ବାଂଶପାଣି ଅଞ୍ଚଳରେ କୋଇଲା ଚୋରା ଚାଲାଣ

ଯୋଡ଼ା, ୧୫।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବାଂଶପାଣି ଠାରେ ଚୋରା କୋଇଲା କାରବାର ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ଓ ଖଣି ବିଭାଗ ନୀରବଦ୍ରଷ୍ଟା ସାଜିଛି। ଚୋରା କାରବାର ନେଇ ଯୋଡା ପୌରପାଳିକାର ୧୨ନଂ ଓ୍ବାର୍ଡ ବାଂଶପାଣି ଦାସ ହଟିଂ ନିକଟରେ ଏହି କାରବାର ବ୍ୟାପକ ଭାବେ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବାଂଶପାଣି ରେଳ ସାଇଡିଂରେ ପ୍ରତିଦିନ ର଼୍ୟାକ୍‌ ଲୋଡିଂ ହୋଇଥାଏ ା ଏଠାକୁ ଆସୁଥିବା ର଼୍ୟାକ୍‌ର ଡବା ମଧ୍ୟରେ କୋଇଲା ବଳକା ରହିଥାଏ। ଓ୍ବାଗନ ଲୋଡିଂ କରିବା ପୂର୍ବରୁ ଉକ୍ତ ଡବାରେ ସଫେଇ କରାଯାଇଥାଏ। ଉକ୍ତ ବଳକା କୋଇଲାଗୁଡିକୁ ସଂଗ୍ରହ କରାଯାଇ ତାହାକୁ ଅଳ୍ପ ମୂଲ୍ୟରେ ଚୋରା କୋଇଲା ବ୍ୟବସାୟୀ ମାନଙ୍କୁ ବିକ୍ରୟ କରାଯାଏ। ଏହା ସହିତ ବାଂଶପାଣି ରେଳସାଇଡିଂ ଦେଇ ବିଭିନ୍ନ ଶିଳ୍ପ ସଂସ୍ଥାକୁ ର଼୍ୟାକ ଯୋଗେ ପରିବହନ ହେଉଥିବା ବେଳେ ବାଂଶପାଣି ଅଞ୍ଚଳରେ ଚୋରା ବ୍ୟବସାୟୀମାନେ ଶ୍ରମିକ ଲଗାଇ ଟ୍ରେନ୍‌ ଚାଲୁଥିବା ଅବସ୍ଥାରେ କୋଇଲା ବୋଝେଇ ହୋଇଥିବା ରେଳ ଡବାର ଦ୍ୱାରକୁ ଖୋଲି ଦେଇଥାନ୍ତି। ଫଳରେ ବହୁ ପରିମାଣର କୋଇଲା ରେଳଧାରଣା କଡରେ ପଡିଯାଇଥାଏ ା ଟ୍ରେନ୍‌ ଚାଲିଯିବା ପରେ ତାହାକୁ ନେଇ ଚୋରା କୋଇଲା ବ୍ୟବସାୟୀମାନେ ନିକଟସ୍ଥ ଜଙ୍ଗଲ, ବୁଦାରେ ଗୁପ୍ତ ଭାବେ ଗଚ୍ଛିତ କରି ରଖିଥାନ୍ତି। ପରେ ବଡ କୋଇଲାକୁ ପିକଅପ ଭ୍ୟାନ୍‌ ମାଧ୍ୟମରେ ବ୍ୟବସାୟୀମାନେ ବାହାର ଅଞ୍ଚଳକୁ ଚାଲାଣ କରିଥାନ୍ତି ଏବଂ ଗୁଣ୍ଡ କୋଇଲାକୁ ଇଟା ଆକାରରେ ପ୍ରସ୍ତୁତ କରି ଭାଟିରେ ସେଗୁଡିକୁ ଅଧା ପୋଡା କରି ନିଆଁ ଲିଭାଇଥାନ୍ତି। ଗ୍ରାମ ନିକଟରେ ଏହି କୋଇଲା ପୋଡିବା ଦ୍ୱାରା ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରେ। ଅଞ୍ଚଳବାସୀ ବିଷାକ୍ତ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡୁଥିବାରୁ ଗତ ତା୨।୯।୨୦୧୯ ରିଖରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲିଖିତ ଭାବେ ଯୋଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଏ ସମ୍ପର୍କରେ ଯୋଡା ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକଙ୍କୁ ପଚାରିବାରୁ ଏହା ଉପରେ ଦୃଷ୍ଟି ଦିଆଯିବା ସହ ତଦନ୍ତ କରି ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ରାଜ୍ୟସ୍ତରୀୟ ଖଣି ଏନଫୋର୍ସମେଣ୍ଟ, ଜିଲାସ୍ତରୀୟ ତଦନ୍ତ ସ୍କ୍ବାଡ ଡିଏଲଟିଏଫ ଗଠନ କରାଯାଇଥିଲେ ମଧ୍ୟ ଏହା ଧର୍ମକୁ ଆଖିଠାର ା ପ୍ରତିଦିନ ଲୁହାପଥର ଚୋରି, ମାଙ୍ଗାନିଜ ଚୋରି ଏପରିକି କୋଇଲା ଚୋରାକରବାର ମଧ୍ୟ ପ୍ରଶାସନ ଜାଣତରେ ହେଉଛି। ରାଜ୍ୟ ସରକାର ଏଥିଲାଗି କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଖଣି ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜି ଏହି କାର୍ଯ୍ୟକୁ ପ୍ରଶୟ ଦେଉଛି ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଯୋଡା ଥାନା ଏସଆଇ ବିଶ୍ୱଜିତ ବେହେରାଙ୍କୁ ପଚାରିବାରୁ ଉକ୍ତ ଘଟଣାସ୍ଥଳକୁ ଚଢାଉରେ ଯାଇଥିଲେ। ଚଢାଉବେଳେ କୋଇଲା ଇଟା ପୋଡୁଥିବା ଚୋରମାନେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏହି କାରବାରରେ ଏକ ର଼୍ୟାକେଟ ସଂଶ୍ଲିଷ୍ଟ ଅଛି ା ସ୍ଥାନୀୟ ଅଞ୍ଚଳର କେତେକ ସ୍କୁଲ ଛାତ୍ରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଇ ଅଳ୍ପମୂଲ୍ୟ ଦେଇ କୋଇଲା ଚୋରା ବ୍ୟବସାୟୀମାନେ କ୍ରୟ କରି ଅଧିକ ମୂଲ୍ୟରେ ଚାଲାଣ କରୁଛନ୍ତି। ଖୁବ୍‌ ଶୀଘ୍ର ଏହାର ପର୍ଦ୍ଦାଫାଶ କରାଯିବ ବୋଲି ଏସଆଇ ବେହେରା କହିଛନ୍ତି। ଅନ୍ୟପକ୍ଷେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?