ବାବୁଙ୍କ ଚାହିଦା

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

ଅଶ୍ୱିନୀ ଲୋହାନିଙ୍କ ଦକ୍ଷତା ଏୟାର ଇଣ୍ଡିଆରେ ପ୍ରତିପାଦିତ ହୋଇଛି। ତାଙ୍କ ପରେ ଏୟାର ଇଣ୍ଡିଆରେ ନିଯୁକ୍ତି ପାଇଥିବା ଅଧିକାରୀ ଜଣେ ଦକ୍ଷ ବ୍ୟକ୍ତି ହୋଇଥିଲେ ମଧ୍ୟ ସେ ଲୋହାନିଙ୍କ ଭଳି ନୁହନ୍ତି। ଜଣେ ବାବୁ ଭାବେ ଲୋହାନିଙ୍କର ଏବେ ବି ଚାହିଦା ରହିଛି। ସେ ଦୁଇଥର ସମସ୍ୟା ବହୁଳ କ୍ୟାରିୟରକୁ ନିୟନ୍ତ୍ରଣ କରି ଅନେକ ଦକ୍ଷତା ପ୍ରତିପାଦନ କରିଥିଲେ। ସେଥି ମଧ୍ୟରେ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ହେବା ଦ୍ୱାରା କେତେକେ ଭାବିଥିଲେ ଯେ ଜଣେ ପ୍ରଶାସକ ଭାବେ ଲୋହାନୀଙ୍କ ସଫଳତାର ଦୌଡ଼ ଶେଷ ହୋଇଗଲା। କିନ୍ତୁ ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡୀ ସରକାର ଏବେ ତାଙ୍କୁ କ୍ୟାବିନେଟ ପାହ୍ୟା ସହିତ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କିନ୍ତୁ ଲୋହାନି ଜଣେ ଇଣ୍ଡିଆନ ରେଲଓ୍ବେ ସର୍ଭିସ ଅଫ୍‌ ମେକାନିକାଲ ଇଞ୍ଜିନିୟର୍ସର ଅଧିକାରୀ ହୋଇ ବିମାନ ଚଳାଚଳ କ୍ଷେତ୍ରରେ କୌଣସି ପୂର୍ବ ପୃଷ୍ଠଭୂମି ନ ଥିଲେ ବି ଏୟାର୍‌ ଇଣ୍ଡିଆରେ ତାଙ୍କ କାର୍ଯ୍ୟକାଳ ତାଙ୍କୁ ଚର୍ଚ୍ଚିତ କରିଥିଲା। ଏୟାର ଇଣ୍ଡିଆରେ ସେ ଅସନ୍ତୁଷ୍ଟ କର୍ମଚାରୀଙ୍କୁ ଶାନ୍ତ କରିଥିଲେ। ଏୟାର ଇଣ୍ଡିଆର ସମ୍ପ୍ରସାରଣ କରି ଏବଂ ପୁନଃ ସ୍ଥିତିକୁ ଫେରାଇ ଆଣିଥିଲେ। ଯଦି ସେ ଏହାର ଘରୋଇକରଣ ଉପରେ ନିରୀକ୍ଷଣ କରି ବନ୍ଦ କରି ନ ଥାନ୍ତେ କି ଏକ ସରଳ ପରିବର୍ତ୍ତନ ନିଶ୍ଚିତ କରି ନ ଥାନ୍ତେ ତେବେ ତାଙ୍କ ଦକ୍ଷତାରେ ପୂର୍ଣ୍ଣଚ୍ଛେଦ ପଡିଯାଇଥାଆନ୍ତା। କିନ୍ତୁ ସ୍ପଷ୍ଟଭାବେ ତାଙ୍କ ପ୍ରଶାସନିକ କୌଶଳ ତାଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପ୍ରିୟପାତ୍ର କରିପାରିଛି। ରାଜ୍ୟର ପର୍ଯ୍ୟଟନ କ୍ଷମତାକୁ ଠିକ୍‌ ଭାବେ ଉପଯୋଗ କରିବେ ବୋଲି ଆଶା କରାଯାଉଛି। ପୂର୍ବତନ ଅର୍ଥ ସଚିବ ସୁବାସ ଚନ୍ଦ୍ର ଗର୍ଗଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ପୂର୍ବତନ ବାବୁ ଯିଏ କି ଦିଲ୍ଲୀରୁ ରାଜ୍ୟକୁ ଆସିଛନ୍ତି। ତେବେ ଯେଉଁମାନେ ସ୍ଥାନୀୟ ସ୍ତରରେ ଶାସନ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।

ରହସ୍ୟମୟ ହ୍ରାସ
ପଦୋନ୍ନତି ମାଧ୍ୟମରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଗ୍ରୁପ୍‌ ଏ’ ସେବା ଅଧିକାରୀମାନଙ୍କ ନିଯୁକ୍ତି ୨୦୧୬ ରୁ ୨୦୧୮ ମଧ୍ୟରେ ୫୦ ପ୍ର୍‌ତିଶତ ହ୍ରାସ ପାଇଛି। ଲୋକସଭାର ଏକ ପ୍ରଶ୍ନରୁ ଜଣାପଡିଥିଲା ଯେ,୨୦୧୮ରେ ପଦୋନ୍ନତି ମାଧ୍ୟମରେ ହୋଇଥିବା ନିଯୁକ୍ତି ସଂଖ୍ୟା ଥିଲା ୨,୯୧୮। ତୁଳନାମତ୍କ ଭାବେ ଏହା ୨୦୧୬ ଓ ୨୦୧୭ରେ ଥିଲା ଯଥାକ୍ରମେ ୫,୯୫୩ ଓ ୫,୯୪୪। ତେବେ ପଦୋନ୍ନତିରେ ଏଭଳି ଅତ୍ୟଧିକ ହ୍ରାସ ପଛରେ କ’ଣ କାରଣ ରହିଛି ତାହା କାହାକୁ ଜଣା ନ ଥିବା ହୃଦ୍‌ବୋଧ ହେଉଛି। ସୂତ୍ରରୁ ପ୍ରକାଶ ଯେ, ଏବେ କୋର୍ଟରେ ଚାଲିଥିବା ମାମଲା, କେତେ ଜଣ ଅବସର ନେବା ଆଦି କାରଣରୁ ଏଭଳି ହ୍ରାସ ଘଟିଥାଇପାରେ ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଅଧିକାରୀମାନେ କହନ୍ତି । କିନ୍ତୁ ପଦୋନ୍ନତିରେ ଘଟିଥିବା ୫୦ ପ୍ରତିଶତ ହ୍ରାସ ଉପରେ ଏହି କାରଣଗୁଡିକ ବ୍ୟାଖ୍ୟା କରିପାରେନାହିଁ। ମୁଖ୍ୟତଃ, ଆମେ ଯେତେବେଳେ ଆଉ ଗୋଟିଏ ତଥ୍ୟ ବିଚାରକୁ ନେବା ଦେଖିବା ଯେ, କେନ୍ଦ୍ରରେ ଏବେ ବହୁ ସଂଖ୍ୟାରେ ପଦ ଖାଲି ପଡିଛି। ବିଭିନ୍ନ କମିଟି ଓ ସିଲେକସନ ପ୍ୟାନେଲଗୁଡିକ ଦ୍ୱାରା ଯୁଗ୍ମ ସଚିବ ପଦରୁ ସଚିବ ପଦକୁ କରାଯାଉଥିବା ପଦୋନ୍ନତି ଏହାର ଗୋଟିଏ କାରଣ ବୋଲି କୁହାଯାଉଛି। ଯଦି ଏହି କମିଟିଗୁଡିକର ବୈଠକରେ ବିଳମ୍ବ ହୁଏ ତେବେ ପଦୋନ୍ନତି ହୋଇପାରିବନି। ତାହା ହେଲେ ବି ଏହା ବାସ୍ତବରେ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି।

ବେପରୁଆ ଆଚରଣ
ପ୍ରଶାସନିକ ଅଧିକାରୀମାନେ ନିୟମକୁ ଅନୁସରଣ କରନ୍ତି ଓ ଅନ୍ୟମାନଙ୍କୁ ସେହି ନିୟମ ମାନିବାକୁ ବାଟ ଦେଖାନ୍ତି। କିନ୍ତୁ ଏଠାରେ ଏବେ ତାହା ପରିଲକ୍ଷିତ ହେଉନାହିଁଁ, ଏପରିକି ସାରାଦେଶରେ ଲକ୍‌ଡାଉନ ବା ତାଲାବନ୍ଦ କରାଯାଇ ଜୀବନ ନେଉଥିବା କୋଭିଡ୍‌ -୧୯ ସଂକ୍ରମଣ ବିରୋଧରେ ଲଢିବା ପାଇଁ ଏକ ସାହସିକ ପଦକ୍ଷେପ ନିଆଯାଇଥିବାବେଳେ ବି ଏହା ଦେଖାଯାଉନାହିଁ। ମହାମାରୀ କରୋନା ସଂକ୍ରମଣ ରୋକିବା ଲାଗି ସରକାର କ୍ୱାରାଣ୍ଟାଇନରେ ,ସାମାଜିକ ଦୂରତ୍ୱ ଏବଂ ଅନ୍ୟ ଉପାୟରେ ରହିବାକୁ କଡ଼ା ନିୟମ ଲାଗୁ କରିବାବେଳେ କେତେଜଣ ବାବୁ କେତେଜଣ ଭିଆଇପି ଓ ସେମାନଙ୍କ ଭଳି ବ୍ୟକ୍ତିଙ୍କ ଇଚ୍ଛାପୂରଣ କରିବା ଲାଗି ନିୟମ ଭଙ୍ଗ କରୁଛନ୍ତି। ନିକଟରେ ଘଟିଥିବା ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ ଯାହା ସମସ୍ତେ ଜାଣନ୍ତି। ମୁମ୍ବାଇରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପରିବାର ଇଂଲଣ୍ଡରୁ ଆସି ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କ ଘରକୁ ଚାଲିଯାଇଥିତ୍ଲେ। ବାସ୍ତବରେ ଏହାକୁ ଅଶିଷ୍ଟତା ଏବଂ ମୂର୍ଖାମି ବୋଲି କୁହାଯାଇପାରେ। ପରେ ପଶ୍ଚିମବଙ୍ଗରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମିତି ଚିହ୍ନଟ ହେବା ପରେ ବରିଷ୍ଟ ଅଧିକାରୀମାନଙ୍କୁ ସେଲ୍ଫ କ୍ୱାରାଣ୍ଟାଇନରେ ରହିବାକୁ ବାଧ୍ୟ କରିଥିଲା। ବିଶେଷ କରି ରାଜ୍ୟ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅ ଲଣ୍ଡନରୁ ଫେରିଲେ, କିନ୍ତୁ ପଶ୍ଚିମବଙ୍ଗର ସିଭିଲ ସର୍ଭିସ ଅଧିକାରୀରୁ ଆଇଏଏସ୍‌କୁ ପଦୋନ୍ନତି ପାଇଥିବା ତାଙ୍କ ମା’ ତଥାପି ଅଫିସ ଯାଇ ଶୀର୍ଷ ଅଧିକାରୀମାନଙ୍କୁ ସାକ୍ଷାତ କରିବା ସହ ମିଟିଂରେ ମଧ୍ୟ ଯୋଗ ଦେଇଥିଲେ। ତାଙ୍କ ପୁଅ କେବଳ କୌଣସି ପରୀକ୍ଷା କରିବାକୁ ଚାହିଁ ନ ଥିଲେ,ବରଂ ସନ୍ଦିଗ୍ଧ ଦୃଷ୍ଟିରେ ଦେଖାଯିବାର ବହୁ ପରେ ବି ସେ ଏଥିରୁ ଦୂରେଇ ରହିଥିଲେ। ଆମମାନଙ୍କ ମନରେ ଭୟ ସୃଷ୍ଟି କରିଥିବା କରୋନା ଭାଇରସ୍‌ ବିରୋଧରେ ଲଢେଇ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଥିବାବେଳେ ଏହି ଅସାବଧାନତା ତଥା ବେପରୁଆ ଆଚରଣ ଯୋଗୁ ଏବେ ପୋଲିସ ମହାନିର୍ଦ୍ଦେଶକ,ଗୃହ ସଚିବ ଏବଂ କେତେଜଣ ଆଇପିଏସ୍‌ ଓ ଆଇଏଏସ୍‌ ଅଧିକାରୀଙ୍କ ଭଳି ଶୀର୍ଷ ପ୍ରଶାସନିକ ଅଧିକାରୀମାନଙ୍କୁ ଆଇସୋଲେଶନରେ ରହିବାକୁ ପଡିଛି।

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?