ବଳାତ୍କାର ଶିକାର ନାବାଳିକାଙ୍କୁ ବାପାଙ୍କ ଜିମା: ପ୍ରଶ୍ନ ଉଠାଇଲା ଶିଶୁ ମଙ୍ଗଳ ସମିତି

ଅନୁଗୋଳ ଅଫିସ, ୧୧।୮ – ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଅନୁଗୋଳ ପୋଲିସ ଶନିବାର ମେଡିକାଲ ପରିସରରେ ତାଙ୍କ ବାପାଙ୍କ ଜିମା ଦେଇଛି। ହେଲେ ପୋଲିସର ଏପରି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି ଜିଲା ଶିଶୁ ମଙ୍ଗଳ ସମିତି। ପୋଲିସ ଏପରି କରିବା କିଶୋର ନ୍ୟାୟ ଆଇନ୍‌ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)କୁ ଉଲ୍ଲଂଘନ କରୁଥିବା ସମିତି ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି। ଏ ନେଇ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଦୋଷୀକୁ କିଭଳି ଦଣ୍ଡ ମିଳିବ ସେ ନେଇ ଆମେ କାର୍ଯ୍ୟ କରୁଛୁ। ନିୟମ କେଉଁଠି ଉଲ୍ଲଂଘନ କରାଗଲା ତାହା ଜାଣି ନାହିଁ।
ପ୍ରକାଶ ଯେ, ନାବାଳିକା ବଳାତ୍କାର ଘଟଣାରେ ଗିରଫ ପରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଶିବୁ ପଟ୍ଟନାୟକ(୫୫)ଙ୍କ ବିରୋଧରେ ପୋଲିସ ଅଦ୍ୟାବଧି ଚାର୍ଜଶିଟ୍‌ ଦାଖଲ କରିନାହିଁ। କୋର୍ଟ ଚାଲାଣ କରିବା ଦିନ ଅନୁଗୋଳ ଏସ୍‌ପି ୧୫ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି କହିଥିଲେ। ତେବେ ଚାର୍ଜଶିଟ୍‌ ଦାଖଲ ପାଇଁ ନାବାଳିକାଙ୍କ ଜାତିଗତ ପ୍ରମାଣପତ୍ର ଓ ବୟସ ପଞ୍ଜୀକରଣ ସହ ପରିବାର ଲୋକ ଆବଶ୍ୟକ ପଡ଼ୁଥିବାରୁ ୩ ଦିନ ତଳେ ପୋଲିସ ମହାରାଷ୍ଟ୍ର ଯାଇ ନାବାଳିକାଙ୍କ ବାପାଙ୍କୁ ଆଣିବା ସହ ପ୍ରମାଣପତ୍ର ସଂଗ୍ରହ କରିଛି। ଶନିବାର ମେଡିକାଲରେ ଚିକିତ୍ସାରତ ନାବାଳିକାଙ୍କୁ ପୋଲିସ ତାଙ୍କ ବାପାକୁ ହସ୍ତାନ୍ତର କରିଛି। ଏ ନେଇ ସନ୍ଧ୍ୟା ସାଢ଼େ ୫ଟାରେ ଡିଆର ନଂ ୨୩୪୮/୧୯ରେ ଜିଲା ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଯାଇଛି। କିନ୍ତୁ ସମିତି ପକ୍ଷରୁ ଏଥିରେ ଅସନ୍ତୋଷ ବ୍ୟକ୍ତ କରାଯିବା ସହ ନାବାଳିକାଙ୍କୁ ଅଦୃତ ଶିଶୁ ଯତ୍ନ କେନ୍ଦ୍ରକୁ ପଠାଇବାକୁ ଶୁକ୍ରବାରଠାରୁ କୁହାଯାଇଥିଲେ ମଧ୍ୟ କାହିଁକି ପଠାଯାଇ ନ ଥିଲା ତାହାକୁ ନେଇ ପ୍ରଶ୍ନ କରାଯାଇଛି। ଏବେ ନାବାଳିକା ତାଙ୍କ ବାପାଙ୍କ ସହ ଅନୁଗୋଳ ଷ୍ଟାଡିୟମଠାରେ ଅସ୍ଥାୟୀ କ୍ୟାମ୍ପରେ ରହିଥିବାରୁ ସେ କେତେ ସୁରକ୍ଷିତ ଓ ଉଭୟଙ୍କୁ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର କରିବାକୁ ସମିତି ନଂ. ୪୨୬/୧୯ରେ ପୋଲିସକୁ ଚିଠି ଲେଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri