ବାବୁଙ୍କ ଚାହିଦା

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

ଅଶ୍ୱିନୀ ଲୋହାନିଙ୍କ ଦକ୍ଷତା ଏୟାର ଇଣ୍ଡିଆରେ ପ୍ରତିପାଦିତ ହୋଇଛି। ତାଙ୍କ ପରେ ଏୟାର ଇଣ୍ଡିଆରେ ନିଯୁକ୍ତି ପାଇଥିବା ଅଧିକାରୀ ଜଣେ ଦକ୍ଷ ବ୍ୟକ୍ତି ହୋଇଥିଲେ ମଧ୍ୟ ସେ ଲୋହାନିଙ୍କ ଭଳି ନୁହନ୍ତି। ଜଣେ ବାବୁ ଭାବେ ଲୋହାନିଙ୍କର ଏବେ ବି ଚାହିଦା ରହିଛି। ସେ ଦୁଇଥର ସମସ୍ୟା ବହୁଳ କ୍ୟାରିୟରକୁ ନିୟନ୍ତ୍ରଣ କରି ଅନେକ ଦକ୍ଷତା ପ୍ରତିପାଦନ କରିଥିଲେ। ସେଥି ମଧ୍ୟରେ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ହେବା ଦ୍ୱାରା କେତେକେ ଭାବିଥିଲେ ଯେ ଜଣେ ପ୍ରଶାସକ ଭାବେ ଲୋହାନୀଙ୍କ ସଫଳତାର ଦୌଡ଼ ଶେଷ ହୋଇଗଲା। କିନ୍ତୁ ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡୀ ସରକାର ଏବେ ତାଙ୍କୁ କ୍ୟାବିନେଟ ପାହ୍ୟା ସହିତ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କିନ୍ତୁ ଲୋହାନି ଜଣେ ଇଣ୍ଡିଆନ ରେଲଓ୍ବେ ସର୍ଭିସ ଅଫ୍‌ ମେକାନିକାଲ ଇଞ୍ଜିନିୟର୍ସର ଅଧିକାରୀ ହୋଇ ବିମାନ ଚଳାଚଳ କ୍ଷେତ୍ରରେ କୌଣସି ପୂର୍ବ ପୃଷ୍ଠଭୂମି ନ ଥିଲେ ବି ଏୟାର୍‌ ଇଣ୍ଡିଆରେ ତାଙ୍କ କାର୍ଯ୍ୟକାଳ ତାଙ୍କୁ ଚର୍ଚ୍ଚିତ କରିଥିଲା। ଏୟାର ଇଣ୍ଡିଆରେ ସେ ଅସନ୍ତୁଷ୍ଟ କର୍ମଚାରୀଙ୍କୁ ଶାନ୍ତ କରିଥିଲେ। ଏୟାର ଇଣ୍ଡିଆର ସମ୍ପ୍ରସାରଣ କରି ଏବଂ ପୁନଃ ସ୍ଥିତିକୁ ଫେରାଇ ଆଣିଥିଲେ। ଯଦି ସେ ଏହାର ଘରୋଇକରଣ ଉପରେ ନିରୀକ୍ଷଣ କରି ବନ୍ଦ କରି ନ ଥାନ୍ତେ କି ଏକ ସରଳ ପରିବର୍ତ୍ତନ ନିଶ୍ଚିତ କରି ନ ଥାନ୍ତେ ତେବେ ତାଙ୍କ ଦକ୍ଷତାରେ ପୂର୍ଣ୍ଣଚ୍ଛେଦ ପଡିଯାଇଥାଆନ୍ତା। କିନ୍ତୁ ସ୍ପଷ୍ଟଭାବେ ତାଙ୍କ ପ୍ରଶାସନିକ କୌଶଳ ତାଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପ୍ରିୟପାତ୍ର କରିପାରିଛି। ରାଜ୍ୟର ପର୍ଯ୍ୟଟନ କ୍ଷମତାକୁ ଠିକ୍‌ ଭାବେ ଉପଯୋଗ କରିବେ ବୋଲି ଆଶା କରାଯାଉଛି। ପୂର୍ବତନ ଅର୍ଥ ସଚିବ ସୁବାସ ଚନ୍ଦ୍ର ଗର୍ଗଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ପୂର୍ବତନ ବାବୁ ଯିଏ କି ଦିଲ୍ଲୀରୁ ରାଜ୍ୟକୁ ଆସିଛନ୍ତି। ତେବେ ଯେଉଁମାନେ ସ୍ଥାନୀୟ ସ୍ତରରେ ଶାସନ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।

ରହସ୍ୟମୟ ହ୍ରାସ
ପଦୋନ୍ନତି ମାଧ୍ୟମରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଗ୍ରୁପ୍‌ ଏ’ ସେବା ଅଧିକାରୀମାନଙ୍କ ନିଯୁକ୍ତି ୨୦୧୬ ରୁ ୨୦୧୮ ମଧ୍ୟରେ ୫୦ ପ୍ର୍‌ତିଶତ ହ୍ରାସ ପାଇଛି। ଲୋକସଭାର ଏକ ପ୍ରଶ୍ନରୁ ଜଣାପଡିଥିଲା ଯେ,୨୦୧୮ରେ ପଦୋନ୍ନତି ମାଧ୍ୟମରେ ହୋଇଥିବା ନିଯୁକ୍ତି ସଂଖ୍ୟା ଥିଲା ୨,୯୧୮। ତୁଳନାମତ୍କ ଭାବେ ଏହା ୨୦୧୬ ଓ ୨୦୧୭ରେ ଥିଲା ଯଥାକ୍ରମେ ୫,୯୫୩ ଓ ୫,୯୪୪। ତେବେ ପଦୋନ୍ନତିରେ ଏଭଳି ଅତ୍ୟଧିକ ହ୍ରାସ ପଛରେ କ’ଣ କାରଣ ରହିଛି ତାହା କାହାକୁ ଜଣା ନ ଥିବା ହୃଦ୍‌ବୋଧ ହେଉଛି। ସୂତ୍ରରୁ ପ୍ରକାଶ ଯେ, ଏବେ କୋର୍ଟରେ ଚାଲିଥିବା ମାମଲା, କେତେ ଜଣ ଅବସର ନେବା ଆଦି କାରଣରୁ ଏଭଳି ହ୍ରାସ ଘଟିଥାଇପାରେ ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଅଧିକାରୀମାନେ କହନ୍ତି । କିନ୍ତୁ ପଦୋନ୍ନତିରେ ଘଟିଥିବା ୫୦ ପ୍ରତିଶତ ହ୍ରାସ ଉପରେ ଏହି କାରଣଗୁଡିକ ବ୍ୟାଖ୍ୟା କରିପାରେନାହିଁ। ମୁଖ୍ୟତଃ, ଆମେ ଯେତେବେଳେ ଆଉ ଗୋଟିଏ ତଥ୍ୟ ବିଚାରକୁ ନେବା ଦେଖିବା ଯେ, କେନ୍ଦ୍ରରେ ଏବେ ବହୁ ସଂଖ୍ୟାରେ ପଦ ଖାଲି ପଡିଛି। ବିଭିନ୍ନ କମିଟି ଓ ସିଲେକସନ ପ୍ୟାନେଲଗୁଡିକ ଦ୍ୱାରା ଯୁଗ୍ମ ସଚିବ ପଦରୁ ସଚିବ ପଦକୁ କରାଯାଉଥିବା ପଦୋନ୍ନତି ଏହାର ଗୋଟିଏ କାରଣ ବୋଲି କୁହାଯାଉଛି। ଯଦି ଏହି କମିଟିଗୁଡିକର ବୈଠକରେ ବିଳମ୍ବ ହୁଏ ତେବେ ପଦୋନ୍ନତି ହୋଇପାରିବନି। ତାହା ହେଲେ ବି ଏହା ବାସ୍ତବରେ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି।

ବେପରୁଆ ଆଚରଣ
ପ୍ରଶାସନିକ ଅଧିକାରୀମାନେ ନିୟମକୁ ଅନୁସରଣ କରନ୍ତି ଓ ଅନ୍ୟମାନଙ୍କୁ ସେହି ନିୟମ ମାନିବାକୁ ବାଟ ଦେଖାନ୍ତି। କିନ୍ତୁ ଏଠାରେ ଏବେ ତାହା ପରିଲକ୍ଷିତ ହେଉନାହିଁଁ, ଏପରିକି ସାରାଦେଶରେ ଲକ୍‌ଡାଉନ ବା ତାଲାବନ୍ଦ କରାଯାଇ ଜୀବନ ନେଉଥିବା କୋଭିଡ୍‌ -୧୯ ସଂକ୍ରମଣ ବିରୋଧରେ ଲଢିବା ପାଇଁ ଏକ ସାହସିକ ପଦକ୍ଷେପ ନିଆଯାଇଥିବାବେଳେ ବି ଏହା ଦେଖାଯାଉନାହିଁ। ମହାମାରୀ କରୋନା ସଂକ୍ରମଣ ରୋକିବା ଲାଗି ସରକାର କ୍ୱାରାଣ୍ଟାଇନରେ ,ସାମାଜିକ ଦୂରତ୍ୱ ଏବଂ ଅନ୍ୟ ଉପାୟରେ ରହିବାକୁ କଡ଼ା ନିୟମ ଲାଗୁ କରିବାବେଳେ କେତେଜଣ ବାବୁ କେତେଜଣ ଭିଆଇପି ଓ ସେମାନଙ୍କ ଭଳି ବ୍ୟକ୍ତିଙ୍କ ଇଚ୍ଛାପୂରଣ କରିବା ଲାଗି ନିୟମ ଭଙ୍ଗ କରୁଛନ୍ତି। ନିକଟରେ ଘଟିଥିବା ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ ଯାହା ସମସ୍ତେ ଜାଣନ୍ତି। ମୁମ୍ବାଇରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପରିବାର ଇଂଲଣ୍ଡରୁ ଆସି ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କ ଘରକୁ ଚାଲିଯାଇଥିତ୍ଲେ। ବାସ୍ତବରେ ଏହାକୁ ଅଶିଷ୍ଟତା ଏବଂ ମୂର୍ଖାମି ବୋଲି କୁହାଯାଇପାରେ। ପରେ ପଶ୍ଚିମବଙ୍ଗରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମିତି ଚିହ୍ନଟ ହେବା ପରେ ବରିଷ୍ଟ ଅଧିକାରୀମାନଙ୍କୁ ସେଲ୍ଫ କ୍ୱାରାଣ୍ଟାଇନରେ ରହିବାକୁ ବାଧ୍ୟ କରିଥିଲା। ବିଶେଷ କରି ରାଜ୍ୟ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅ ଲଣ୍ଡନରୁ ଫେରିଲେ, କିନ୍ତୁ ପଶ୍ଚିମବଙ୍ଗର ସିଭିଲ ସର୍ଭିସ ଅଧିକାରୀରୁ ଆଇଏଏସ୍‌କୁ ପଦୋନ୍ନତି ପାଇଥିବା ତାଙ୍କ ମା’ ତଥାପି ଅଫିସ ଯାଇ ଶୀର୍ଷ ଅଧିକାରୀମାନଙ୍କୁ ସାକ୍ଷାତ କରିବା ସହ ମିଟିଂରେ ମଧ୍ୟ ଯୋଗ ଦେଇଥିଲେ। ତାଙ୍କ ପୁଅ କେବଳ କୌଣସି ପରୀକ୍ଷା କରିବାକୁ ଚାହିଁ ନ ଥିଲେ,ବରଂ ସନ୍ଦିଗ୍ଧ ଦୃଷ୍ଟିରେ ଦେଖାଯିବାର ବହୁ ପରେ ବି ସେ ଏଥିରୁ ଦୂରେଇ ରହିଥିଲେ। ଆମମାନଙ୍କ ମନରେ ଭୟ ସୃଷ୍ଟି କରିଥିବା କରୋନା ଭାଇରସ୍‌ ବିରୋଧରେ ଲଢେଇ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଥିବାବେଳେ ଏହି ଅସାବଧାନତା ତଥା ବେପରୁଆ ଆଚରଣ ଯୋଗୁ ଏବେ ପୋଲିସ ମହାନିର୍ଦ୍ଦେଶକ,ଗୃହ ସଚିବ ଏବଂ କେତେଜଣ ଆଇପିଏସ୍‌ ଓ ଆଇଏଏସ୍‌ ଅଧିକାରୀଙ୍କ ଭଳି ଶୀର୍ଷ ପ୍ରଶାସନିକ ଅଧିକାରୀମାନଙ୍କୁ ଆଇସୋଲେଶନରେ ରହିବାକୁ ପଡିଛି।

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri