଲ ମଧ୍ୟକୁ ପ୍ରବେଶ କରିଥିଲା। ଏହାପରେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ହୋଟେଲ ମଧ୍ୟକୁ ପାଛୋଟି ନିଆଯାଇଥିଲା। ଭାରତୀୟ ଖେଳାଳିମାନେ ପ୍ରଥମେ ହୋଟେଲ ମଧ୍ୟକୁ ପ୍ରବେଶ କରିଥିବାବେଳେ ସର୍ବାଗ୍ରେ ରହିଥିଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ପଛକୁ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ‘ହିଟ୍‌ମ୍ୟାନ’ ଭାବେ ପରିଚିତ ରୋହିତ୍‌ ଶର୍ମା, ଅଧିନାୟକ ବିରାଟ କୋହଲି, ଗତ ମ୍ୟାଚ୍‌ର ହ୍ୟାଟ୍ରିକ ହାସଲକାରୀ ବୋଲର କୁଲଦୀପ ଯାଦବଙ୍କ ସମେତ ଅନ୍ୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ହୋଟେଲକୁ ଯାଇଥିଲେ। ଏହାପରେ ଅଧିନାୟକ କିରନ ପୋଲାର୍ଡଙ୍କ ସମେତ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବସରୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ସିମରନ ହେଟ୍‌ମେର, ନିକୋଲାସ ପୁରାନ, ଶାଇ ହୋପ୍‌, କେସରିକ ଓ୍ବିଲିୟମ୍ସ, ଶେଲଡନ କଟ୍ରେଲ ପ୍ରମୁଖ ଆକର୍ଷଣର କେନ୍ଦ୍ରରେ ରହିଥିଲେ।
ସ୍ବାଗତରେ ଆଧୁନିକତାର ଛାପ- ଏଥର ଖେଳାଳିମାନଙ୍କୁ ସ୍ବାଗତ କରିବାରେ ଭିନ୍ନତା ପରିଲକ୍ଷିତ ହୋଇଥିଲା। ପୂର୍ବରୁ ଖେଳାଳିମାନଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ, ଶଙ୍ଖ ଫୁଙ୍ଖି ହୋଟେଲ ମଧ୍ୟକୁ ପାଛୋଟି ନିଆଯାଇଥିଏ। କିନ୍ତୁ ଚଳିତ ଥର ହୋଟେଲ ପକ୍ଷରୁ ଏକ ଭିନ୍ନ ଆୟୋଜନ କରାଯାଇଥିଲା। ହୋଟେଲର କିଛି ମହିଳା ଓ ପୁରୁଷ କର୍ମଚାରୀ ‘ତୁନେ ମାରି ଏଣ୍ଟ୍ରି, ଦିଲ୍‌ ମେ ବାଜି ଘଣ୍ଟି’ ଗୀତର ତାଳେ ତାଳେ ନୃତ୍ୟ କରି ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଏଭଳି ସ୍ବାଗତ ଉତ୍ସବ ବେଶ୍‌ ଚର୍ଚ୍ଚାରେ ରହିଥିଲା।
ମାହିଙ୍କ ଅନୁପସ୍ଥିତି ନେଇ ଦର୍ଶକ ନିରାଶ- ନିଜର ପ୍ରିୟ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ବିମାନ ବନ୍ଦରଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ କ୍ରୀଡ଼ାପ୍ରେମୀଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସେହିଭଳି ଖେଳାଳି ଆସୁଥିବା ଖବର ପାଇ ହୋଟେଲ ସମ୍ମୁଖରେ ମଧ୍ୟ ଅପରାହ୍ନରୁ ଲୋକଙ୍କ ଗହଳି ଲାଗିବା ଆରମ୍ଭ କରିଥିଲା। କିନ୍ତୁ ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ମାହି) ଏଥର ଦଳ ସହ ନ ଥିବାରୁ ଏହାକୁ ନେଇ ଉପସ୍ଥିତ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଥିଲା। କିଛି ଦର୍ଶକ ହାତରେ ‘ମିସ୍‌ ୟୁ ମାହି’ ଲେଖାଥିବା ପ୍ଲାକାର୍ଡ ଧରି ନିଜର ନିରାଶ ଜଣାଇଥିଲେ।
କଡ଼ା ସୁରକ୍ଷା ବଳୟ- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବିମାନ ବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଆଣିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଖେଳାଳିଙ୍କ ବସର ଆଗରେ ଓ ପଛରେ ପୋଲିସ ଗାଡ଼ି ଏକ୍ସର୍ଟ କରି ଖେଳାଳିଙ୍କୁ ହୋଟେଲ ପର୍ଯ୍ୟନ୍ତ ନେଇଥିଲା। ସେହିଭଳି ଖେଳାଳିଙ୍କ ବସ୍‌ ଯିବା ସମୟରେ ବିଭିନ୍ନ ଛକରେ ଟ୍ରାଫିକ ପକ୍ଷରୁ ମଧ୍ୟ କିଛି ସମୟ ପାଇଁ କଟକଣା ଲଗାଯାଇଥିଲା। ହୋଟେଲ ଭିତରେ ଓ ବାହାରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷାରେ ଏସ୍‌ଓଜି କମାଣ୍ଡୋଙ୍କୁ ନିୟୋଜିତ କରାଯାଇଥିବାର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୪ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସର ୩ ଖେଳାଳି ଆହତ: ଜଣେ ଷ୍ଟ୍ରେଚରରେ ଗଲେ

ନୂଆଦିଲ୍ଲୀ,୧୯।୩: ଆଇପିଏଲ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ। ଏହି ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇରେ ଖେଳାଯିବ। ଏଥିପାଇଁ...

ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୧୯ା୩: ବିସିସିଆଇର ଆପେକ୍ସ କାଉନସିଲ୍‌ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି।...

ଅଭିଷେକ, ବିଶ୍ୱଭୂଷଣ, ଦିବ୍ୟଶକ୍ତିଙ୍କ ଶତକ

ଭୁବନେଶ୍ୱର,୧୯ା୩(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆରମ୍ଭ ହୋଇଥିବା ସିନିୟର ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟର ଦ୍ୱିତୀୟ ଦିନରେ ଭୁବନେଶ୍ୱର ଏ, ଇକୋର୍ସା,...

ବାଂଲାଦେଶ ସିରିଜ ବିଜୟୀ

ଚିଟ୍ଟାଗଙ୍ଗ, ୧୯ା୩ (ଏପି): ଶ୍ରୀଲଙ୍କା ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ବାଂଲାଦେଶ ୪ ଉଇକେଟରେ ବିଜୟ ହାସଲ କରିଛି। ଦଳ ଏଥିସହିତ ୩...

ଟାଇଟଲ ବଜାୟ ରଖିଲେ ଅଲ୍‌କାରାଜ

ଇଣ୍ଡିଆନ ଓ୍ବେଲ୍ସ, ୧୯ା୩ (ଏପି): କାର୍ଲୋସ ଅଲ୍‌କାରାଜ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟାଇଟଲ ବଜାୟ ରଖିଛନ୍ତି। ଫାଇନାଲରେ ସେ ଡାନିଲ ମେଡଭେଡେଭଙ୍କୁ ୭-୬ (୫),...

ଆର୍‌ସିବି ଟ୍ରେନିଂ କ୍ୟାମ୍ପ୍‌ରେ କୋହଲି

ବେଙ୍ଗାଲୁରୁ,୧୮ା୩(ପି.ଟି.): ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ସୁପରଷ୍ଟାର ବିରାଟ କୋହଲି ସୋମବାର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଟ୍ରେନିଂ କ୍ୟାମ୍ପ୍‌ରେ ଯୋଗଦେଇଛନ୍ତି। ସୋମବାର କୋହଲି...

ଖୁସିରେ ଝୁମିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ,୧୮।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୪ ଟାଇଟଲ ଜିତି ଫ୍ରାଞ୍ଚାଇଜ ଟ୍ରଫି ମରୁଡ଼ିକୁ ସମାପ୍ତ କରିଛି। ପୁରୁଷ ଦଳ ଏପର୍ଯ୍ୟନ୍ତ...

ମୁମ୍ବାଇର ଅଧିନାୟକ ଉପରେ ମୁହଁ ଖୋଲିଲେ ପାଣ୍ଡ୍ୟା, କହିଲେ ରୋହିତ ହେଉଛନ୍ତି…

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଥିଲା। ହାର୍ଦ୍ଦିକ ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ବର୍ତ୍ତମାନ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri