Posted inବରଗଡ଼

ବାଢ଼ୁନ୍‌ ବେପାର ଦେଉଛେ ଦାନା: ଭତା, ଆବାସ ଯୋଜନାରୁ ବଁଚିତ୍‌ ପରିବାର

ଅତାବିରା, ୧୮।୩ (ଡି.ଏନ୍‌.ଏ.)-
କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସର୍ଭେରେ ଭୁଲଭଟକା, ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି ମନଭାବ ଲାଗି ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ଟାମ୍ପରସରା ପଁଚେତ୍‌ ଗମ୍ଭାରୀପାଲି କୃଷିଫାର୍ମ ପାସର ଲିଚୁପଡ଼ାରେ।
ସୂଚନା ଅନ୍‌ସାରେ ବରଗଡ ଜିଲା ବେହେରାଟିକ୍ରାର ମୂଲବାସିନ୍‌ଦା ନୀଳ ଜଗଦଲା (୬୬)। ପରିବାର କହିଲେ ମାଏକିନା ଯଜ୍ଞ, ଦୁଇପୁଓ ସୁରେନ, ରବି, ବହ ଆର ନାତିନାତେନକୁଁ ନେଇ ସଁସାର। ନୀଳକଁର ବାପା ଗୋପାଳ ଆଏଜ୍‌କେ ୫୦ ବଛର ତଲେ କମେଇ ଖାଏବାର ଲାହଁାସେ ଗମ୍ଭାରୀପାଲି ପାସର ଲିଚୁପଡ଼ାକେ ପଲେଇ ଆସିଥିଲେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି, ଘରଡିହ, ସଁପତି ବଲି କିଛି ନାଇଁ। ନୀଳ ବାଢ଼ୁନ୍‌ ବେପାର କରି ଦୁଇ ପଏସା ରୁଜଗାର କରୁଛନ୍‌। ସେଥ୍‌ରେ ସେ ପିଲାଛୁଆକୁ ପାଠ୍‌ ପଢ଼ାବାର ସଂଗେ ବିହାଚୁରା କରିଛନ୍‌। ଏହେଦେ ଇ ବୁରୁଧ୍‌ ଦମ୍ପତି ସାନପୁଓ ରବିକଁର ସଂଗେ ରହୁଥିଲାବେଲେ ବଡ଼ପୁଓ ବିହାଚୁରା ହେଲା ଉତାରୁ ଭିନେ ହେଇ ରହୁଛନ୍‌। ନୀଳକଁର ଆଧାରକାର୍ଡ, ଭୋଟ ପରିଚଏପତର, ରାଶନକାର୍ଡ ରହିଛେ। ସରକାରୀ ଯୋଜନାରେ ପରିବାରଟା ମାସିକ ୧୫ କେ.ଜି. ଚାଉଲ ପାଉଛନ୍‌। ହେଲେ ବୁରୁଧ୍‌ ଦମ୍ପତି ଭତା ଆର ରୟତି ଜାଗା ଅଭାବୁ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଥିବାର କହିଛନ୍‌। ସେନ୍‌ତା ପରିବାରଟା ସୁଖବାସୀ ହେଇଥିଲେ ବି ବସୁନ୍ଧରା ଯୋଜନାରେ ୪ ଡେସିମିଲ ଘର ଡିହ ପାଏବାରୁ ବଁଚିତ୍‌ ଥିବାର ନୀଳ କହିଛନ୍‌। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦ ଆର ତହସିଲଦାର ହୃଦାନନ୍ଦ ଅଡ୍ଡାକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ଉଭଏ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ନିୟମିତ ଆବର୍ଜନା ଉଠା ନଗଲେ ଆନ୍ଦୋଳନ: ଟ୍ରାକ୍ଟରରେ ଯାଇ ସ୍ମାରକପତ୍ର ପ୍ରଦାନ, ୧୦ଦିନ ମଧ୍ୟରେ…

ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ରାସ୍ତାକଡ଼, ବସଷ୍ଟାଣ୍ଡ ଓ ବଜାର ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ…

ମମତାରାଣୀ ତ୍ରିପାଠୀ ବରଗଡ଼ର ନୂତନ CDAO

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ନୂତନ ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ଭାବେ ଗୁରୁବାର ମମତାରାଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri