ଅନୁଗୋଳ ଅଫିସ, ୧୧।୮ – ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଅନୁଗୋଳ ପୋଲିସ ଶନିବାର ମେଡିକାଲ ପରିସରରେ ତାଙ୍କ ବାପାଙ୍କ ଜିମା ଦେଇଛି। ହେଲେ ପୋଲିସର ଏପରି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି ଜିଲା ଶିଶୁ ମଙ୍ଗଳ ସମିତି। ପୋଲିସ ଏପରି କରିବା କିଶୋର ନ୍ୟାୟ ଆଇନ୍ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)କୁ ଉଲ୍ଲଂଘନ କରୁଥିବା ସମିତି ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି। ଏ ନେଇ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଦୋଷୀକୁ କିଭଳି ଦଣ୍ଡ ମିଳିବ ସେ ନେଇ ଆମେ କାର୍ଯ୍ୟ କରୁଛୁ। ନିୟମ କେଉଁଠି ଉଲ୍ଲଂଘନ କରାଗଲା ତାହା ଜାଣି ନାହିଁ।
ପ୍ରକାଶ ଯେ, ନାବାଳିକା ବଳାତ୍କାର ଘଟଣାରେ ଗିରଫ ପରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଶିବୁ ପଟ୍ଟନାୟକ(୫୫)ଙ୍କ ବିରୋଧରେ ପୋଲିସ ଅଦ୍ୟାବଧି ଚାର୍ଜଶିଟ୍ ଦାଖଲ କରିନାହିଁ। କୋର୍ଟ ଚାଲାଣ କରିବା ଦିନ ଅନୁଗୋଳ ଏସ୍ପି ୧୫ ଦିନ ମଧ୍ୟରେ ଚାର୍ଜଶିଟ୍ ଦାଖଲ କରାଯିବ ବୋଲି କହିଥିଲେ। ତେବେ ଚାର୍ଜଶିଟ୍ ଦାଖଲ ପାଇଁ ନାବାଳିକାଙ୍କ ଜାତିଗତ ପ୍ରମାଣପତ୍ର ଓ ବୟସ ପଞ୍ଜୀକରଣ ସହ ପରିବାର ଲୋକ ଆବଶ୍ୟକ ପଡ଼ୁଥିବାରୁ ୩ ଦିନ ତଳେ ପୋଲିସ ମହାରାଷ୍ଟ୍ର ଯାଇ ନାବାଳିକାଙ୍କ ବାପାଙ୍କୁ ଆଣିବା ସହ ପ୍ରମାଣପତ୍ର ସଂଗ୍ରହ କରିଛି। ଶନିବାର ମେଡିକାଲରେ ଚିକିତ୍ସାରତ ନାବାଳିକାଙ୍କୁ ପୋଲିସ ତାଙ୍କ ବାପାକୁ ହସ୍ତାନ୍ତର କରିଛି। ଏ ନେଇ ସନ୍ଧ୍ୟା ସାଢ଼େ ୫ଟାରେ ଡିଆର ନଂ ୨୩୪୮/୧୯ରେ ଜିଲା ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଯାଇଛି। କିନ୍ତୁ ସମିତି ପକ୍ଷରୁ ଏଥିରେ ଅସନ୍ତୋଷ ବ୍ୟକ୍ତ କରାଯିବା ସହ ନାବାଳିକାଙ୍କୁ ଅଦୃତ ଶିଶୁ ଯତ୍ନ କେନ୍ଦ୍ରକୁ ପଠାଇବାକୁ ଶୁକ୍ରବାରଠାରୁ କୁହାଯାଇଥିଲେ ମଧ୍ୟ କାହିଁକି ପଠାଯାଇ ନ ଥିଲା ତାହାକୁ ନେଇ ପ୍ରଶ୍ନ କରାଯାଇଛି। ଏବେ ନାବାଳିକା ତାଙ୍କ ବାପାଙ୍କ ସହ ଅନୁଗୋଳ ଷ୍ଟାଡିୟମଠାରେ ଅସ୍ଥାୟୀ କ୍ୟାମ୍ପରେ ରହିଥିବାରୁ ସେ କେତେ ସୁରକ୍ଷିତ ଓ ଉଭୟଙ୍କୁ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର କରିବାକୁ ସମିତି ନଂ. ୪୨୬/୧୯ରେ ପୋଲିସକୁ ଚିଠି ଲେଖିଥିବା ଜଣାପଡ଼ିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

